ପାକିସ୍ତାନ ସେନା ଗୁଳିରେ ଜଣେ ଯବାନ ଶହୀଦ: ଚଳିତ ବର୍ଷ ଏବେ ସୁଦ୍ଧା ୩୨୦୦ ଥର ଅସ୍ତ୍ରବିରତି ଉଲଙ୍ଘନ କଲାଣି ପାକ୍

Published By : Prameya-News7 Bureau | November 21, 2020 IST

ଶ୍ରୀନଗର ୨୧/୧୧ : ପାକିସ୍ତାନ ନିଜ ଆତଙ୍କବାଦୀ କାର୍ଯ୍ୟକଳାପରୁ ବାଜ ଆସୁନାହିଁ। ସୀମାରେ ଲଗାତାର ଅସ୍ତ୍ରବିରତି ଉଲଙ୍ଘନ କରିଚାଲିଛି। ପାକିସ୍ତାନୀ ସେନା ତରଫରୁ ଜାମ୍ମୁ କାଶ୍ମୀର ରାଜୋରି ଜିଲ୍ଲା ଏଲଓସିରେ ନିୟୋଜିତ ଯବାନଙ୍କ ପୋଷ୍ଟରେ ଗୁଳି ଚଳାଇଛି। ଏଥିରେ ଭାରତୀୟ ସେନାର ଜଣେ ଯବାନ ଶହୀଦ ହୋଇଛନ୍ତି। ଅଧିକାରୀ କହିଛନ୍ତି ଯେ, ନୌଶେରା ସେକ୍ଟରର ଲାମ ଅଞ୍ଚଳରେ ସୀମା ଆରପଟୁ ରାତି ପାଖାପାଖି ଗୋଟାଏ ବେଳେ ଗୁଳି ବର୍ଷଣ ହୋଇଥିଲା। ଏଥିରେ ହାବିଲଦାର ଶିବାଜୀ ଗମ୍ଭୀର ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଭାରତୀୟ ସେନା ପାକିସ୍ତାନ ସେନାକୁ ମୁହଁତୋଡ ଜବାବ ଦେଇଛି ବୋଲି ସେ କହିଛନ୍ତି। କିଛି ସମୟ ଯାଏଁ ଉଭୟ ପକ୍ଷରୁ ଗୁଳି ଚାଳନା ହୋଇଥିଲା। 

wp:core-embed/twitter {"url":"https://twitter.com/ANI/status/1330036364843298817","type":"rich","providerNameSlug":"twitter","className":""}
https://twitter.com/ANI/status/1330036364843298817
/wp:core-embed/twitter

ଜାମ୍ମୁ କଶ୍ମୀର କୁଲଗାମ ଜିଲ୍ଲାରୁ ଶୁକ୍ରବାର ଦିନ ଭାରତୀୟ ସେନା ଏକ ଆଇଇଡି ଜବତ କରିଥିଲା। ଏହାକୁ ଭାରତୀୟ ସେନା ପରେ ନିଷ୍କ୍ରିୟ କରିଥିଲେ। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାରେ ସୁରତର ସ୍ଥାନୀୟ ମସଜିଦ ନିକଟରେ ପାଇପରେ ଲାଗିଥିବା ଏକ ଆଇଇଡି ଜବତ ହୋଇଥିଲା। ବୋମା ନିରୋଧକ ଦଳ ଘଟଣାସ୍ଥଳରେ ହିଁ ଆଇଇଡିକୁ ନିଷ୍କ୍ରିୟ କରିଦେଇଥିଲେ। ଘଟଣାସ୍ଥଳରେ କୌଣସି କ୍ଷତି ହୋଇନାହିଁ।

ପାକିସ୍ତାନ ଲଗାତାର ଅସ୍ତ୍ରବିରତି ଉଲଙ୍ଘନ ଲରିଚାଲିଛି। ୧୯୯୯ ମସିହାରେ ଉଭୟ ଦେଶ ଦ୍ୱାରା ହୋଇଥିବା ଦ୍ୱିପାକ୍ଷିକ ଅସ୍ତ୍ରବିରତି ଚୁକ୍ତି ଉଲଙ୍ଘନ କରୁଛି। ୨୦୨୦ ଜାନୁଆରୀ ମାସରୁ ଏବେ ସୁଦ୍ଧା ୩୨୦୦ ରୁ ଅଧିକ ଥର ଅସ୍ତ୍ରବିରତି ଉଲଙ୍ଘନ କରିସାରିଛି। ଏଥିରେ ୩୦ ନାଗରିକ ପ୍ରାଣ ହରାଇଥିବାବେଳେ ୧୧୦ରୁ ଅଧିକ ଆହତ ହୋଇଛନ୍ତି। ଗୁରୁବାର ଦିନ ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ନଗରୋଟା ଟୋଲ ପ୍ଲାଜା ନିକଟରେ ୪ ଆତଙ୍କବାଦୀ ନିହତ ହୋଇଥିଲେ। ସେମାନଙ୍କ ଠାରୁ ୧୧ଟି ଏକେ ରାଇଫଲ ଓ ଅନ୍ୟାନ୍ୟ ଅସ୍ତ୍ର ଜବତ ହୋଇଛି। ପୋଲିସ ମୁଖ୍ୟ ଦୀଲବାଗ ସିଂହ କହିଛନ୍ତି ଯେ ଏହି ଆତଙ୍କବାଦୀ ନିକଟରେ ସାମ୍ବା ସେକ୍ଟରରେ ଅନ୍ତରାଷ୍ଟୀୟ ସୀମା ଜରିଆରେ ଜାମ୍ମୁ-କାଶ୍ମୀରରେ ଅନୁପ୍ରବେଶ ଉଦ୍ୟମ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.