Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ରହସ୍ୟ ଘେରରେ ନର୍ସ ନିହାରିକାଙ୍କ ହତ୍ୟା ଘଟଣା : ନର୍ସିଂହୋମରୁ ନିହାରିକା ବାହାରୁଥିବାର ଆସିଛି ସିସିଟିଭି ଫୁଟେଜ୍, ପୁରୁଷ ବନ୍ଧୁଙ୍କ ବାପା-ଭାଇଙ୍କ ସହ ୬ ଜଣ ଅଟକ

18/09/2019 at 9:13 AM

କଟକ ୧୮।୯: ନର୍ସ ନିହାରିକାଙ୍କ ହତ୍ୟାକାରୀ କିଏ ? ହତ୍ୟା ପଛର ପ୍ରକୃତ ରହସ୍ୟ କ’ଣ ? କେଉଁଠି ଲୁଚିଛି ହତ୍ୟାକାରୀ ? ଅଖା ଭିତରୁ ନର୍ସ ନିହାରିକାଙ୍କ ମୃତଦେହ ଉଦ୍ଧାର ଘଟଣାରେ ଚାଲିଛି ଛାନଭିନ୍ ।

ଆଉ ଏତିକିବେଳେ ସାମ୍ନାକୁ ଅସିଛି ଏକ ସିସିଟିଭି ଫୁଟେଜ୍ । ଯେଉଁଥିରେ ନିହାରିକା ନର୍ସିଂହୋମ୍ ରୁ ବାହାରକୁ ବାହାରୁଥିବାରୁ ଚିତ୍ର ରହିଛି । ବାହାରେ କେହିଜଣେ ବାଇକ୍ ରେ ହେଲମେଟ୍ ପିନ୍ଧି ତାଙ୍କୁ ଅପେକ୍ଷା କରୁଥିବା ଦେଖାଯାଇଛି । ଏହି ସିସିଟିଭି ଫୁଟେଜ୍ ଗତ ୮ ତାରିଖର । ସେବେଠାରୁ ସେ ଡ୍ୟୁଟିକୁ ଫେରିନଥିଲେ । ପରେ ତାଙ୍କର ଗଳିତ ମୃତଦେହ ଅଖାରେ ବନ୍ଧା ଅବସ୍ଥାରେ ଜଗତସିଂହପୁର ଜିଲ୍ଲା ବିରିଡ଼ି ଥାନା ବିଲୁଆଖାଇ ନଦୀ ପଠାରୁ ମିଳିଥିଲା ।

ପୋଲିସ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ମୃତଦେହ ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି । ସେପଟେ ଘଟଣାରେ ସଂପୃକ୍ତି ସଂଦେହ କରାଯାଉଥିବା ହାଜିପୁର ଅଞ୍ଚଳର କିଶୋର ଚନ୍ଦ୍ର ଆଞ୍ଚଲ ନାମକ ଯୁବକ ଫେରାର ଅଛି । ନିହାରିକା ଏହି ଯୁବକଙ୍କ ସହ ଯାଇଥିଲେ ବୋଲି କୁହାଯାଉଛି । ତେବେ ପୋଲିସ କିଶୋରଙ୍କ ବାପା, ମା’ ଏବଂ ସାନ ଭାଇଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଥିଲା । ହେଲେ ପରେ ତାଙ୍କ ମା’ଙ୍କୁ ପଚରଉଚୁରା କରି ଛାଡି ଦେଇଛି ।

ଏବେବି ବାପା ଏବଂ ସାନ ଭାଇଙ୍କ ସମେତ ୬ଜଣ ଥାନାରେ ଅଟକ ଅଛନ୍ତି ।  କିଶୋର ହିଁ ନିହାରିକାଙ୍କୁ ଅପହରଣ କରିନେବା ପରେ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ନିହାରିକା ପାତ୍ରଙ୍କ ଘର ଖୋର୍ଦ୍ଧା ଅଞ୍ଚଳରେ । ସେ କଟକ କଲ୍ୟାଣୀ ନଗର ଏମ୍.ଏମ୍. ମେଡିକେୟାରରେ ନର୍ସ ଭାବେ କାମ କରୁଥିଲେ । ଗତ ୮ ତାରିଖ ଅପରାହ୍ନ ୪ଟାରେ ନର୍ସିଂହୋମରୁ କିଶୋରଙ୍କ ସହିତ ସେ ଯାଇଥିଲେ । ଏହା ପରଠାରୁ ସେ ଡ୍ୟୁଟିକୁ ଫେରିନଥିଲେ । ୯ ତାରିଖରେ ଏମ୍.ଏମ୍ ମେଡିକେୟାର କର୍ତ୍ତୃପକ୍ଷ କଟକ ମଧୁପାଟଣା ଥାନାରେ ଏତଲା ଦେଇଥିଲେ ।

   Related Posts