ଆଜି କେନ୍ଦୁଝର ଓ ମୟୁରଭଞ୍ଜ ଖଣି ଅଞ୍ଚଳ ପରିଦର୍ଶନ କରିବେ ସିଇସି ଟିମ୍

Published By : Prameya-News7 Bureau | October 30, 2019 IST

କେନ୍ଦୁଝର ୩୦।୧୦:  ଆଜି କେନ୍ଦୁଝର ଓ ମୟୁରଭଞ୍ଜ ଖଣି ଅଞ୍ଚଳ ପରିଦର୍ଶନ କରିବେ ସିଇସି ଟିମ୍ ।  ରାଜ୍ୟ ଖଣି ଅଞ୍ଚଳ ପାରିପାର୍ଶିକ ଉନ୍ନୟନ ପାଣ୍ଠିରୁ ରାଜ୍ୟ ସରକାର କେଉଁ କେଉଁ ପ୍ରକଳ୍ପରେ କେତେ ଟଙ୍କା ଖଣି ଅଞ୍ଚଳରେ କିପରି ଖର୍ଚ୍ଚ କରିଛନ୍ତି ତାର ସରଜମିନ ତଦନ୍ତ କରିବ ଟିମ୍ । OMBADC ପାଣ୍ଠିର ଖର୍ଚ୍ଚ ଅନୁଧ୍ୟାନ ପରେ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିବ କମିଟି ।

{"id":176752}

ଏହା ପୂର୍ବରୁ ଗତକାଲି ଲୋକସେବା ଭବନରେ ସିଇସି ଓ ରାଜ୍ୟ ସରକାରଙ୍କ ଭିତରେ ଏକ ବୈଠକ ବସିଥିଲା । ଖଣି ଅଞ୍ଚଳରେ ସରକାର କେଉଁ ପ୍ରକଳ୍ପରେ କେତେ ଖର୍ଚ୍ଚ କରିଛନ୍ତି ଓ କଣ ପ୍ରକଳ୍ପ ହୋଇଛି, କି କି ଯୋଜନା ଲାଗୁ କରାଯାଇଛି ସେସବୁ ସିଇସିଙ୍କ ଆଗରେ ଉପସ୍ଥାପନ କରିଛନ୍ତି ।

{"id":176753}

OMBADC ପାଣ୍ଠିରେ ଏବେ ପ୍ରାୟ ୧୬ ହଜାର କୋଟି ଟଙ୍କା ରହିଛି । ସେଥିରୁ ୧୦ ହଜାର କୋଟି ଟଙ୍କାର ପ୍ରକଳ୍ପ ଓଭର୍ ସାଇଟ୍ ଅଥରିଟି ମଞ୍ଜୁର କରିଛନ୍ତି ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି । ୮ଟି ଖଣିଜ ସଂପଦ ବହୁଳ ଜିଲ୍ଲାର ୭ଟି ସେକ୍ଟରରେ ରାଜ୍ୟ ସରକାର ଏହି ଅର୍ଥ ଉପଯୋଗ କରିବେ । ବିଶେଷ କରି ପାନୀୟ ଜଳ, ସ୍ବାସ୍ଥ୍ୟ ସେବା, ଗ୍ରାମ୍ୟ ରାସ୍ତା, ଶିକ୍ଷା କ୍ଷେତ୍ରରେ ଏହି ଅର୍ଥ ଖର୍ଚ୍ଚ ହେଉଛି । ଯେଉଁ ବିଭାଗ ଖର୍ଚ୍ଚ ଲାଗି ପ୍ରୋଜେକ୍ଟ ରିପୋର୍ଟ ଦେଇ ନାହାନ୍ତି ,ସେମାନଙ୍କୁ ପ୍ରୋଜେକ୍ଟ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ବୈଠକ ପରେ ପଞ୍ଚାୟତିରାଜ ସଚିବ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.