ପାଟଣାଗଡ଼ ଡାକ୍ତରଖାନାରୁ ଶିଶୁ ଚୋରି ଘଟଣା : ନବଜାତକକୁ ମହିଳା ଜଣକ ବାଇକ୍ରେ ନେଉଥିବାର ମିଳିଛି ସିସିଟିଭି ଫୁଟେଜ୍
7/03/2019 at 3:37 PM

ପାଟଣାଗଡ ୭|୩ : ବଲାଙ୍ଗିର ପାଟଣାଗଡ଼ ଡାକ୍ତରଖାନାରୁ ଶିଶୁ ଚୋରି ଘଟଣାର ୨୪ ଘଣ୍ଟା ପରେ ମଧ୍ୟ ପୋଲିସ ହାତ ଖାଲି । ତେବେ ଆଜି କିଛି ସୁରାକ ପାଇଥିବା କହିଛି ପୋଲିସ । ନବଜାତକକୁ ମହିଳା ଜଣକ ବାଇକ୍ ରେ ନେଇ ଯାଉଥିବାର ସିସିଟିଭି ଫୁଟେଜ ମିଳିଛି ।
ପାଟଣାଗଡ଼ ଏବଂ ବେଲପଡ଼ା ପୋଲିସର ସ୍ବତନ୍ତ୍ର ସ୍କ୍ବାର୍ଡ ହାତରେ ଲାଗିଛି ପ୍ରମାଣ । ଏସ.ପି କେ. ସୁବ୍ରମଣିଙ୍କ ନେତୃତ୍ବରେ ଚାଲିଛି ତଦନ୍ତ । ଆଶାକର୍ମୀ ବେଶରେ ଆସିଥିବା ମହିଳା ଜଣକ ମା ପାଖରୁ ଶିଶୁପୁତ୍ରକୁ ଉଠାଇ ନେଇ କୋଳରେ ଧରିବା ପରେ ପିଲାଟିକୁ ନେଇ ଅଚାନକ ଉଭାନ୍ ହୋଇଯାଇଥିଲେ।
ସେପଟେ ଗତକାଲି ରାସ୍ତାରୋକ ବେଳେ ନିଖୋଜ ଶିଶୁର ବାପାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହେବା ପରେ ପାଟଣାଗଡ଼ ଏଏସଆଇ ଅନାଦି ମଟାରିଙ୍କୁ ନିଲମ୍ବନ କରିଛନ୍ତି ବଲାଙ୍ଗିର ଏସପି ।
Related Posts
କମିବ ଶୀତ, ୨୯ରେ ହାଲୁକା ବର୍ଷା ସମ୍ଭାବନା
26 January 2021
ଏବର୍ଷ ହେବନି ଓଳାଶୁଣୀ ଗୁମ୍ଫା ଯାତ୍ରା
25 January 2021