Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||

ଜେଏନୟୁ ମାମଲା: ସିସି ଟିଭି ଫୁଟେଜ କହିବ ସତ, ନିଜଆଡୁ ଏଫଆଇଆର ଦାୟର କଲା ପୋଲିସ. ଏଚ୍ଆରଡିକୁ ବିଶ୍ବବିଦ୍ୟାଳୟର ରିପୋର୍ଟ

6/01/2020 at 1:50 PM

 ନୂଆଦିଲ୍ଲୀ ୬/୧- ଜେଏନୟୁରେ ମୁଖାଧାରୀ ଦୁର୍ବୃତ୍ତଙ୍କ ମାଡପିଟ ଘଟଣାନେଇ ନିଜଆଡୁ ଏଫଆଇଆର ଦାୟର କରିଛି ଦିଲ୍ଲୀ ପୋଲିସ । ଦିଲ୍ଲୀ ସରକାର ଏହି ଘଟଣା ନେଇ ଏକ ଜରୁରୀ କ୍ୟାବିନେଟ ବୈଠକରେ ଆଲୋଚନା କରିଥିବା ବେଳେ ଛାତ୍ର ମାନଙ୍କ ସହ ଆଲୋଚନା କରିବାକୁ ଉପରାଜ୍ୟପାଳ ଅନୀଲ ବାଇଜଲଙ୍କୁ କହିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହା।ସେପଟେ ଜେଏନୟୁ କର୍ତ୍ତୁପକ୍ଷ ରବିବାର ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଘଟିଥିବା ଗଣ୍ଡଗୋଳ ତଥା ଅଶାନ୍ତିର ପୁରା ରିପୋର୍ଟ କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ବିକାଶ ବିଭାଗକୁ ପଠାଇଛନ୍ତି । ତା ସହ ଖୁବଶିଘ୍ର  ମାନବ ସମ୍ବଳ ବିକାଶ ବିଭାଗର ଅଧିକାରୀ ମାନେ ଜେଏନୟୁ ପ୍ରଶାସନକୁ ଭେଟିବେ । ଏପଟେ ଏହି ଘଟଣା ନେଇ କେବଳ ରାଜନେତା କିମ୍ବା ରାଜନୈତୀକ ଦଳ ନୁହେଁ ସେଲିବ୍ରିଟିଙ୍କ ଠାରୁ ସାଧାରଣ ଜନତା ସମସ୍ତେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

   ରବିବାର ଘଟିଥିବା ଏହି ଘଟଣାରେ ଦୁର୍ବୃତ୍ତଙ୍କ ଆକ୍ରମଣ ଏବଂ ପଥର ମାଡରେ ଆହତ ୩୦ ଜଣ ଛାତ୍ର ଛାତ୍ରୀ ଚିକିତ୍ସା ପରେ ଅଲଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସରୁ ଡିସଚାର୍ଜ ହୋଇଛନ୍ତି । ସେମାନଙ୍କୁ ରବିବାର ସଂଧ୍ୟାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଦୁର୍ବୃତ୍ତଙ୍କ ମାଡରେ ଜେଏନୟୁ ସଭାନେତ୍ରୀ  ଆଇଶେ ଘୋଷଙ୍କ  ମୁଣ୍ଡ ଫାଟିଛି । ଦୁଇ ଜଣ ଶିକ୍ଷକ ଏବଂ ଦୁଇ ଜଣ ଗାର୍ଡ ମଧ୍ୟ ଆହତ ହୋଇଛନ୍ତି । ତେବେ ଚିକିତ୍ସା ପରେ ସେମାନଙ୍କୁ ଏମ୍ସରୁ ଛାଡିଦିଆଯାଇଛି ।ଆଇଶେ ଘୋଷ କିନ୍ତୁ କହିଛନ୍ତି. ତାଙ୍କୁ ଆରଏସ୍ଏସ୍ ସମର୍ଥିତ ଏବିଭିପି ସଦସ୍ୟ ମାନେ ପଥର ମାଡ କରିଥିଲେ ।ପ୍ରତ୍ୟକ୍ଷଦର୍ଶୀ ମାନେ ମଧ୍ୟ ଏବିଭିପିର ସଂପୃକ୍ତି ଅଭିଯୋଗ କରିଛନ୍ତି । କିନ୍ତୁ ଅସ୍ବୀକାର କରିଛି ଏବିଭିପି  ।

