Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

CDC ମୁଖ୍ୟଙ୍କ ଚେତାବନୀ: ଆମେରିକାରେ କରୋନାର ଦ୍ୱିତୀୟ ଲହର ହୋଇପାରେ ଅଧିକ ଘାତକ

23/04/2020 at 5:46 PM

ୱାସିଂଟନ: ଶୀର୍ଷ ଆମେରିକୀୟ ସ୍ୱାସ୍ଥ୍ୟ ଅଧିକାରୀ ଚଳିତବର୍ଷ ଶେଷ ଆଡକୁ ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ଆସିପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି। ଯଦି ଆଶଙ୍କା ସତ୍ୟ ହୁଏ ଏହା ଆମେରିକା ଲାଗି ସବୁଠୁ ଘାତକ ହୋଇପାରେ ବୋଲି ଅଧିକାରୀ କହିଛନ୍ତି। ଆମେରିକା ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନସନ (ସିଡିସି) ମୁଖ୍ୟ ରବର୍ଟ ରେଡଫିଲ୍ଡ ଏହି ଆଶଙ୍କା କରିଛନ୍ତି। ବର୍ଷର ଏହି ସମୟରେ ସାଧାରଣତଃ ଫ୍ଲୁ ସଂକ୍ରମଣ ହୋଇଥାଏ। ଏଥିରେ ଯଦି ପୁଣି ଥରେ କରୋନା ସଂକ୍ରମଣ ବ୍ୟାପିବା  ଆରମ୍ଭ ହେଲା ମୃତ୍ୟୁକୁ ରୋକିବା କଷ୍ଟକର ହୋଇପଡିବ ବୋଲି କହିଛନ୍ତି ରବୋର୍ଟ।

ଚୀନ ଉହାନରୁ ବ୍ୟାପିଥିବା କରୋନା ଚଳିତବର୍ଷ ଆମେରିକାରେ ପହଞ୍ଚିବା ବେଳକୁ ଋତୁକାଳୀନ ଫ୍ଲୁର ସମୟ ସମାପ୍ତ ହୋଇସାରିଥିଲା। ଯଦି ଫ୍ଲୁ ସମୟରେ ଆସିଥାନ୍ତା ତେବେ ପରିସ୍ଥିତିକୁ ଆୟତ୍ତ କରିବା ସମ୍ଭବ ହୋଇପାରିନଥାନ୍ତା ବୋଲି କହିଛନ୍ତି ରବର୍ଟ। ହେଲେ ଆଗାମୀ ଶୀତ ଋତୁରେ ହୁଏତ ପୁଣି ଭୂତାଣୁ ସଂକ୍ରମଣ ହୋଇ ନ ପାରେ ତାହା କିନ୍ତୁ କହି ହେବନାହିଁ। ଯଦି ଏପରି ହୁଏ ଗୋଟିଏ ସମୟରେ ଫ୍ଲୁ ଓ କରୋନାକୁ ଆୟତ୍ତ କରିବା ସମ୍ଭବ ହେବ ନାହିଁ।

ଇତିମଧ୍ୟରେ ହ୍ୱାଇଟ୍ ହାଉସ୍ ଭୂତାଣୁର ମୁକାବିଲା ଲାଗି ଉପାୟ ଜାରି ରଖିବା ସହ ଯାଞ୍ଚ ସୁବିଧା ବଢାଇବାକୁ ଗୁରୁତ୍ୱ ଦେଉଛନ୍ତି। ଏଣୁ ବର୍ଷ ଶେଷ ବେଳକୁ କରୋନାଭାଇରସ୍‌ର ମୁକାବିଲା ଲାଗି ବିଶ୍ୱରେ କେଉଁଠି ନା କେଉଁଠି କିଛିନା କିଛି ଉପାୟ ନିଶ୍ଚିତ ବିକଶିତ ହୋଇଥିବା ବୋଲି ସିଡିସି ମୁଖ୍ୟ ଆଶା ବ୍ୟକ୍ତ କରିଛନ୍ତି। ତେବେ ଆମେରିକାର ଉଦ୍ୟମ ମଧ୍ୟ ଏ ଦିଗରେ ଜାରି ରହିବ। ନଚେତ ଲୋକଙ୍କୁ ସାଧାରଣ ଫ୍ଲୁ ସମୟରେ ଏବେ ପରି ସତର୍କତା ଅବଲମ୍ବନ କରିବାକୁ ନିବେଦନ କରାଯିବ ବୋଲି କହିଛନ୍ତି।

   Related Posts