Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଗାଈ ବାଛୁରୀଙ୍କୁ ନେଉଛି କିଏ… ସିସିଟିଭିରେ କଳା ସ୍କର୍ପିଓ, ଓଗାଳିବ ସତ

13/12/2019 at 4:00 PM

ବାଲେଶ୍ବର ୧୩।୧: ବାଲେଶ୍ବର ସହରରୁ ଉଭାନ୍ ହୋଇ ଯାଉଛନ୍ତି ଗାଈ ଆଉ ବାଛୁରୀ । କିଛି ଦିନ ହେଲା ଅନେକ ଗୋରୁ ନିଖୋଜ ହୋଇଛନ୍ତି । କିଛି ଦୁର୍ବୃତ ଏକ କଳା ସ୍କର୍ପିଓ ଗାଡିରେ ଗୋଟିଏ ଗାଈକୁ ନେଇଯିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଫଳରେ ନିଖୋଜ ଗାଈ ଗୋରୁ ଏମିତି ଚୋରି ହୋଇଯାଇଥିବା ନେଇ ଜଣାପଡୁଛି । 

ବାଲେଶ୍ବର ସହର ଭୋଇ ସାହିର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଗତ ୧୧ତାରିଖ ରାତି ଦୁଇଟା ୫୦ ମିନିଟରେ ଏକ କଳା ସ୍କର୍ପିଓ ଗାଡି ଆସି ହଠାତ୍ ଛିଡା ହେଲା । ଆଉ ଗାଡିରୁ ଦୁଇ ଜଣ ଓହ୍ଲାଇ ଗାଈ ଶୋଇଥିବା ସ୍ଥାନକୁ ଆସିଲେ, ଏକ ଦଉଡିରେ ଗାଈକୁ କାବୁ କରି ସ୍କର୍ପିଓ ଭିତରେ ଭର୍ତ୍ତି କରିବା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଗାଈକୁ ନେଇ ଗାଡି ସେହି ସ୍ଥାନ ଛାଡି ପଳାଇଲା । 

ଏହି ଏକ ମାସ ଭିତରେ ବାଲେଶ୍ବର ସହରରୁ ପ୍ରାୟ ଷାଠିଏରୁ ଅଧିକ ଗାଈ ଗୋରୁ ଉଭାନ ହୋଇ ଯାଇଛ’ି । ବାଲେଶ୍ବର ଭୋଇ ସାହିରେ ଥିବା ଏକ ମାର୍ବଲ ଟାଇଲ୍ସ ଦୋକାନରେ ଲାଗିଥିବା ସିସି ଟିଭିରୁ ଏହି ଦୃଶ୍ୟ ଦେଖିବା ପରେ ଲୋକେ ସତର୍କ ହୋଇ ଯାଇଛ’ି । 

ତେବେ କିଏ ସେହି ଦୁର୍ବୃତ, କାହାର ସେ କଳା ସ୍କର୍ପିଓ ଗାଡି । କାହିଁକି ସେମାନେ ଗରିବ ଲୋକଙ୍କ ପୋଷା ଗାଈକୁ ନେଇ ଯାଉଛନ୍ତି । ଏହି ଭାଇରାଲ୍ ଭିଜୁଆଲ ଦେଖିବା ପରେ ସହରବାସୀ ଏହି ପ୍ରଶ୍ନ ପ୍ରଶାସନକୁ କରିଛନ୍ତି । 

   Related Posts