Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନ୍ୟ ରାଜ୍ୟକୁ ବସ ସେବା ବନ୍ଦ, ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ, କୋଚିଂ ସେଣ୍ଟରରେ ଅଫ୍‌ଲାଇନ୍‌ କ୍ଲାସ୍‌ ମନା । ବିବାହ ପାଇଁ ସର୍ବାଧିକ ୫୦ ଜଣ ଏବଂ ଅନ୍ତିମ ସଂସ୍କାର ପାଇଁ ଅତିବେଶୀରେ ୨୦ ଜଣଙ୍କୁ ଅନୁମତି
  • ||
  • ବାକି ୨୦ ଜିଲ୍ଲାର ସହରାଞ୍ଚଳରେ କାଲିଠୁ ନାଇଟ୍‌ କର୍ଫ୍ୟୁ
  • ||
  • ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାର ସହରାଞ୍ଚଳରେ ବଦଳିଲା ନାଇଟ୍‌ କର୍ଫ୍ୟୁ ସମୟ
  • ||
  • ରାଜ୍ୟରେ ଫେରିଲା କୋଭିଡ୍‌ କଟକଣା
  • ||
  • ୨୧ ଆଇଏଏସ୍‌ଙ୍କୁ କୋଭିଡ୍‌ ପର୍ଯ୍ୟବେକ୍ଷଣ ଦାୟିତ୍ୱ
  • ||
  • ୨୧ ଆଇଏଏସ୍‌ଙ୍କୁ କୋଭିଡ ପର୍ଯ୍ୟବେକ୍ଷକ ଦାୟିତ୍ବ
  • ||
  • ଭଦ୍ରକ : ବୈତରଣୀ ନଦୀରେ ବୁଡି ଭାଇ-ଭଉଣୀଙ୍କ ସଲୀଳ ସମାଧି, ପିଉସୀଙ୍କ ଘରୁ ଫେରିବା ବେଳେ ଅଘଟଣ
  • ||
  • ମାଲକାନଗିରି : ମାନିଲେନି କୋଭିଡ୍ ନିୟମ, ସିଲ୍ ହେଲା ଦୋକାନ
  • ||
  • ଧର୍ମଗଡ : ଧର୍ମଗଡ ବଣିକ ସଂଘର ବଡ ନିଷ୍ପତ୍ତି, ଶନିବାର ଓ ରବିବାର ସଂପୂର୍ଣ୍ଣ ବନ୍ଦ ରହିବ ସହର
  • ||
  • କଟକ : ସ୍ବରେଜ ମ୍ୟାନ୍‌ହୋଲ୍‌ରେ ଶ୍ବାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର
  • ||

କେନ୍ଦୁଝରର ଖଣି ଅଞ୍ଚଳ ପରିଦର୍ଶନ କଲା ସିଇସି ଟିମ୍

30/10/2019 at 3:09 PM

ବଡବିଲ ୩୦।୧୦: ଆଜି ସିଇସି ଟିମର କେନ୍ଦୁଝର ଓ ମୟୁରଭଞ୍ଜ ଖଣି ଅଞ୍ଚଳ ପରିଦର୍ଶନ । ରାଜ୍ୟ ଖଣି ଅଞ୍ଚଳ ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠିରୁ ରାଜ୍ୟ ସରକାର କେଉଁ କେଉଁ ପ୍ରକଳ୍ପରେ କେତେ ଟଙ୍କା ଖଣି ଅଞ୍ଚଳରେ କିପରି ଖର୍ଚ୍ଚ କରିଛନ୍ତି ତାର ସରଜମିନ ତଦନ୍ତ କରୁଛି ଟିମ୍ । ପ୍ରଥମେ କେନ୍ଦୁଝର ଯୋଡା ସ୍ଥିତ ମିରିଙ୍ଗିସିଙ୍ଗା ଗସ୍ତ କରି ନିର୍ମାଣ ହେବାକୁ ଥିବା ବୃହତ ପାନୀୟ ଜଳ ପ୍ରକଳ୍ପର ସମୀକ୍ଷା କରିଛନ୍ତି ।

ପରେ ଜଙ୍ଗଲ ବିଭାଗ ଦ୍ବାରା ସାନଘାଗରା, ସୁଆକାଠି ସ୍ଥିତ ମାଟବନ୍ଧ, ଗୋନାସିକାରେ ଏଲବିସିଡି ପ୍ରଜେକ୍ଟ ପରିଦର୍ଶନ ସହ ସମୀକ୍ଷା କରାଯାଇଛି  । OMBADC ପାଣ୍ଠିର ଖର୍ଚ୍ଚ ଅନୁଧ୍ୟାନ ପରେ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିବ କମିଟି ।

ଏହା ପୂର୍ବରୁ ଗତକାଲି ଲୋକସେବା ଭବନରେ ସିଇସି ଓ ରାଜ୍ୟ ସରକାରଙ୍କ ଭିତରେ ଏକ ବୈଠକ ବସିଥିଲା । ଖଣି ଅଞ୍ଚଳରେ ସରକାର କେଉଁ ପ୍ରକଳ୍ପରେ କେତେ ଖର୍ଚ୍ଚ କରିଛନ୍ତି ଓ କଣ ପ୍ରକଳ୍ପ ହୋଇଛି, କି କି ଯୋଜନା ଲାଗୁ କରାଯାଇଛି ସେସବୁ ସି.ଇ.ସି.ଙ୍କ ଆଗରେ ଉପସ୍ଥାପନ କରିଛନ୍ତି ।

OMBADC ପାଣ୍ଠିରେ ଏବେ ପ୍ରାୟ ୧୬ ହଜାର କୋଟି ଟଙ୍କା ରହିଛି । ସେଥିରୁ ୧୦ ହଜାର କୋଟି ଟଙ୍କାର ପ୍ରକଳ୍ପ ଓଭର୍ ସାଇଟ୍ ଅଥରିଟି ମଞ୍ଜୁର କରିଛନ୍ତି ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି । ୮ଟି ଖଣିଜ ସଂପଦ ବହୂଳ ଜିଲ୍ଲାର ୭ଟି ସେକ୍ଟରରେ ରାଜ୍ୟ ସରକାର ଏହି ଅର୍ଥ ଉପଯୋଗ କରିବେ । ବିଶେଷ କରି ପାନୀୟ ଜଳ, ସ୍ବାସ୍ଥ୍ୟ ସେବା, ଗ୍ରାମ୍ୟ ରାସ୍ତା, ଶିକ୍ଷା କ୍ଷେତ୍ରରେ ଏହି ଅର୍ଥ ଖର୍ଚ୍ଚ ହେଉଛି । ଯେଉଁ ବିଭାଗ ଖର୍ଚ୍ଚ ଲାଗି ପ୍ରୋଜେକ୍ଟ ରିପୋର୍ଟ ଦେଇ ନାହାନ୍ତି ,ସେମାନଙ୍କୁ ପ୍ରୋଜେକ୍ଟ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ବୈଠକ ପରେ ପଞ୍ଚାୟତିରାଜ ସଚିବ ସୂଚନା ଦେଇଥିଲେ ।

   Related Posts