Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର
  • ||
  • ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହାତ, ମନ୍ତ୍ରୀଙ୍କ କାର୍‌କୁ ପିଟିଲା ଟ୍ରାକ୍ଟର
  • ||
  • କମୁନି ସଂକ୍ରମଣ : ଆଜି ବି ଦେଶରେ ୪ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ, ୪୦୯୨ ମୃତ
  • ||
  • ଦନ୍ତାକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଗୋଡରେ ଲାଗିଛି ଶକ୍ତ ଆଘାତ
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୧୮୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୬୩୫ ପଜିଟିଭ୍
  • ||
  • କମିଛି ତାତି, ୨ ଦିନ ପରେ ପୁଣି ବଢିବ ସୂର୍ଯ୍ୟଙ୍କ ପ୍ରକୋପ
  • ||

ଏହି ଦେଶରେ ‘କୁକୁର ତିହାର’ ପାଳନ କରାଯାଏ, ଦୀପାବଳିରେ କୁକୁରଙ୍କୁ ପୂଜା କରି ଖାଇବାକୁ ଦିଅନ୍ତି ଦେଶବାସୀ

14/11/2020 at 9:14 PM

ନୂଆଦିଲ୍ଲୀ ୧୪/୧୧: ସାରା ଦେଶରେ ଦୀପାବଳି ଖୁବ ଧୁମ୍‌ଧାମରେ ପାଳନ କରାଯାଉଛି। ଭାରତ ବ୍ୟତୀତ ବିଦେଶରେ ମଧ୍ୟ ଏହି ଉତ୍ସବକୁ ପାଳନ କରାଯାଉଛି। ଭାରତର ପଡ଼ୋଶୀ ଦେଶ ନେପାଳରେ ୫ ଦିନ ଦୀପାବଳି ପାଳନ ହେଉଥିବା ବେଳେ ସେଠାକାର ଏକ ନିଆରା ପରମ୍ପରାକୁ ନେଇ ଚର୍ଚ୍ଚା ହେଉଛି। ସେଠାରେ ‘କୁକୁର ତିହାର’(କୁକୁର ଉତ୍ସବ) ପାଳନ କରାଯାଉଛି। ଆଜିର ଦିନରେ କୁକୁରକୁ ପୂଜା କରିବା ସହ ଖାଇବାକୁ ଦିଆଯାଏ।

ଦୀର୍ଘ ବର୍ଷ ଧରି ଏଭଳି ପରମ୍ପରା ଚଳିଆସିଥିବା ବେଳେ କୁକୁର-ମଣିଷ ସମ୍ପର୍କର ବାର୍ତ୍ତା ବହନ କରେ ‘କୁକୁର ତିହାର’। ଏହି ଦିନ କୁକୁରକୁ ଧରି ତା ମୁଣ୍ଡରେ ସିନ୍ଦୂର ଓ ବେକରେ ଫୁଲମାଳ ଦେଇ ନେପାଳବାସୀ ପୂଜା କରିଛନ୍ତି। ପୂଜା କରିବା ପରେ ସେମାନଙ୍କୁ ପେଟ ପୁରା ଖାଇବାକୁ ଦିଆଯାଏ।

କୁକୁରଙ୍କ ଭଳି କାଉମାନଙ୍କୁ ନେପାଳୀ ପୂଜା କରନ୍ତି। ତେବେ ଏନେଇ ପୂରାଣରେ ଲେଖାଥିବା ସେମାନେ କୁହନ୍ତି। ସମସ୍ତ କୁକୁରଙ୍କ ମା ସମରା ଇନ୍ଦ୍ର ଭବନରେ ରହୁଥିଲା। ସେହିଭଳି ମହାଭାରତ ଅନୁସାରେ ଧର୍ମରାଜ ଯୁଧିଷ୍ଠିରଙ୍କ ସହ ଏକ କୁକୁର ସ୍ବର୍ଗକୁ ଯାଇଥିଲା। ତେବେ ନେପାଳୀମାନେ ୫ ଦିନିଆ ଦୀପାବଳି ଉତ୍ସବରେ ଅନେକ ପ୍ରକାର ପ୍ରାଣୀ ଓ ପକ୍ଷୀଙ୍କୁ ପୂଜା କରନ୍ତି ବୋଲି ଜଣାପଡ଼ିଛି।

ଉତ୍ସବର ତୃତୀୟ ଦିନରେ ଗାଈ, ଚତୁର୍ଥ ଦିନରେ ବଳଦ ପୂଜା କରୁଥିବା ବେଳେ ସେହି ଦିନ ଲକ୍ଷ୍ମୀପୂଜା କରନ୍ତି ନେପାଳବାସୀ। ଶେଷ ଦିନରେ ଭାଇଦୁଜ୍‌ ବା ଭାଟିକା ପାଳନ କରାଯାଏ। ଏହି ଦିନ ଭଉଣୀ ନିଜ ଭାଇ ମୁଣ୍ଡରେ ତୀଳକ ଲଗାଇ ଶୁଭ ମନାସିଥାନ୍ତି। ନେପାଳରେ ଦୀପାଳବୀରେ ୫ ଦିନ ସରକାରୀ ଛୁଟି ଥାଏ।

   Related Posts