ଭଦ୍ରକ ଧାମନଗରରେ ୭୬ତମ ସହିଦ ସ୍ମୃତି ଦିବସ ପାଳିତ

Published By : Prameya-News7 Bureau | September 22, 2018 IST

ଭଦ୍ରକ ୨୨|୯: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ସହିଦନଗରଠାରେ ୭୬ ତମ ସହିଦ ସ୍ମୃତି ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାର ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳର କର୍ମକର୍ତ୍ତାମାନେ ସହିଦ ସ୍ମୃତି ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ଶୋଭାଯାତ୍ରାରେ ସହିଦନଗର ଗାଁ ପରିକ୍ରମା କରିଥିଲେ । ଏହାପରେ ସହିଦ ପୀଠଠାରେ ସମସ୍ତେ ଏକାଠି ହୋଇଥିଲେ। ସହିଦ ଲକ୍ଷ୍ମୀଧର ପଣ୍ଡାଙ୍କ ନେତୃତ୍ଵରେ ସହିଦ ହୋଇଥିବା ୯ ଜଣ ସହିଦଙ୍କ ଉଦ୍ଦେଶ୍ୟରେ ତିଳ ଅର୍ପଣ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.