ଘରେ ବସି ଉଠାନ୍ତୁ ରଜର ମଜା : ଶାଶୁ-ବୋହୂଙ୍କ କମାଲ, ଅନଲାଇନ୍‌ରେ ପାରମ୍ପରିକ ପିଠା-ମିଠାର ଆସର

Published By : Prameya-News7 Bureau | June 13, 2021 IST

କଟକ ୧୩।୬: ଆଉ ଗୋଟିଏ ଦିନ ପରେ ରଜ । ରଜ ଆସିଲେ ମନେ ପଡିଯାଏ ଗାଁ ବରଗଛରେ ଦୋଳି ଖେଳ ସାଙ୍ଗକୁ ପିଠା-ମିଠାର ଆସର ସହ ରଜ ପାନ । ବର୍ତ୍ତମାନ ସମୟର ସହରୀ ସଭ୍ୟତା ଭିତରେ ଦୋଳି ଖେଳ ହଜିବାକୁ ବସିଥିବା ବେଳେ ଇଚ୍ଛାଶକ୍ତିର ଅଭାବରୁ ପାରମ୍ପରିକ ପିଠା ଆଉ ପାନ ମଧ୍ୟ ଦେଖିବାକୁ ମିଳୁନି । ଅନ୍ୟପଟେ କୋଭିଡ୍ ପାଇଁ ଲକ୍ ଡାଉନ୍ ଏଥର ରଜକୁ ଆହୁରି ଫିକା କରିଦେଉଛି ।

{"id":465558,"sizeSlug":"large","linkDestination":"none"}

ତେବେ ଏପରି ସ୍ଥିତିରେ ସହରୀ ଲୋକଙ୍କୁ କିପରି ରଜର ପାରମ୍ପରିକ ପିଠା-ମିଠା ଓ ପାନର ମଜା ମିଳିବ ସେ ନେଇ ନିଆରା ଉଦ୍ୟମ ଚଳାଇଛନ୍ତି କଟକର ଶାଶୁ-ବୋହୂଙ୍କ ଯୋଡି । ମଧୁସ୍ମିତା ସାମଲ ଓ ତାଙ୍କ ବୋହୂ ନିବେଦିତା ସାମଲ । ବୋହୁ ଉଚ୍ଚଶିକ୍ଷିତା । ମାତ୍ର କୋଭିଡ୍ ସମୟରେ ରୋଜଗାର ଠପ୍ ହୋଇଯାଇଥିଲା ବେଳେ ନିଜ ଶାଶୁଙ୍କ ସହ ମିଶି ଆରମ୍ଭ କରିଛନ୍ତି ଅନଲାଇନ ଖାଦ୍ୟ ଯୋଗାଣ । ରଜ ଆସୁଥିବାରୁ ରଜର ସମସ୍ତ ପାରମ୍ପରିକ ପିଠା-ମିଠା ସହିତ ପାନକୁ ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ଗୁରୁତ୍ବ ଦେଇଛନ୍ତି । ଯାହାକୁ ଅନଲାଇନରେ ଗ୍ରାହକମାନେ ବେଶ ପସନ୍ଦ କରୁଥିବା କୁହନ୍ତି ମଧୁସ୍ମିତା ।

{"id":465559,"sizeSlug":"large","linkDestination":"none"}

ରଜ ପାଇଁ ରହିଛି ସ୍ବତନ୍ତ୍ର ପ୍ୟାକେଜ । ପୋଡ଼ପିଠାଠାରୁ ଆରମ୍ଭ କରି ମଣ୍ଡା, ଏଣ୍ଡୁରୀ, କାକରା, ଚିତ୍ତଉ, କାକରା ପରି ୧୩ଟି ପିଠା ସହିତ କ୍ଷୀରି, ରସାବଳୀ, ଛେନାପୋଡ଼ ପରି ରହିଛି ୬ଟି ମିଠାର ଆଇଟମ । ଏଥି ସହିତ ରଜ ପାନ ମଧ୍ୟ ପ୍ୟାକେଟରେ ସାମିଲ କରାଉଛନ୍ତି । ସମସ୍ତ ପିଠା ପାଇଁ ନିର୍ଦ୍ଧାରିତ ଦର ରହିଥିବା ବେଳେ ୧୩ ପ୍ରକାର ପିଠା ଓ ୪ପ୍ରକାର ମିଠା ଓ ପାନର ସ୍ବତନ୍ତ୍ର ପ୍ୟାକେଟ ଦର ୯୯୯ ଟଙ୍କା ରହିଛି ।

{"id":465560,"sizeSlug":"large","linkDestination":"none"}

ଗ୍ରାନି ପିଠା ନାମରେ ଏକ ୱେବସାଇଟ୍ ଆରମ୍ଭ କରି ନିଜେ ଅନଲାଇନରେ ଖାଦ୍ୟ ଯୋଗାଇବା ସହିତ ଜୋମାଟୋ ଆଦି ଆପରେ ମଧ୍ୟ ଏହି ଶାଶୁ-ବୋହୂଙ୍କ ପିଠା ଉପଲବ୍ଧ ରହିଛି । କେବଳ କଟକ ନୁହଁ ଭୁବନେଶ୍ବରରୁ ମଧ୍ୟ ଦୈନିକ ଗ୍ରାହକଙ୍କ ପିଠା ପ୍ରତି ଆଦର ବଢୁଥିବା ଦେଖିବାକୁ ମିଳୁଥିବା ବେଳେ ରଜ ପାଇଁ ଦୈନିକ ଶହ ଶହ ଲୋକଙ୍କ ବୁକିଂ ହେଉଥିବା କୁହନ୍ତି ନିବେଦିତା ।

{"id":465561,"sizeSlug":"large","linkDestination":"none"}

କୋଭିଡ୍ କଟକଣା ଓ ଲକଡାଉନ ରଜ ମହକକୁ ଫିକା ପକାଉଥିବା ବେଳେ ଶାଶୁ-ବୋହୂଙ୍କ ପାରମ୍ପରିକ ରଜ ପିଠା ଲୋକଙ୍କ ଭିତରେ କିଛିଟା ରଜ ମଉଜକୁ ଉଦଜୀବିତ କରାଇବ ।

{"id":465562,"sizeSlug":"large","linkDestination":"none"}
{"id":465563,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.