ବିଳମ୍ବିତ ରାତିରେ ତାଲା କାଟି ଦୋକାନ ଲୁଟ, ସିସିଟିଭିରେ କଏଦ ଚୋରି ଫୁଟେଜ, ଦେଖନ୍ତୁ…
28/10/2019 at 11:41 AM

ସୋର୨୮|୧୦; ଗୋପାଳପୁର ଅଂଚଳରେ ବାରମ୍ବାର ଚୋରି ବଢି ଚାଲିଛି। ସ୍ଥାନୀୟ ଅଞ୍ଚଳରେ ଜଣେ ନିର୍ଦିଷ୍ଟ ଯୁବକ ଚୋରି କରୁଥିଲେବି ଆଜି ପର୍ଯ୍ୟନ୍ତ ପୋଲିସ ନିକଟରେ ଅପହଞ୍ଚ ରହିଛି। ଗତକାଲି ବିଳମ୍ବିତ ରାତିରେ ପ୍ରଥମେ ଦାସ ଚିକେନ ସେଣ୍ଟର ତାଲା କାଟି ଦୁର୍ବୁତ୍ତ ଜଣକ ଡ୍ର ଖୋଲି ଟଙ୍କା ନେଇ ନିକଟସ୍ଥ ଏକ ତେଜରାତି ଦୋକାନର ତାଲା ଭାଙ୍ଗିଥିଲା।

ତେବେ ସମ୍ପୁର୍ଣ୍ଣ ତାଲା କଟିବାରେ ସଫଳ ନହେବାରୁ ନିକଟସ୍ଥ ହସ୍ପିଟାଲରେ କାର୍ଯ୍ୟରତ ଷ୍ଟାଫ ମମତା ବେହେରାଙ୍କ ଅନୁପସ୍ଥିତରେ ତାଲା କାଟି ଘରେ ପଶି ଅଳଙ୍କାର, ଟଙ୍କା ସହ ଏକ ନୂଆ ଗ୍ଲାମର ବାଇକ ଚୋରି କରି ଅନ୍ଧାରରେ ଫେରାର ହୋଇଥିଲା।

ଚିକେନ ସେଣ୍ଟର ତାଲା କାଟି ଦୋକାନ ଭିତରର ପଶିବାର ସମସ୍ତ ଦୃଶ୍ୟ ଦୋକାନରେ ଲାଗିଥିବା ସିସିଟିଭି ରେ ସମସ୍ତ ଦୃଶ୍ୟ ରେକର୍ଡ ହୋଇଛି। ଏପରିକି ଆଗରୁ ଚୋରି କରିଥିଲେବି ସିଧାସଳଖ କୌଣସି ପ୍ରମାଣ ପୋଲିସ ପାଖରେ ନଥିବା ବେଳେ ଗତ ରାତିରେ ହୋଇଥିବା ଚୋରିରେ ଯୁବକ ଜଣକ ସିସିଟିଭିରେ ଧରାପଡିଛି।

ପୋଲିସ ତାକୁ ଗିରଫ କରିପାରୁଛିକି ନାହିଁ ଆଗାମୀ ଦିନରେ ଦେଖିବାକୁ ବାକି ରହିଲା। ପ୍ରକାଶ ଯୋଗ୍ୟ ଯୁବକଙ୍କ ବାପା ମା ଗୋପାଳପୁର ହସ୍ପିଟାଲରେ ଚାକିରୀ କରୁଥିବା ବେଳେ ଯୁବକଙ୍କ ନାମ ବାପୁ ବୋଲି ଜଣାପଡିଛି।
