ବୃଦ୍ଧ କରୋନା ଆକ୍ରାନ୍ତଙ୍କ ଅକ୍ସିଜେନ୍‌ ସପ୍ଲାଏ ବନ୍ଦ କରିଦେଲେ କର୍ମଚାରୀ, ଚାଲିଗଲା ପ୍ରାଣ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍‌

Published By : Prameya-News7 Bureau | April 15, 2021 IST

ଭୋପାଳ ୧୫/୪: କରୋନା ଭୂତାଣୁ ସଂକ୍ରମଣ ଆୟତ୍ତରେ ଥିବା ନେଇ ମନେ ହେଉନାହିଁ। ଅଣାୟତ୍ତ ସଂକ୍ରମଣ ଚିନ୍ତାରେ ପକାଇଥିବା ବେଳେ ହସ୍ପିଟାଲରେ ବେଡ୍‌ ନମିଳିବା ଆଉ ଏକ ବଡ଼ ସମସ୍ୟାକୁ ଆହ୍ବାନ ଦେଇଛି। କଷ୍ଟେ ମଷ୍ଟେ ଲୋକେ ହସ୍ପିଟାଲରେ ବେଡଟିଏ ପାଇଲେ ବି କର୍ମଚାରୀଙ୍କ ଅବହେଳା ପାଇଁ ଜୀବନ ଯାଉଛି। ସେମିତି ଏକ ଘଟଣା ଭୋପାଳରୁ ୩୦୦ କି.ମି ଦୂର ଶିବପୁରୀ ସରକାରୀ ହସ୍ପିଟାଲରେ ଘଟିଛି। ଜଣେ ବୟସ୍କ କରୋନା ସଂକ୍ରମିତଙ୍କ ଅକ୍ସିଜେନ୍‌ ସପ୍ଲାଏ ବନ୍ଦ କରିଦେବା ପରେ ତାଙ୍କ ମୃତ୍ୟୁ ହୋଇଛି।

କେହି ଜଣେ ଏହାକୁ ବନ୍ଦ କରିଥିବା ନେଇ ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିବା ପରେ ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିଛି । ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିବା ପରେ ଏବେ ସମସ୍ତ ମାମଲାର ପର୍ଦ୍ଦାଫାସ ହୋଇଛି। ସେପଟେ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ଚିକତ୍ସାରେ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବନାହିଁ। ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମିଳିଥିବା ସୂଚନା ଅନୁସାରେ ମୃତକଙ୍କ ପୁଅ କହିଛନ୍ତି ସେ ରାତି ୧୧.୩୦ ଯାଏ ବାପାଙ୍କ ସହ ଥିଲେ । ସବୁ କିଛି ଠିକଠାକ ଚାଲିଥିଲା। ଏହା ପରେ ସେ ଘରକୁ ଚାଲିଆସିଥିଲେ। କିଛି ଘଣ୍ଟା ପରେ ହସ୍ପିଟାଲରୁ ଫୋନ୍‌ ଆସିଲା। ସେଠାରେ ପହଞ୍ଚିବା ପରେ ବାପାଙ୍କୁ ଆଇସିୟୁ ନିଆଯାଇଥିବା ବୋଲି ସେ କହିଛନ୍ତି। କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଏହା ସହ ସେ ଆହୁରି କହିଛନ୍ତି, ‘୨-୩ ଦିନ ହେଲା ବାପା ସୁସ୍ଥ ହୋଇଆସୁଥିଲେ। ଗୁରୁବାର ରାତିରେ ଷ୍ଟାଫ ଅକ୍ସିଜେନ୍‌ ସପ୍ଲାଏ ବନ୍ଦ କରିଦେଇଥିଲେ। ସକାଳେ ମୋତେ କଲ ଆସିଲା। ମୁଁ ହସ୍ପିଟାଲରେ ପହଞ୍ଚିବା ପରେ ଅକ୍ସିଜେନ୍‌ ଲଗାଇବାକୁ ଷ୍ଟାଫ୍‌ଙ୍କୁ କହିଥିଲି। ସେମାନେ ମନା କରିଦେଲେ। ଏହା ପରେ ତାଙ୍କୁ ଆଇସିୟୁ ନେଇଯାଇଥିଲି। କିନ୍ତୁ ୧୫ ମିନିଟ୍‌ ଭିତରେ ତାଙ୍କର ମୃତ୍ୟୁ ହୋଇଗଲା।’  ଏବେ ଗୋଟିଏ ମିନିଟ୍‌ର ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିଛି।

wp:embed {"url":"https://twitter.com/RakeshJadhav97/status/1382583287776874498","type":"rich","providerNameSlug":"twitter","responsive":true,"className":""}
https://twitter.com/RakeshJadhav97/status/1382583287776874498
/wp:embed

ଯେଉଁଥିରେ ଜଣେ ବୟସ୍କ ବ୍ୟକ୍ତି ବେଡ୍‌ରେ ଛଟପଟ ହେଉଛନ୍ତି। ବେଡ୍‌ ପାଖରେ ଛିଡ଼ା ହୋଇଥିବା ଜଣେ ବ୍ୟକ୍ତି ଅନ୍ୟ ଜଣେ ସ୍ବାସ୍ଥ୍ୟ କର୍ମୀଙ୍କୁ ଡାକୁଛନ୍ତି। କ୍ଲିପ୍‌ ଶେଷରେ ଜଣେ ବଟନ ଦବାଉଥିବାର ଦେଖିବାକୁ ମିଳିଛି। ଦୁଇ ସ୍ବାସ୍ଥ୍ୟ କର୍ମୀ ପିପିଇ କିଟ୍‌ ପିନ୍ଧିନଥିଲେ। ତେବେ ହସ୍ପିଟାଲ କର୍ତ୍ତୃପକ୍ଷ ୩ ଜଣିଆ ଯାଞ୍ଚ କମିଟି ଗଠନ କରି ପୂରା ଘଟଣାର ଯାଞ୍ଚ କରୁଛନ୍ତି। ଦୋଷୀ ଧରାପଡ଼ିବା ପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.