Friday, November 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୀମାରେ ଜଗିବ ସିସିଟିଭି କ୍ୟାମେରା, ଆତଙ୍କବାଦୀଙ୍କ ଉପରେ ରହିବ ନଜର

ନୂଆଦିଲ୍ଲୀ ୧।୧୦: ସୀମାରେ ଜଗିବ ସିସିଟିଭି କ୍ୟାମେରା । ଆତଙ୍କୀଙ୍କ ଉପରେ ରହିବ ତୃତୀୟ ନୟନର ନଜର । ଜାମ୍ମୁ କାଶ୍ମୀରର ସବୁ ଜିଲ୍ଲାରେ ପ୍ରବେଶ ପଥରେ ଲାଗିବ ସିସିଟିଭି ସର୍ଭିଲାନ୍ସ ସିଷ୍ଟମ । ଏହା ଫଳରେ ସନ୍ଦିଗ୍ଧ ବ୍ୟକ୍ତି ଏବଂ ଗାଡିକୁ ଚିହ୍ନଟ କରାଯାଇ ତା ଉପରେ ନଜର ରଖା ଯାଇପାରିବ ।

ଗାଡିର ସ୍ପିଡ୍, ଲୋକେସନ୍ ଏବଂ ଟାଇମକୁ ଜିଆଇଏସ ବ୍ୟବସ୍ଥା ବିଶିଷ୍ଟ ସିସିଟିଭି କଏଦ କରିବ । ତୁରନ୍ତ ଆଲର୍ଟ ମିଳିବା ପରେ ସୁରକ୍ଷାବାହିନୀ ତୁରନ୍ତ ପଦକ୍ଷେପ ନେଇପାରିବେ । ଜାମ୍ମୁ କାଶ୍ମୀରର ସମସ୍ତ ୨୫ଜିଲ୍ଲାର ଏଣ୍ଟ୍ରି ଏବଂ ଏକଜିଟ୍ ପଏଣ୍ଟରେ ସିସିଟିଭି ବ୍ୟବସ୍ଥା ରହିବ ।

ପ୍ରତି ଜିଲ୍ଲାରେ ସିସିଟିଭି ମନିଟରିଙ୍ଗ ଷ୍ଟେସନ ରହିବ । ଏସବୁ ମନିଟରିଙ୍ଗ ଷ୍ଟେସନରୁ ଜାରି ଆଲର୍ଟ ସିଧାସଳଖ ସୁରକ୍ଷାବାହିନୀ ପାଖକୁ ଯିବ । ଏସବୁ ସିସିଟିଭି ରାତିରେ ଏବଂ ଦିନରେ ଭିଡିଓ ନେବାକୁ ସକ୍ଷମ । ସିସିଟିଭି କ୍ୟାମେରାକୁ ସୋଲାର ପାୱାର ସହ କମର୍ସିଆଲ ବିଦ୍ୟୁତ୍ ସଂଯୋଗ ଦିଆଯିବ ।

124 Views

   ସମ୍ବନ୍ଧିତ ଖବର