ମେ ୩ରେ ତିନି ସେନା କରୋନା ଯୋଦ୍ଧାଙ୍କୁ ଦେବେ ସମ୍ମାନ, ଶ୍ରୀନଗରରୁ ତ୍ରିବେନ୍ଦ୍ରମ ଓ ଆସାମରୁ କଚ୍ଛ ଯାଏ ଫ୍ଲାଇପାଷ୍ଟ କରିବେ ବାୟୁ ସେନା

Published By : Prameya-News7 Bureau | May 01, 2020 IST

ନୂଆଦିଲ୍ଲୀ ୦୧।୦୫: କରୋନା ମହାମାରୀ ମଧ୍ୟରେ ଆଜି ଚିଫ ଅଫ ଡିଫେନ୍ସ ଷ୍ଟାଫ(CDS) ଜେନେରାଲ ବିପିନ ରାଓ୍ଵତ ତିନି ସେନାର ମୁଖ୍ୟଙ୍କ ସହ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ଡାକ୍ତର, ନର୍ସ, ସଫେଇ କର୍ମଚାରୀ, ପୋଲିସ୍, ହୋମଗାର୍ଡ, ଡେଲିଭରୀ ବୟ ଓ ଗଣମାଧ୍ୟମ କର୍ମୀଙ୍କୁ କରୋନା ଯୋଦ୍ଧା କହି ଧନ୍ୟବାଦ ଦେଇଛନ୍ତି। ଏହା ସହିତ ସେ କହିଛନ୍ତି ତିନି ସେନା କରୋନା ଯୋଦ୍ଧାଙ୍କ ଖାସ୍ ସମ୍ମାନ କରିବ।

ଜେନେରାଲ ରାଓ୍ଵତ କହିଛନ୍ତି ମେ ୩ ତାରିଖରେ ଦେଶ କିଛି ଖାସ୍ ଘଟଣାର ସାକ୍ଷୀ ରହିବ। ବାୟୁସେନା ଶ୍ରୀନଗରରୁ ନେଇ ତ୍ରିବେନ୍ଦ୍ରମ ଓ ଆସାମର ଦିବ୍ରୁଗଢଠୁ ନେଇ ଗୁଜରାତର କଚ୍ଛ ପର୍ଯ୍ୟନ୍ତ ଫ୍ଲାଇପାଷ୍ଟ କରିବେ। ଏଥିରେ ପରିବହନ ଓ ଲଢୁଆ ଏୟାରକ୍ରାଫ୍ଟ ସାମିଲ ହେବେ।

{"id":263287,"sizeSlug":"large"}

ସିଡିଏସ ଜେନେରାଲ ବିପିନ ରାଓ୍ଵତ କହିଛନ୍ତି, ସଶସ୍ତ୍ର ବଳ ପକ୍ଷରୁ ଆମେ ସମସ୍ତ କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛୁ। ଡାକ୍ତର, ନର୍ସ, ସଫେଇ କର୍ମଚାରୀ, ପୋଲିସ୍, ହୋମଗାର୍ଡ, ଡେଲିଭରି ବୟ ଓ ଗଣମାଧ୍ୟମ ଯେଉଁ ଭଳି ମୁସ୍କିଲ ସମୟରେ ଆଗକୁ ଆସି ସରକାରଙ୍କ ସନ୍ଦେଶ ସହିତ ଲୋକଙ୍କ ପାଖକୁ ପହଞ୍ଚୁଛନ୍ତି।

ଜେନେରାଲ ରାଓ୍ଵତ କହିଛନ୍ତି ନୌସେନା ନିଜ ପକ୍ଷରୁ ଯୁଦ୍ଧପୋତକୁ ମେ ୩ ସନ୍ଧ୍ୟାରେ ଉପକୂଳରେ ମୁତୟନ କରିବ। ନୌସେନାର ଯୁଦ୍ଧଜାହାଜର ଆଲୋକ ବିଚ୍ଛୁରିତ କରାଯିବ ଏବଂ ହେଲିକପ୍ଟର ଜରିଆରେ ହସ୍ପିଟାଲ ଉପରେ ଫୁଲ ବର୍ଷା କରାଯିବ। ଏହି ସମୟରେ ଭାରତୀୟ  ବାୟୁସେନା ଫ୍ଲାଇମାଷ୍ଟ ଜରିଆରେ କିଛି ଜାଗାରେ ଫୁଲ ବର୍ଷା କରିବେ।

{"id":263288,"sizeSlug":"large"}

ଏହା ବ୍ୟତୀତ ଆର୍ମି ନିଜ ପକ୍ଷରୁ ଦେଶର ପ୍ରାୟତଃ ପ୍ରତି ଜିଲ୍ଲାରେ କରୋନା ଭାଇରସ୍‌ ହସ୍ପିଟାଲରେ ମାଉଣ୍ଟେନ୍ ବ୍ୟାଣ୍ଡ ଡିସପ୍ଲେ ଆୟୋଜନ କରିବ। ଆମ ପୋଲିସ ବଳଙ୍କ ସମର୍ଥନରେ ପୋଲିସ ମେମୋରିୟାଲ ଉପରେ ସଶସ୍ତ୍ର ବଳ ମେ ୩ରେ ମାଲ୍ୟାର୍ପଣ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.