ଯଥେଷ୍ଟ ନୁହେଁ ୬ଫୁଟ ସୋସିଆଲ ଡିଷ୍ଟାନସିଂ ନିୟମ, ୨୦ ଫୁଟ ପର୍ଯ୍ୟନ୍ତ ଯାଇପାରୁଛି ଭୂତାଣୁ: ଅଧ୍ୟୟନ

Published By : Prameya-News7 Bureau | May 29, 2020 IST

ନ୍ୟୁୟର୍କ: କରୋନା ଭାଇରସ୍ ମହାମାରୀ ସଂକ୍ରମଣ ପରଠାରୁ ଦେଶବିଦେଶରେ ଭୂତାଣୁ ନେଇ ଅନେକ ପରୀକ୍ଷା ନିରୀକ୍ଷା ଚାଲିଛି। ସାମାଜିକ ଦୂରତା ବା ସୋସିଆଲ ଡିଷ୍ଟାନସିଂ ହିଁ ହେଉଛି ଭୂତାଣୁ ସଂକ୍ରମଣରୁ ମୁକ୍ତ ରହିବାର ଏକମାତ୍ର ଉପାୟ ବୋଲି ଏପର୍ଯ୍ୟନ୍ତ ବୈଜ୍ଞାନିକ ଜାଣିଛନ୍ତି। ଏଥିପାଇଁ ପ୍ରତିବ୍ୟକ୍ତି ୬ଫୁଟ ଦୂରତା ଅବଲମ୍ବନ ନିମନ୍ତେ ପରାମର୍ଶ ଦିଆଯାଉଛି। ହେଲେ ଏତିକି ଦୂରତା ଯଥେଷ୍ଟ ନୁହେଁ ବୋଲି ସଦ୍ୟ ଗବେଷଣାରୁ ଜଣାପଡିଛି।

{"id":277890,"width":579,"height":385,"sizeSlug":"large"}

ବିଭିନ୍ନ ପରିବେଶରେ ଲୋକେ ନିଶ୍ୱାସପ୍ରଶ୍ୱାସ ନେବା, ଛିଙ୍କିବା ଓ କାଶିବା ଯୋଗୁ ମୁହଁ ଓ ନାକରୁ ଛିଟକୁଥିବା ପବନ ଓ ଜଳକଣାରେ ଭୂତାଣୁ ଅନୁନ୍ୟ ୨୦ଫୁଟ ପର୍ଯ୍ୟନ୍ତ ବ୍ୟାପୁଥିବାର ୟୁନିଭର୍ସିଟି ଅଫ କାର୍ଲିଫର୍ଣ୍ଣିଆର ଏନେଇ ଗବେଷଣାରୁ ଜଣାପଡିଛି।  ବୈଜ୍ଞାନିକଙ୍କ ଅନୁସାରେ ଗୁଳଗଳି ଓ ଥଣ୍ଡା ପାଗରେ ଏହା ଅଧିକ ଦୂର ପର୍ଯ୍ୟନ୍ତ ମଧ୍ୟ ଯାଇପାରେ । ତେବେ ପୂର୍ବ ଗବେଷଣାରୁ କାଶିବା ଓ ଛିଙ୍କିବା ଦ୍ୱାରା ୪୦ ହଜାର ଶ୍ୱାସପ୍ରଶ୍ୱାସ ବୁନ୍ଦା ଛିଟକିଥାଏ ବୋଲି ଜଣାପଡିଥିଲା। ଯାହା ପ୍ରତିସେକେଣ୍ଡ କିଛି ମିଟରରୁ ୧୦୦ ମିଟର ପର୍ଯ୍ୟନ୍ତ ଯାଉଥିବା ଏବେ ବୈଜ୍ଞାନିକ କହୁଛନ୍ତି।

{"id":277891,"sizeSlug":"large"}

ତେବେ ସଂକ୍ରମଣ ପରିବେଶ ସହ ଭୂତାଣୁର ପ୍ରସାର ଉପରେ ନିର୍ଭର କରେ ବୋଲି ପୂର୍ବରୁ ବୈଜ୍ଞାନିକମାନେ କହିଥିଲେ। ତେବେ ପରବର୍ତ୍ତି ଗବେଷଣାରେ ଏଥିଲାଗି ଗାଣିତିକ ପଦ୍ଧତୀର ଅବଲମ୍ବନ କରି ବୈଜ୍ଞାନିକମାନେ ବିଭିନ୍ନ ତାପମାତ୍ରା, ଆର୍ଦ୍ରତା ଓ ବାତାୟନ ବ୍ୟବସ୍ଥାରେ ଏପରି ଡ୍ରପଲେଟର ଗତି ବିଶ୍ଲେଷଣ କରିଛନ୍ତି। ଯେଉଁଥିରେ ସାମାଜିକ ଦୂରତା ଲାଗି ପୂର୍ବରୁ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନସନ (ସିଡିସି) ନିର୍ଦ୍ଧାରିତ କରିଥିବା ୬ଫୁଟ ଦୂରତ୍ୱ ଖୁବ୍ କମ୍‌ ବୋଲି ବୈଜ୍ଞାନିକ କହିଛନ୍ତି। ତେବେ ସାମାଜିକ ଦୂରତା ସହ ଫେସ ମାସ୍କ ବ୍ୟବହାର କରୁଥିଲେ କେହିବି ଏପରି ସଂକ୍ରମଣରୁ ବର୍ତ୍ତିପାରିବେ ବୋଲି ବୈଜ୍ଞାନିକଙ୍କ ଅଧ୍ୟାୟନରୁ ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.