ସଚିବାଳୟରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସିଡିଏମଓ ସମ୍ମିଳନୀ

Published By : Prameya-News7 Bureau | June 19, 2019 IST

ଭୁବନେଶ୍ବର ୧୯|୬: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଚାଲିଛି ସିଡିଏମଓମାନଙ୍କ ସମ୍ମିଳନୀ । ସ୍ବାସ୍ଥ୍ୟ ବିଭାଗର ଭିଜନ୍-୨୦୨୫ ପଲିସି ସମ୍ପର୍କରେ ସିଡିଏମଓ ମାନଙ୍କଠାରୁ ପରାମର୍ଶ ନେଉଛନ୍ତି ମନ୍ତ୍ରୀ । ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଯୋଜନା ଏବଂ ଏହାର କାର୍ଯ୍ୟକାରିତା ନେଇ ବୈଠକରେ ଆଲୋଚନା ହେଉଛି ।

{"id":124729}

ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ୧୦୦ ଦିନିଆ ଖସଡା ପ୍ରସ୍ତୁତ ହେବ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଲୋକେ କିଭଳି ଲାଭ ଉଠାଇପାରିବେ ତା ଉପରେ ଗୁରୁତ୍ବ ଦିଆଯାଉଛି । ଏଥି ସହ ବଳକା ଡାକ୍ତର ପଦବୀ ପୂରଣ ନେଇ ଆଲୋଚନା ହେବ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜିଲ୍ଲାପାଳମାନଙ୍କ ସହ ମଧ୍ୟ ଆଲୋଚନା କରୁଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଏହି ସମ୍ମିଳନୀ ଦୁଇ ଦିନ ଯାଏ ଚାଲିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.