ନର୍ସ ନିହାରିକାଙ୍କୁ ମାରି ବସ୍ତାରେ ଭର୍ତ୍ତିକରି ନେବା ବେଳର ମିଳିଲା ସିସିଟିଭି ଫୁଟେଜ୍, ରାଜା ହିଁ ହତ୍ୟାକାରୀ !

Published By : Prameya-News7 Bureau | September 21, 2019 IST

କଟକ ୨୧।୯: ନର୍ସ ନିହାରିକା ହତ୍ୟା ଘଟଣାରେ ଆସିଛି ନୂଆ ମୋଡ । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ନର୍ସ ନିହାରିକାଙ୍କୁ ହତ୍ୟା କରିଛି ତାଙ୍କ ପୁରୁଷ ବନ୍ଧୁ କିଶୋର ଆଞ୍ଚଲ ଓରଫ ରାଜା । କଟକ ଚାଉଳିଆଗଞ୍ଜରେ ହିଁ ନର୍ସ ନିହାରିକାଙ୍କୁ ହତ୍ୟା କରିଛି କିଶୋର । କିଶୋର ନିହାରିକାଙ୍କୁ ହତ୍ୟା କରିସାରିବା ପରେ ବସ୍ତାରେ ଭର୍ତ୍ତି କରି ନେଉଥିବାର ଦୃଶ୍ୟ ଚାଉଳିଆଗଞ୍ଜ ପୂଜାପେଣ୍ଡାଲର ସିସିଟିଭିରେ କଏଦ ହୋଇଛି । ଆଜି ବିରିଡି ପୋଲିସ ଆସି ପୂଜା କମିଟିଠାରୁ ସଂପୃକ୍ତ ସିସିଟିଭିର ହାର୍ଡଡିସ୍କ ନେଇଥିବା ଜଣାପଡିଛି। ଆଜି ଅପରାହ୍ନ ୪ଟା ବେଳେ ଜଗତସିଂହପୁର ଏସପି ଏହି ହତ୍ୟା ଘଟଣାର ସଂପୂର୍ଣ୍ଣ ରହସ୍ୟ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପ୍ରକାଶ କରିବେ ।

{"id":160565}

ସୂଚନାଯୋଗ୍ୟ ଯେ, ଗତକାଲି ନିହାରିକାଙ୍କ ପ୍ରେମିକ କିଶୋର ଆତ୍ମସମର୍ପଣ କରିବା ପୂର୍ବରୁ ପୋଲିସ ହତ୍ୟାକାଣ୍ଡ ଚାଉଳିଆଗଞ୍ଜରେ ଘଟିଥିବା ଜାଣିସାରିଥିଲା । ଚାଉଳିଆଗଞ୍ଜରେ ଥିବା କିଶୋରର ବନ୍ଧୁ ଜଣେ ରଙ୍ଗ ମିସ୍ତ୍ରୀର ଘରେ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୁରାକ ପାଇଥିଲା । ଫଳରେ ପୋଲିସ ରଙ୍ଗ ମିସ୍ତ୍ରୀକୁ ଅଟକ ରଖିବା ସହ ସଂପୃକ୍ତ ଘର ଉପରେ ଚଢଉ କରିଥିଲା । ଘର ଖାନତଲାସୀ ବେଳେ ସେଠାରୁ ନିହାରିକାଙ୍କ ଗୋଟିଏ କାନଫୁଲ ପୋଲିସ ପାଇଥିଲା । ଏଥିସହିତ ସଂପୃକ୍ତ ଘରୁ ଗୋଟିଏ ବେଡସିଟ୍ ଗାୟବ ଥିଲା ବୋଲି ମଧ୍ୟ ଜାଣିବାକୁ ପାଇଥିଲା । ସମ୍ଭବତଃ ଗାୟବ ଥିବା ବେଡସିଟ୍ ରେ ନିହାରିକାଙ୍କ ମୃତଦେହକୁ ଗୁଡାଇ ବସ୍ତାରେ ଭର୍ତ୍ତି କରାଯାଇଥିଲା ।

{"id":160566}

ଗତ ୮ତାରିଖ ଦିନ ୪ଟା ବେଳେ ନିହାରିକା ନର୍ସିହୋମ୍ ରୁ ବାହାରୁ କିଶୋରର ବାଇକ୍ ରେ ବସି ଯିବା ଦୃଶ୍ୟ କଟକ କଲ୍ୟାଣୀନଗରରେ ଥିବା ଏମ ଏମ ମେଡିକେୟାର ନର୍ସିଂହୋମ୍ ସିସିଟିଭିରେ କଏଦ ହୋଇଥିଲା । ଏହାପରେ ନିହାରିକାଙ୍କୁ କିଶୋର ସିଧାସଳଖ ଚାଉଳିଆଗଞ୍ଜ ନେଇଥିଲା । ସେଠାରେ ନିହାରିକାଙ୍କୁ ହତ୍ୟା କରିବା ପରେ ଶବକୁ ବସ୍ତାରେ ବାନ୍ଧି ବାଇକ୍ ରେ ନେଇଯାଇଥିଲା ।

