ଜାମ୍ମୁ କାଶ୍ମୀରରେ ପାକ୍ ସେନାର ଗୁଳିରେ ଜଣେ ଭାରତୀୟ ଯବାନ ସହିଦ : ଭାରତର ପାଲଟା ଜବାବରେ ଦୁଇ ପାକିସ୍ତାନୀ ସୈନିକ ନିହତ

Published By : Prameya-News7 Bureau | July 30, 2019 IST

ଜମ୍ମୁ ୩୦/୭: ଜାମ୍ମୁ କାଶ୍ମୀରରେ ପାକିସ୍ତାନ ଅସ୍ତ୍ରବିରୋଧୀ ଉଲ୍ଲଙ୍ଘନ କରିବାରୁ ରାଜୋରୀ ଜିଲ୍ଲାର ସୁନ୍ଦରବନୀ ସେକ୍ଟର ଏବଂ କୂପଓ୍ବାଡ଼ାର ତଙ୍ଗଧାର ଏବଂ କେରନ ସେକ୍ଟରରେ ମୋର୍ଟାର ମାଡ଼ କରିବା ସହ ଗୁଳି ଚାଳନା କରିଥିଲେ। ଏହି ଗୁଳିଚାଳନାରେ ସୁନ୍ଦରବନି ସେକ୍ଟରରେ ଜଣେ ଭାରତୀୟ ସେନାର ଯବାନ ସହୀଦ ହୋଇଛନ୍ତି। ଗୁଳିବିନିମୟ ଜାରି ରହିଛି। ଭାରତୀୟ ଯବାନମାନେ ମଧ୍ୟ ଏହାର ପାଲଟା ଜବାବ ଦେଉଛନ୍ତି।

ଭାରତୀୟ ସେନାଙ୍କ ପାଲଟା ଜବାବରେ କୂପଓ୍ବାଡ଼ାର ତଙ୍ଗଧାର ଏବଂ କେରନ ସେକ୍ଟରରେ ଦୁଇ ପାକିସ୍ତାନୀ ସୈନିକ ନିହତ ହୋଇଛନ୍ତି। ଉଭୟ ପଟୁ ଗୁଳି ବିନିମୟ ଏବେ ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.