Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ପଟ୍ଟାମୁଣ୍ଡାଇ ହାଜତ ମୃତ୍ୟୁ ଘଟଣା : ସିସିଟିଭି ଫୁଟେଜ୍ ଦେଲା ନୂଆ ମୋଡ, ପୋଲିସ ବାଡେଇ ମାରିଥିବା ହୋଇଥିଲା ଅଭିଯୋଗ

23/09/2019 at 9:58 AM

ପଟ୍ଟାମୁଣ୍ଡାଇ ୨୩।୯: ଗତ ୧୯ତାରିଖରେ କେନ୍ଦ୍ରପଡା ପଟ୍ଟାମୁଣ୍ଡାଇ ଥାନାରେ ହାଜତ ମୃତ୍ୟୁ ଅଭିଯୋଗରେ ନୂଆ ମୋଡ ଆସିଛି । ପୋଲିସ ଦେଇଥିବା ଏକ ସିସିଟିଭି ଫୁଟେଜ୍ ଘଟଣାର ଅଲଗା ଚିତ୍ର ବୟାନ କରୁଛି । ଅରଡପଲି ଗାଁର ସୁଶାନ୍ତ ବେହେରାଙ୍କୁ ଚୋରା ମଦ ବ୍ୟବସାୟ ଅଭିଯୋଗରେ ପଟ୍ଟାମୁଣ୍ଡାଇ ଥାନାର ଏଏସଆଇ ପବିତ୍ର ବେହେରା ତାଙ୍କ ଘରୁ ଉଠାଇଆଣିଥିଲେ ।

ତେବେ ଥାନାରେ ପୋଲିସ ସୁଶାନ୍ତଙ୍କୁ ପିଟି ପିଟି ମାରିଦେଇଥିବା ଅଭିଯୋଗ ପରେ ପଟ୍ଟାମୁଣ୍ଡାଇ ଥାନାରେ ସ୍ଥାନୀୟ ଲୋକ ହଙ୍ଗାମା କରିଥିଲେ । ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ସୁଶାନ୍ତ ପୋଲିସ ମାଡରେ ନୁହେଁ ବରଂ ସ୍ବାସ୍ଥ୍ୟଗତ କାରଣରୁ ଥାନାରେ ବସିଥିବା ବେଳେ ଟଳିପଡିଥିବା ସିସିଟିଭି ଫୁଟେଜ୍ ରେ ଦେଖିବାକୁ ମିଳୁଛି । ପୋଲିସ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଥିଲା ।

ତେବେ ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ସଫେଇ ଦେଇଥିଲା । ଏବେ ସିସିଟିଭି ଫୁଟେଜ୍ ଜାରି କରିଛି ପୋଲିସ । ପ୍ରଥମେ ସୁଶାନ୍ତଙ୍କୁ ପୋଲିସ ବସାଉଛି ଓ କିଛି ସମୟ ପରେ ତାଙ୍କ ଦେହ ଅସୁସ୍ଥ ହେବାରୁ ସେ ତଳେ ପଡିଯାଉଛନ୍ତି । ତାଙ୍କୁ ସାଙ୍ଗେ ସାଙ୍ଗେ ପିସିଆର ଭ୍ୟାନରେ ଡାକ୍ତରଖାନା ନିଆଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି ।

   Related Posts