ତେବେ ଏଫଆଇଆର ପରେ ପୋଲିସ କହିଛି, ଜେଏନୟୁର ସିସି ଟିଭି ଫୁଟେଜ ଯାଞ୍ଚ କରି ଗଣ୍ଡଗୋଳକାରୀଙ୍କ ପତ୍ତା ଲଗାଯିବ । କାରଣ ରବିବାର ଆକ୍ରମଣକାରୀ ମାନେ ଲାଠି ,ରଡ୍  ଆଦି ଧରି ୟୁନିଭରସିଟି କ୍ୟାମ୍ପସରେ  ପ୍ରାୟ ୩ ଘଣ୍ଟା ଆତଙ୍କରାଜ ଚଳାଇଥିଲେ । ଏହାର ପ୍ରତିବାଦରେ ପରେ ଜେଏନୟୁ ଛାତ୍ର ମାନେ ପୋଲିସକୁ ଘେରିଥିଲେ । ଜେଏନୟୁର ଆନ୍ଦୋଳନକାରୀଙ୍କ ସପକ୍ଷରେ ଦିଲ୍ଲୀର ଅନ୍ୟ  ବିଶ୍ବ ବିଦ୍ୟାଳୟଏବଂ  କୋଲକାତାର ଯାଦବପୁର ବିଶ୍ବବିଦ୍ୟାଳୟ ଏବଂ ମୁମ୍ବାଇର ଆଲିଗଡ ମୁସଲିମ ୟୁନିଭରସିଟି ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।   ଅନ୍ୟଏକ ଗୁରୁତ୍ବତ୍ପୂର୍ଣ୍ଣ ଗଟଣା କ୍ରମରେ  ଜେଏନୟୁ  ସାବରମତି ହଷ୍ଟେଲର ସିନିୟର ୱାର୍ଡନ ଇସ୍ତାଫା ଦେଇଛନ୍ତି । ସେ ଗଣ୍ଡଗୋଳ ତଥା ବିଶୃଙ୍ଖଳାକୁ ଅଟକାଇ ପାରିନଥିବା ଦର୍ଶାଇ ପଦ ଛାଡିଛନ୍ତି ।ସେପଟେ କ୍ୟାମ୍ପସରେ ଶାନ୍ତି ଲାଗି ଜେଏନୟୁ କୂଳପତି  ଏମ୍.ଜଗଦେଶ କୁମାର ଛାତ୍ର ଚ୍ଛାତ୍ରୀଙ୍କୁ ନିବେଦନ କରିଛନ୍ତି ।କିନ୍ତୁ ଜେଏନୟୁ ଛାତ୍ର ସଂଘ ଏହି ଘଟଣାରେ କୂଳପତିଙ୍କ ଇସ୍ତାଫା ଦାବି କରିଛି ।

ଜେଏନୟୁ ପରିସ୍ଥିତି କେନ୍ଦ୍ର ସରକାରଙ୍କ ଲାଗି ବି ଚିନ୍ତାର କାରଣ ହୋଇଛି । ଗୃହ ମନ୍ତ୍ରୀ ଅମିତ ଶାହା ଏ ନେଇ ଦିଲ୍ଲୀ ଉପରାଜ୍ୟପାଳଙ୍କ ସହ କଥା ହୋଇଛନ୍ତି । ସେପଟେ ବାମପନ୍ଥୀ ଏବଂ କଂଗ୍ରେସ ସହ ବିରୋଧି ଦଳ ମାନେ ଘଟଣାର ତୀବ୍ର ନିନ୍ଦା କରିଛନ୍ତି । ଜେଏନୟୁ କ୍ୟାମ୍ପସରେ ଗୁଣ୍ଡାରାଜ ଏବଂ ହିଂସା ଘଟଣା ନାଜି ଶାସନକୁ ମନେ ପକାଇ ଦେଉଛି ବୋଲି ଆକ୍ଷେପ କରିଛନ୍ତି କଂଗ୍ରେସ ମୂଖପାତ୍ର ରଣଦୀପ ସିଂ ସୂରଜୱାଲା ।

ଜେଏନୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି । ସିସିଟିଭି ଯାଞ୍ଚ, ପ୍ରତ୍ୟକ୍ଷ ଦର୍ଶୀଙ୍କ ବୟାନ ଆଦି ଭିତ୍ତିରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଟିମ୍ । ସେପଟେ କ୍ୟାମ୍ପସରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଲାଗି ପୋଲିସ ମୁତୟନ କରାଯାଇଛି । ସିସିଟିଭି ଯାଞ୍ଚ, ପ୍ରତ୍ୟକ୍ଷ ଦର୍ଶୀଙ୍କ ବୟାନ ଆଦି ଭିତ୍ତିରେ ତଦନ୍ତ ଆରମ୍ଭ ହୋଇଥିବା ଜଣା ଯାଇଛି ।

 ଏପଟେ ଜେଏନୟୁ ଘଟଣାରେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ଶିଳ୍ପ ଜଗତର ପ୍ରମୂଖ ବ୍ୟକ୍ତତ୍ବ । ମହିନ୍ଦ୍ରା ଗ୍ରୁପ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା,ବାୟୋକନ୍ର ଅଧ୍ୟକ୍ଷା ତଥାପରିଚାଳନା ନିର୍ଦ୍ଦେଶକ କିରନ ମଜୁମଦାର ସ, ମାରିକୋ ଅଧ୍ୟକ୍ଷ ହର୍ଷ ମାରିୱାଲା , ଆରପିଜି ଏଣ୍ଟରପ୍ରାଇଜର୍ସ ଚେୟାରମ୍ୟାନ ହର୍ଷ ଗୋଏଙ୍କା ପ୍ରମୂଖ ଜେଏନୟୁରେ ଗଣ୍ଡଗୋଳ ଏବଂ ହିଂସାକୁ କେବଳ ନାପସନ୍ଦ କରିନାହାନ୍ତି, ତୀବ୍ର ନିନ୍ଦା ମଧ୍ୟ କରିଛନ୍ତି । ରାଜନୀତି ଯାହା ବି ହେଉନା କାହିଁକି , ବିଶ୍ବବିଦ୍ୟାଳୟରେ ସବୁ ଛାତ୍ର ଛାତ୍ରୀଙ୍କ ଲାଗି ଶାନ୍ତିପୂର୍ଣ୍ଣ  ବାତାବରଣ ସପକ୍ଷରେ ସେମାନେ ମତ ରଖିଛନ୍ତି । 

   Related Posts