Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକକୁ ଧକ୍କା ଦେଲା ହାଇଓ୍ୱା, ଆରୋହୀ ମୃତ
  • ||
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ଯାଜପୁରରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣା: ମୟୂରଭଞ୍ଜର ଝିଅ, ଭୁବନେଶ୍ବରରେ ପଢ଼ୁଥିଲେ ପାଠ, CCTV ଫୁଟେଜ୍‌ରୁ ଲିଙ୍କ୍‌ ଖୋଜୁଛି ପୋଲିସ

27/01/2021 at 3:12 PM

ଯାଜପୁର ୨୭।୧: ରାସ୍ତାକଡରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍ । ସିସିଟିଭି ଫୁଟେଜ୍‌ରେ ଦୁଇ ଜଣ ଯୁବକ ଏକ ସ୍କୁଟିରେ ବସାଇ ଛାତ୍ରୀଙ୍କୁ ନେଉଥିବା ଦେଖିବାକୁ ମିଳିଛି । ଜଣେ ଯୁବକ ଗାଡି ଚଲାଉଥିବା ବେଳେ ଆଉ ଜଣେ ଯୁବକ ମୃତ ଛାତ୍ରୀଙ୍କୁ ଧରି ବସିଥିବାର ସିସିଟିଭି ଫୁଟେଜ୍‌ରେ ରହିଛି । ଯାହାକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ଯାଜପୁର-କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର ପଞ୍ଚାୟତ ମୂଳାପାଳ ଦିଆଲଖଣ୍ଡି ରାସ୍ତା କଡରୁ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ବୁଧବାର ସକାଳେ ଦୁଇ ଜଣ ଯୁବକ ମୃତ ଛାତ୍ରୀଙ୍କୁ ଏକ ସ୍କୁଟିରେ ନେଉଥିବା କିଛି ଲୋକ ଦେଖିଥିବା ଜଣାପଡିଥିଲା । ପରେ ସେହି ରାସ୍ତାକଡରୁ ଛାତ୍ରୀଙ୍କ ମୃତଦେହ ପଡିଥିବା କିଛି ଲୋକ ଦେଖିବାକୁ ପାଇଥିଲେ । ଯୁବତୀଙ୍କ ମୃତଦେହ ପାଖରେ ଏକ ବ୍ୟାଗ୍ ମଧ୍ୟ ପଡିଥିବା ଦେଖିବାକୁ ମିଳିଥିଲା । ଖବର ପାଇ କୁଆଖିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କେମିତି ଛାତ୍ରୀଙ୍କ ମୃତ୍ୟୁ ହେଲା ? କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ? ମୃତ୍ୟୁ ପୂର୍ବରୁ ଛାତ୍ରୀଙ୍କ ସହ କ’ଣ ଘଟିଥିଲା ? ସେ ନେଇ କିଛି ବି ସୂଚନା ମିଳିପାରିନାହିଁ ।

ତେବେ ମୃତ ଛାତ୍ରୀଙ୍କ ପରିଚୟ ମିଳିଛି । ଛାତ୍ରୀ ଜଣଙ୍କ ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅନ୍ତର୍ଗତ ତରୁଣ୍ଡେଇ ପଶୀ ଗାଁର ରମାକାନ୍ତ ନାୟକଙ୍କ ଝିଅ ଝରାଫୁଲ ନାୟକ ବୋଲି ଜଣାପଡିଛି । ସେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଯୁକ୍ତ ତିନି ଦ୍ବିତୀୟ ବର୍ଷର ଛାତ୍ରୀ ଥିଲେ । ଗତ ୨୪ ତାରିଖ ଦିନ ସେ ଘରୁ ବସ୍ ଯୋଗେ ଭୁବନେଶ୍ବର ଯାଇଥିଲେ । ବୁଧବାର ସକାଳୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ଛାତ୍ରୀଙ୍କୁ କିଏ ଓ କାହିଁକି ହତ୍ୟା କଲା, ଏଠାରେ ତାଙ୍କ ମୃତଦେହ କିଏ ପକେଇଲା ତାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

   Related Posts