Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ପତ୍ନୀଙ୍କ ସହ ପରଲୋକରେ ସିଡିଏସ ବିପିନ ରାଓ୍ଵତ, ୧୪ ମଧ୍ୟରୁ ଚାଲିଗଲା ୧୩ ଜଣଙ୍କ ଜୀବନ

8/12/2021 at 6:47 PM

ଚେନ୍ନାଇ ୦୮।୧୨: ଆଉ ଇହ ଜଗତରେ ନାହାନ୍ତି ଦେଶର ପ୍ରଥମ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ) ଜେନେରାଲ ବିପିନ ରାଓ୍ଵତ। ତାମିଲନାଡୁର କୁନ୍ନୁରରେ ବୁଧବାର ସକାଳେ ଘଟିଥିବା  ହେଲିକପ୍ଟର ଦୁର୍ଘଟଣାରେ ସେ, ତାଙ୍କ ପତ୍ନୀ ମଧୁଲିକା ରାଓ୍ଵତଙ୍କ ସହିତ ୧୧ ଅନ୍ୟ ଅଧିକାରୀ ଓ ସହଯୋଗୀଙ୍କ ମୃତ୍ୟୁ ଘଟିଛି। ଭାରତୀୟ ବାୟୁସେନା ଆନୁଷ୍ଠାନିକ  ଭାବେ ଏହାର ସୂଚନା ଦେଇଛି। ଦୁର୍ଘଟଣାରେ ଏକ ମାତ୍ର ବଞ୍ଚିଥିବା ବ୍ୟକ୍ତି ହେଉଛନ୍ତି ବାୟୁସେନାର ଗ୍ରୁପ କ୍ୟାପଟେନ୍  ବରୁଣ ସିଂହ। ହସ୍ପିଟାଲରେ ସେ ଚିକିତ୍ସାଧୀନ ଅଛନ୍ତି।

ଜେନେରାଲ ବିପିନ ରାଓ୍ଵତଙ୍କୁ ନେଇ ଯାଉଥିବା  ଭାରତୀୟ  ବାୟୁସେନାର ଏକ ହେଲିକପ୍ଟର  ବୁଧବାର ତାମିଲନାଡୁର କୁନ୍ନୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘନ କୁହୁଡି ଓ ଖରାପ ପାଣିପାଗ କାରଣରୁ  ବାୟୁସେନାର ଏମଆଇ-୧୭ ଭିଏଚ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାର କାରଣ ଜାଣିବା ପାଇଁ ବିଚାର ବିଭାଗୀୟ ତଦନ୍ତ ଆଦେଶ ଦିଆଯାଇଛି। ହେଲିକପ୍ଟରଟି କୋଏମ୍ବାଟୁରର ନିକଟ ସୁଲୁର ବାୟୁସେନାର ଆଡ୍ଡାରୁ ଉଡାଣ  ଭରିଥିଲା।

ହେଲିକପ୍ଟର ଖସିବା ସମୟରେ ସେଥିରେ ନିଆଁ ଲାଗି ଯାଇଥିଲା। ହେଲିକପ୍ଟରଟି ଅଗ୍ନି ପିଣ୍ଡୁଳାରେ ପରିଣତ ହୋଇ ପାଉଁଶ ହୋଇ ଯାଇଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅନ୍ୟ ଅଧିକାରୀ ହେଉଛନ୍ତି ବ୍ରିଗେଡିୟର ଏଲଏସ ଲିଡର  ସିଡିଏସଙ୍କ ଏସଓ ଲେଫ୍ଟନାଣ୍ଟ କର୍ଣ୍ଣେଲ ହରଜିନ୍ଦର ସିଂହ, ସିଡିଏସଙ୍କ ପିଏସଓ ଏନକେ ଗୁରୁସେବକ ସିଂହ, ପିଏସଓ ଏନକେ ଜିତେନ୍ଦ୍ର କୁମାର, ପିଏସଓ ବିବେକ କୁମାର, ପିଏସଓ ବି ସାଇ ତେଜା, ପିଏସଓ ହାଭ ସତପାଲ ସାମିଲ୍।

   Related Posts