ଏମାନେ କୌଣସି ରେମ୍ଵୋ ନୁହନ୍ତି, ନାଇକୁ ପରି ଆତଙ୍କବାଦୀଙ୍କୁ ଖୋଜି ନିପାତ କରିବା ଆମର କାମ

Published By : Prameya-News7 Bureau | May 07, 2020 IST

ନୂଆଦିଲ୍ଲୀ ୦୭।୦୫: ଭାରତୀୟ ସୁରକ୍ଷା ବଳ ଜାମ୍ମୁ-କାଶ୍ମୀରରେ ନିଜର ଏକ ବଡ ଅଭିଯାନରେ ସଫଳ ହୋଇଛନ୍ତି। ଏହି କ୍ରମରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(CDS) ଜେନେରାଲ ବିପିନ ରାଓ୍ଵତ ଗୁରୁବାର ଆତଙ୍କବାଦୀ ରିୟାଜ ନାଇକୁର ନିପାତ ନେଇ  ଜାମ୍ମୁ-କାଶ୍ମୀର ପୋଲିସ୍ ଓ ସୁରକ୍ଷାକର୍ମୀଙ୍କ ପ୍ରଶଂସା କରିଛନ୍ତି। ଏହି ସମୟରେ ସେ ସୁରକ୍ଷାକର୍ମୀଙ୍କୁ ଉତ୍ସାହିତ କରି କହିଛନ୍ତି, ଆତଙ୍କବାଦୀ କୌଣସି ରେମ୍ଵୋ ନୁହନ୍ତି, ସେମାନେ କିଛି ବି ନୁହନ୍ତି। ଆମକୁ ଆତଙ୍କବାଦୀଙ୍କ ନେତୃତ୍ଵକୁ ମହତ୍ଵ ଦେବା ଉଚିତ୍ ନୁହେଁ।

ଜେନେରାଲ ବିପିନ୍ ରାଓ୍ଵତ ଏହା ଉପରେ ଜୋର ଦେଇ କହିଛନ୍ତି ଯେ, ସଶସ୍ତ୍ର ବଳର  ପ୍ରଥମ ପ୍ରାଥମିକତା ଆତଙ୍କବାଦୀ ମୁଖ୍ୟକୁ ନିପାତ କରିବା। ଏଥିରେ ଆତଙ୍କବାଦୀ ଗୋଷ୍ଠୀରେ ଭର୍ତ୍ତି ପ୍ରକ୍ରିୟା ଧିମା ହୋଇଯାଏ।

{"id":266357,"width":578,"height":434,"sizeSlug":"large"}

ରିୟାଜ ନାଇକୁର ଏନକାଉଣ୍ଟରକୁ ସିଡିଏସ ବିପିନ ରାଓ୍ଵତ ନେଇ କହିଛନ୍ତି  ଆତଙ୍କବାଦୀଙ୍କୁ ବଡ ଛବି କରିବା, ସେମାନଙ୍କୁ ରେମ୍ବୋ ପରି ଛବି ରୂପେ ପ୍ରଚାର କରିବାକୁ ପ୍ରୟାସ କରାଯାଏ। ମାତ୍ର ଆମକୁ ଏସବୁରୁ ଦୂରରେ ରହିବାକୁ ପଡିବ। ସେମାନଙ୍କର ନକରାତ୍ମକ ଦିଗକୁ ସାମ୍ନାକୁ ଆଣିବାକୁ ପଡିବ। ଏଥିରେ ଆତଙ୍କବାଦୀ ନେତାଙ୍କ ରେମ୍ବୋ ପରି ଛବି ତିଆରି ହୋଇ ପାରିବ ନାହିଁ। ସେମାନେ କେବଳ ଜଣେ ଆତଙ୍କବାଦୀ ଏବଂ ସେମାନର ଗୋଟିଏ ଉଦ୍ଦେଶ୍ୟ ଅଶାନ୍ତି ସୃଷ୍ଟି କରିବା। ସେମାନେ ଚାହାନ୍ତି ନାହିଁ କାଶ୍ମୀରରେ ସ୍ଥିତି ସ୍ଵାଭାବିକ ରହୁ। କାଶ୍ମୀର ବାସୀ ଶାନ୍ତିରେ ରୁହନ୍ତୁ। ଆମେ ସେମାନଙ୍କ ନେତୃତ୍ଵକୁ ମହତ୍ଵ ଦେବା ଉଚିତ୍ ନୁହେଁ।

କରୋନା ଯୋଦ୍ଧାଙ୍କ ସମ୍ମାନରେ ସଶସ୍ତ୍ର ବଳ ଦ୍ଵାରା କରାଯାଇଥିବା ପୁଷ୍ପ ବର୍ଷା କାର୍ଯ୍ୟକ୍ରମକୁ ସମାଲୋଚନା କରୁଥିବା ଲୋକଙ୍କ ଉପରେ ସିଡିଏସ ଜେନେରାଲ ବିପିନ ରାଓ୍ଵତ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, କିଛି ଲୋକ ଏମିତି ଯେଉଁମାନେ ଅଶିକ୍ଷିତ। ମାତ୍ର ସେମାନଙ୍କଠାରେ ବୁଦ୍ଧିମତା ଓ ଜ୍ଞାନ ଭରି ରହିଛି। ମାତ୍ର ଏମିତି ବି ଲୋକ ଅଛନ୍ତି, ଯେଉଁମାନେ ଶିକ୍ଷିତ ମାତ୍ର ସେମାନେ ଏମିତି ବ୍ୟବହାର କରନ୍ତି ଯେମିତି ସେମାନେ ଅବିବେକ ଓ ବୁଦ୍ଧିହୀନ।

ଉଲ୍ଲେଖଯୋଗ୍ୟ, ଜାମ୍ମୁ-କାଶ୍ମୀରର ପୁଲଓ୍ଵାମା  ଜିଲ୍ଲାରେ ବୁଧବାର ସୁରକ୍ଷାବଳ ସହିତ ହୋଇଥିବା ଗୁଳି ବିନିମୟରେ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ଟପ୍ କମାଣ୍ଡର ରିୟାଜ ନାଇକୁ ନିହତ ହୋଇଥିଲା। ନାଇକୁ ଗତ ଆଠ ବର୍ଷ ହେବ ଫେରାର ଥିଲା। ତାର ମୁଣ୍ଡ ଉପରେ ୧୨ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.