{"id":160567}

ତେବେ ପରସ୍ପରକୁ ପ୍ରଚଣ୍ଡ ଭାବେ ଭଲ ପାଉଥିବା ନିହାରିକା ଓ କିଶୋରଙ୍କ ମଧ୍ୟ ଏମିତି କଣ ଘଟଣା ଘଟିଥିଲା ଯେଉଁଥିପାଇଁ ନିହାରିକାଙ୍କୁ କିଶୋର ହତ୍ୟା କଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୋଲିସ କବଜାରେ ଥିବା କିଶୋରକୁ ଏନେଇ ବ୍ୟାପକ ପଚରାଉଚରା ଚାଲିଛି ।

{"id":160568}

ଗତକାଲି ବିରିଡି ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲା ନର୍ସ ନିହାରିକାଙ୍କ ପୁରୁଷ ବନ୍ଧୁ କିଶୋର ଆଞ୍ଚଲ ଓରଫ ରାଜା । ସେ ଜଗତସିଂହପୁର ବିରିଡ଼ି ଥାନାରେ ଆତ୍ମସମର୍ପଣ କରିବା ଗତକାଲିଠାରୁ ପୋଲିସ ତାଙ୍କୁ କୌଣସି ଏକ ଅଜ୍ଞାତ ସ୍ଥାନରେ ପଚରାଉଚରା କରୁଛି । ଜଗତସିଂହପୁର ବିଲୁଆଖାଇ ନଦୀ ପଠାରୁ ମୃତଦେହ ମିଳିବା ପରଠାରୁ ରାଜା ଫେରାର ଥିଲେ ।

{"id":160569}

ଗତ ୧୭ ତାରିଖ ଦିନ ସକାଳେ ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅନ୍ତର୍ଗତ ବିଲୁଆଖାଇ ନଦୀ ପଠାରୁ ଅଖାରେ ବନ୍ଧା ହୋଇ ରହିଥିବା ନିହାରିକାଙ୍କ ଶବ ପୋଲିସ ଉଦ୍ଧାର କରିଥିଲା । ନିହାରିକାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଅନ୍ତର୍ଗତ ଭିଙ୍ଗାରପୁରରେ । ସେ ଗତ ୪ ବର୍ଷ ହେଲା କଟକ କଲ୍ୟାଣୀ ନଗରରେ ଥିବା ଏମ ଏମ ମେଡିକେୟାର ନର୍ସିଂହୋମ୍ ରେ ନର୍ସ ଭାବେ କାମ କରୁଥିଲେ । ଗତ ୮ ତାରିଖ ଦିନ ୪ଟା ବେଳେ ସେ ତାଙ୍କ ପୁରୁଷ ବନ୍ଧୁ କିଶୋର ଆଞ୍ଚଲ ଓରଫ ରାଜା ସହ ନର୍ସିଂ ହୋମ୍ ରୁ କେଉଁଆଡେ ଯାଇ ଆଉ ଫେରିନଥିଲେ ।

{"id":160570}

ଦୀର୍ଘ ଦିନ ହେବ ନିହାରିକା ପାତ୍ରଙ୍କ ସହ କିଶୋରଙ୍କର ପ୍ରେମ ସଂପର୍କ ଥିଲା । ନିହାରିକା ୮ତାରିଖରେ ନିଖୋଜ ହେବା ପରେ ଏମ ଏମ ମେଡିକେୟାର ଏବଂ ନିହାରିକାଙ୍କ ପରିବାର ପକ୍ଷରୁ କଟକ ମଧୁପାଟଣା ଥାନାରେ ପୃଥକ ପୃଥକ ଏତଲା ଦିଆଯାଇଥିଲା । ତେବେ ମଧୁପାଟଣା ଥାନା ଘଟଣାକୁ ହାଲକା ଭାବରେ ନେଇଥିଲା । ଏପରିକି କିଶୋର ଆଞ୍ଚଲ ହିଁ ନିହାରିକାଙ୍କୁ ଅପହରଣ କରିନେଇଛି ବୋଲି ପରିବାର ଲୋକ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଗୁରୁତ୍ବ ଦେଇନଥିଲା ।

{"id":160571}

୧୭ ତାରିଖ ଦିନ ବିଲୁଆ ଖାଇ ନଦୀ ପଠାରୁ ଶବ ମିଳିବା ପରେ ନିହାରିକାଙ୍କ ପରିବାରଲୋକ ସେଠାରେ ପହଞ୍ଚି ଶବ ଚିହ୍ନଟ କରିଥିଲେ । ତାଙ୍କ ଝିଅକୁ କିଶୋର ଆଞ୍ଚଲ ହିଁ ହତ୍ୟା କରିଛି ବୋଲି  ପୁଣି ବିରିଡି ପୋଲିସ ନିକଟରେ ଅଭିଯୋଗ କରିଥିଲେ । ତେବେ ସେତେବେଳକୁ କିଶୋର ଆଞ୍ଚଲ ଫେରାର ହୋଇସାରିଥିଲା । ପୋଲିସ କିଶୋର ଆଞ୍ଚଲର ବାପା, ସାନ ଭାଇ ଏବଂ ଅନ୍ୟ ୫ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିଲା ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.