Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ପ୍ରଥମ ବିଦେଶ ଗସ୍ତ: ପଦ ସମ୍ଭାଳିବାର ୨୧ ମାସ ପରେ ରୁଷ-ଆମେରିକା ଯିବେ ସିଡିଏସ ଜେନେରାଲ ବିପିନ ରାଓ୍ଵତ

19/09/2021 at 8:02 PM

ନୂଆଦିଲ୍ଲୀ ୧୯।୦୯: ବିପିନ ରାଓ୍ଵତ ସିଡିଏସ ଜେନେରାଲ ପଦଭାର ସମ୍ଭାଳିବାର ପ୍ରାୟ ଦୁଇ ବର୍ଷ ପରେ ନିଜର ପ୍ରଥମ ବିଦେଶ ଗସ୍ତରେ ଯିବେ। ନିଜର ପ୍ରଥମ ଗସ୍ତରେ ରାଓ୍ଵତ ରୁଷ ଓ ଆମେରିକା ଯାତ୍ରା କରିବେ। ସେ ୨୦୧୯ ଡିସେମ୍ବର ୩୧ରେ ସିଡିଏସ ପଦଭାର ସମ୍ଭାଳିଥିଲେ। ଏହା ପରଠୁ ତାଙ୍କୁ ଲଗାତାର ବିଦେଶ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିମନ୍ତ୍ରଣ ମିଳୁଥିଲା। ହେଲେ  ଭାରତରେ ସୁରକ୍ଷାବଳକୁ ମଜବୁତ କରିବାର କାର୍ଯ୍ୟଭାର ଯୋଗୁଁ ସେ ବିଦେଶ ଗସ୍ତ କରି ପାରୁନଥିଲେ।

ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀଙ୍କ ଅନୁଯାୟୀ, ସାଙ୍ଘାଇ ସହଯୋଗ ରାଜିନାମା(ଏସସିଓ)ର ସଦସ୍ୟ ଦେଶ ମଧ୍ୟରେ ସିଡିଏସ ରାଙ୍କର ଅଫିସରଙ୍କ ମିଟିଂ ରହିଛି। ଚୀନ ଓ ପାକିସ୍ତାନ ମଧ୍ୟ ଏହାର ସଦସ୍ୟ। ଏହି ଗସ୍ତରେ ସିଡିଏସ ଆଞ୍ଚଳିକ ସୁରକ୍ଷା ପ୍ରସଙ୍ଗ ସହ ଆଫଗାନିସ୍ତାନ ଉପରେ ମଧ୍ୟ ଆଲୋଚନା କରିବେ। ଏହା ବ୍ୟତୀତ ରୁଷରେ ଏସସିଓ ଶାନ୍ତି ଅଭିଯାନ ପାଇଁ ଆୟୋଜିତ ଯୁଦ୍ଧାଭ୍ୟାସ୍‌ ମଧ୍ୟ ଦେଖିବେ। ଭାରତୀୟ ସ୍ଥଳ ସେନା ଓ  ବାୟୁସେନା ସେଠାରେ ଏବେ ଅଭ୍ୟାସ୍ ଚଳାଇଛନ୍ତି।

ରୁଷ ଗସ୍ତ ପରେ ସିଡିଏସ ରାଓ୍ଵତ ଆମେରିକା ଗସ୍ତ କରିବେ। ସେଠାରେ ନିଜ ସମକକ୍ଷଙ୍କୁ ଭେଟିବେ ଏବଂ ପେଣ୍ଟାଗନରେ ସୈନ୍ୟ ନେତୃତ୍ଵଙ୍କୁ ସାକ୍ଷାତ କରିବେ। ଉଲ୍ଲେଖନୀୟ ରୁଷ ଓ ଆମେରିକା ଲଗାତାର ସାମରିକସ୍ତରରେ ଭାରତର ନିକଟତର  ହେଉଛନ୍ତି। ଦୁଇ ଦେଶ ଯୁଦ୍ଧାଭ୍ୟାସ୍ ସହିତ ଉପକରଣରେ ସହଯୋଗର ହାତ ମଧ୍ୟ ବଢାଉଛନ୍ତି।

   Related Posts