ଚଳନ୍ତା ଟ୍ରେନ୍‌ରେ ଚଢ଼ିବା ବେଳେ ଖସିଗଲା ଗୋଡ଼, ମହିଳାଙ୍କ ପାଇଁ ଦେବଦୂତ ସାଜିଲେ କନେଷ୍ଟବଳ

Published By : Prameya-News7 Bureau | July 31, 2021 IST

ସିକନ୍ଦରାବାଦ ୩୧/୭: ଚଳନ୍ତା ଟ୍ରେନରେ ଚଢ଼ିବାକୁ ବା ଓହ୍ଲାଇବାକୁ ଚେଷ୍ଟା କରନ୍ତୁ ନାହିଁ। ବାରମ୍ବାର ଦିଆଯାଉଥିବା ଏହି ଚେତାବନୀକୁ ଲୋକେ ଭୁଲି ଯାଉଛନ୍ତି ଏବଂ ଏହାର ପ୍ରଭାବର ପ୍ରାୟତଃ ମୃତ୍ୟୁ ରୂପରେ ସାମ୍ନାକୁ ଆସୁଛି। ତେଲେଙ୍ଗାନାର ସିକନ୍ଦରାବାଦ ରେଳ ଷ୍ଟେସନରେ ଜଣେ ମହିଳା ଠିକ୍‌ ଏମିତି ଭୁଲ କରିଥିଲେ। କିନ୍ତୁ ଦେବଦୂତ ସାଜି ଜଣେ କନେଷ୍ଟବଳ ତାଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି।

ପ୍ଲାଟଫର୍ମରେ ଲାଗିଥିବା ସିସିଟିଭି ଫୁଟେଜରେ ଏ ସମସ୍ତ ଘଟଣା କଏଦ ହୋଇଯାଇଛି। ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ମହିଳା ଟ୍ରେନ୍‌ ଇଞ୍ଜିନ ଦିଗରୁ ଦୌଡ଼ି ଦୌଡ଼ି  ଆସି ଚଳନ୍ତା ଟ୍ରେନ୍‌ର ପ୍ରଥମ ବଗିରେ ଚଢ଼ିବାକୁ ଚେଷ୍ଟା କରୁଛନ୍ତି। ବିପରୀତ ଦିଗରୁ ଆସୁଥବାରୁ ତାଙ୍କର ଭାରସାମ୍ୟରେ ସନ୍ତୁଳନ ରହିନଥିଲା। ପରେ ସେ ପଡ଼ିଯାଇଥିଲେ । ମହିଳାଙ୍କ ଅଧା ଶରୀର ଟ୍ରେନ୍‌ ଏବଂ ପ୍ଲାଟଫର୍ମ ମଧ୍ୟରେ ରହିଯାଇଥିଲା।

ସେହି ସମୟରେ ପ୍ଲାଟଫର୍ମରେ ଡ୍ୟୁଟିରେ ଥିବା ଜଣେ ଆରପିଏଫ କନେଷ୍ଟବଳଙ୍କ ନଜର ମହିଳାଙ୍କ ଉପରେ ପଡ଼ିଥିଲା। ହଠାତ ମହିଳାଙ୍କ ହାତ ଧରି କନେଷ୍ଟବଳ ତାଙ୍କୁ ପ୍ଲାଟଫର୍ମ ଉପରକୁ ଟାଣିଆଣିଥିଲେ।

ତାପରେ ଟ୍ରେନଟି ଅଟକି ଯିବା ପରେ ଅନ୍ୟ କିଛି ଯାତ୍ରୀ ଘଟଣାସ୍ଥଳକୁ ଦୌଡ଼ିଆସିଥିଲେ । ଦେବଦୂତ ସାଜି ଆସିଥିବା କନେଷ୍ଟବଳଙ୍କ ପାଇଁ ମହିଳାଙ୍କ ଜୀବନ ବଞ୍ଚିଯାଇଛି । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି ।

wp:embed {"url":"https://twitter.com/ANI/status/1421405683417681927","type":"rich","providerNameSlug":"twitter","responsive":true}
https://twitter.com/ANI/status/1421405683417681927
/wp:embed

​‌

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.