Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ଦେଶର ପ୍ରତିରକ୍ଷାରେ କାହାର ଭୂମିକା ବଡ଼ ? ବାୟୁସେନାକୁ ‘ସପୋର୍ଟିଂ ଆର୍ମ’ କହିଲେ CDS, ଜାଣନ୍ତୁ କ’ଣ କହିଲେ IAF ମୁଖ୍ୟ

3/07/2021 at 4:54 PM

ନୂଆଦିଲ୍ଲୀ ୩।୭: ଦେଶରେ ସ୍ଥଳସେନା, ବାୟୁସେନା ଓ ନୌସେନା ମଧ୍ୟରେ ସମନ୍ୱୟ ଲାଗି ୟୁନିଫାଏଡ ମିଲେଟ୍ରି କମାଣ୍ଡ ଲାଗି ପରିକଳ୍ପନା କରାଯାଉଛି। ତେବେ ଏପରି କମାଣ୍ଡକୁ ନେଇ ବାୟୁସେନାର ଆପତ୍ତି ରହିଛି। ଏଥିରେ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ୍‌) ବିପିନ ରାବତଙ୍କ ଏକ ବୟାନ ବାୟୁସେନା ମୁଖ୍ୟ ଆର.କେ.ଏସ୍. ଭଦୋରିଆଙ୍କ ଅସନ୍ତୋଷ ବଢାଇ ଦେଇଛି। ସିଡିଏସ୍ ବାୟୁସେନାକୁ ଭାରତୀୟ ରକ୍ଷା ବ୍ୟବସ୍ଥାର ସହାୟକ ଶାଖା ବୋଲି କହିଛନ୍ତି।

ବାୟୁସେନାର ସାମର୍ଥ୍ୟ ଉପରେ ସିଡିଏସ୍‌ଙ୍କ ମନ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ଭାରତ ନିଜକୁ ପ୍ରତିରକ୍ଷା କ୍ଷେତ୍ରରେ ଏକ ବ୍ୟବସ୍ଥିତ ରାଷ୍ଟ୍ରରେ ପରିଣତ କରିବାକୁ ଯାଉଛି। ତେବେ ଭାରତୀୟ ବାୟୁସେନାକୁ ଏକକ ଏୟାର ଡିଫେନ୍ସ କମାଣ୍ଡ ସ୍ୱୀକାର କରିବାରେ କୌଣସି ଆପତ୍ତି ନାହିଁ ବୋଲି ସିଡିଏସ୍‌ କହିଛନ୍ତି। ହେଲେ ମାଟି ଉପରେ ଲଢୁଥିବା ସୈନିକଙ୍କୁ ସହଯୋଗ ଲାଗି ବାୟୁସେନାକୁ ଅପେକ୍ଷା କରିବାକୁ ପଡୁଥିବା ସେ କହିଛନ୍ତି।

ତେବେ ସିଡିଏସଙ୍କ ବୟାନକୁ ବାୟୁସେନା ମୁଖ୍ୟ ଅଗ୍ରାହ୍ୟ କରିଦେଇଛନ୍ତି। ବାୟୁସେନା ଆର୍ମିର ସପୋର୍ଟ ଆର୍ମ ନୁହେଁ ବୋଲି କହିଛନ୍ତି। କାରଣ ବାୟୁସେନା ପ୍ରଥମେ ପହଞ୍ଚି କୌଣସି ପ୍ରକାରର ବିପଦକୁ ହ୍ରାସ କରିଥାଏ। ସେ ପର୍ଯ୍ୟନ୍ତ ସ୍ଥଳ ସେନା ସେଠାକୁ ପହଞ୍ଚିବି ନଥାନ୍ତି। ଏଥିରୁ ଭାରତୀୟ ବାୟୁସେନାର ଶକ୍ତିକୁ ଯେ କେହି ବି ସହଜରେ ଅନୁମାନ କରିପାରେ ବୋଲି ସେ କହିଛନ୍ତି। ସ୍ଥଳ ସେନାକୁ ବାୟୁସେନା ସହଯୋଗ କରିନଥାଏ ବରଂ ନେତୃତ୍ୱ ନେଇଥାଏ ବୋଲି ଭଦୋରିଆ କହିଛନ୍ତି।

ଥିଙ୍କଟ୍ୟାଙ୍କ ଗ୍ଲୋବାଲ କାଉଣ୍ଟର ଟେରରିଜିମ କାଉନସିଲ (ଜିସିଟିସି)ଙ୍କ ପକ୍ଷରୁ ଆୟୋଜିତ ଏକ ସମ୍ମିଳନୀରେ ସିଡିଏସ୍‌ ରାବତ ବାୟୁସେନାକୁ ସେନାର ସହାୟକ ଶାଖା ବୋଲି କହିଥିଲେ।  ସେ କହିଥିଲେ ଯେ ଥିଏଟର କମାଣ୍ଡଙ୍କ ଉପରେ ଦେଶର ସମଗ୍ର  ଆକାଶ ସୀମା ପରିଚାଳନା ନ୍ୟସ୍ତ ରହିଛି।  ଏହି କାର୍ଯ୍ୟକ୍ରମରେ ଏୟାର ଚିଫ୍ ମାର୍ସଲ ଭଦୋରିଆ ମଧ୍ୟ ଯୋଗ ଦେଇଥିଲେ ଓ ଅଧିବେଶନକୁ ସମ୍ବୋଧିତ ମଧ୍ୟ କରିଥିଲେ।

   Related Posts