Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ପାକିସ୍ତାନର ଯୁଦ୍ଧ ବିରତି ଉଲଂଘନ, ଜଣେ ଯବାନ ସହିଦ : ଜବାବରେ ପାକିସ୍ତାନ ସେନାର ଶିବିର ଧ୍ବଂସ କଲା ଭାରତ

24/03/2019 at 3:09 PM

ଜାମ୍ମୁ ୨୪/୩ : ପାକିସ୍ତାନ ଜାମ୍ମୁ କାଶ୍ମୀର ପୁଞ୍ଚ ଏବଂ ନୌସେରା ଅଂଚଳରେ ଆଜି ନିୟନ୍ତ୍ରଣ ରେଖାରେ ଯୁଦ୍ଧ ବିରତି ଉଲଂଘନ କରିଛି | ଗତକାଲି ମଧ୍ୟ ପାକିସ୍ତାନ ଯୁଦ୍ଧ ବିରତି ଉଲଂଘନ କରି ଗୁଳି ବର୍ଷା କରିଥିଲା | ଏହାର ଜବାବରେ ଭାରତୀୟ ସେନା ପାକିସ୍ତାନର ଏକା ଶିବିର ଧ୍ବଂସ କରିଦେଇଥିଲା | ସେନା ଏକା ଭିଡିଓ ଜାରି କରିଛି ଯେଉଁଥିରେ ପାକିସ୍ତାନର ଧ୍ବଂସ ଶିବିରର ଦୃଶ୍ୟ ରହିଛି | ଅପରପକ୍ଷରେ ପାକିସ୍ତାନ ଓଲଟା ପତାକା ଉଡ଼ିଛି | ଓଲଟା ପତାକା ଉଡାଇବା ଅର୍ଥ ଗମ୍ଭୀର ସଙ୍କଟର ସଂକେତ ଦର୍ଶାଇଥାଏ | ଶନିବାର ରାତିରେ ହୋଇଥିବା ଫାଇରିଙ୍ଗରେ ଭାରତୀୟ ସେନାର ଯବାନ ହରି ୱାକର ସହିଦ ହୋଇଥିଲେ | ହରିଙ୍କ ଘର ରାଜସ୍ଥାନରେ |


ଜାମ୍ମୁ କାଶ୍ମୀର ରଜୋରି ଜିଲ୍ଲାରେ ପାକିସ୍ତାନ ଗୁରୁବାର ଦିନ ନିୟନ୍ତ୍ରଣ ରେଖାରେ ଯୁଦ୍ଧ ବିରତି ଉଲଂଘନ କରିଥିଲା | ପାକିସ୍ତାନୀ ସେନା ଭାରତୀୟ ସୀମାରେ ଫାଇରିଙ୍ଗ କରିଥିଲେ | ଏଥିରେ ଜଣେ ରାଇଫଲ ମ୍ୟାନ ୟଶପାଲ ସହିଦ ହୋଇଥିଲେ | ସେହିଦିନ ଆତଙ୍କବାଦୀମାନେ ପୋଲିସ ପାର୍ଟିକୁ ଟାର୍ଗେଟ କରି ଗ୍ରେନେଡ଼ ହମଲା କରିଥିଲେ | ଏଥିରେ ଥାନା ପ୍ରଭାରୀଙ୍କ ସମେତ ୩ଜଣ ପୋଲିସକର୍ମୀ ଗୁରୁତର ଆହତ ହୋଇଥିଲେ |


୨୦୧୮ ମସିହାରେ ପାକିସ୍ତାନ ୧୯୫୦ ଥର ଯୁଦ୍ଧ ବିରତି ଉଲଂଘନ କରିଥିଲା | ଗତ ୧୫ ବର୍ଷରେ ଏହା ସର୍ବାଧିକ ଥିଲା |
ପାକିସ୍ତାନ ସେନା ତରଫରୁ ହେଉଥିବା ଫାଇରିଙ୍ଗକୁ ନଜରରେ ରଖି ଭାରତ ସରକାର ପୁଞ୍ଚ ଏବଂ ରଜୋରି ଜିଲ୍ଲାରେ ୨୦୦-୨୦୦ ବଙ୍କର୍ସ ତିଆରି କରିବା ପାଇଁ ଅନୁମତି ଦେଇଥିଲେ | ପ୍ରଶାସନ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ଯେ, ଏହି ବଙ୍କର୍ସ ନିର୍ମାଣ କାମ ଶୀଘ୍ର ଶେଷ କରାଯାଉ | ଏହାର ଫଣ୍ଡ ଗ୍ରାମୀଣ ବିକାଶ ବିଭାଗ ତରଫରୁ ଦିଆଯିବ | ଆସନ୍ତା ଗୋଟିଏ ମାସ ଭିତରେ ଏହି ବଙ୍କର୍ସ ନିର୍ମାଣ କାମ ଶେଷ ହୋଇଯିବ |

   Related Posts