ବାଲିପାଟଣା ଗାଡ଼ି ଦୁର୍ଘଟଣା: ସାମ୍ନାକୁ ଆସିଲା ସିସିଟିଭି ଭିଡିଓ

Published By : Prameya-News7 Bureau | October 14, 2021 IST

ବାଲିପାଟଣା, ୧୪/୧୦: ରାଜାଧାନୀ ଉପକଣ୍ଠରେ ଗତକାଲି ଏକ ସିରିଜ୍‌ ଦୁର୍ଘଟଣା ଘଟିଥିଲା । ବାଲିପାଟଣା ଥାନା ସରିପୁର ଛକ ନିକଟ ୟାମାହା ଶୋରୁମ୍ ସାମ୍ନାରେ ଏହି ସିରିଜ୍ ଦୁର୍ଘଟଣା ହୋଇଥିବା ବେଳେ ଏହାର ସିସିଟିଭି ଫୁଟେଜ ଏବେ ସାମ୍ନାକୁ ଆସିଛି । ଭୁବନେଶ୍ଵରରୁ ଫେରୁଥିବା ଏକ ଡାଲା ଅଟୋ ରାସ୍ତାରେ ଦୃତ ଗତିରେ ଆସି ଭୁବନେଶ୍ଵର ଯାଉଥିବା ଛେନା ବୋଝେଇ ଅଟୋ ସହ ସାମ୍ନାସାମ୍ନି ଧକ୍କା ଦେଉଥିବା ଏହି ଭିଡିଓରୁ ସ୍ପଷ୍ଟ ଦୃଶ୍ୟ ହେଉଛି ।

wp:html https://www.youtube.com/watch?v=7XEvgzInnA8 /wp:html

ପରେ ଏକ କାର ସହ ମଧ୍ୟ ଅଟୋଟି ଧକ୍କା ହେଉଥିବା ଦେଖିବାକୁ ମିଳୁଛି । ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.