ବ୍ୟବସାୟୀଙ୍କ ଦୋକାନରେ କଳାକନା ବୁଲାଇଲା ଚୋର, ସିସିଟିଭିରେ କଏଦ ହେଲା ଲୁଟ୍‌ର ଦୃଶ୍ୟ

Published By : Prameya-News7 Bureau | April 17, 2021 IST

କଳାହାଣ୍ଡି ୧୭।୪: କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ଶ୍ୟାମଜୀ ରାଇସ୍ ମିଲ୍ ନିକଟସ୍ଥ ବ୍ୟବସାୟୀ ଆଶିଷ ଅଗ୍ରୱାଲଙ୍କ ଘରେ ଥିବା ଦୋକାନରୁ ଚୋରୀ । ସଟର କାଟି ପ୍ରାୟ ଦେଢ ଲକ୍ଷ ଟଙ୍କା ଚୋରୀ କରି ନେଇଛି ଦୁର୍ବୃତ୍ତ। ବିଶେଷ କରି ଏହି ଦୋକାନ ଓ ଘର ରାସ୍ତା କଡରେ ଥିବାବେଳେ ଏଠାରୁ ଚୋରୀ ହେବା ସମସ୍ତଙ୍କୁ ଚକିତ କରିଛି ।

ସେହିଭଳି ଚୋରୀ କରିଥିବା ଦୁର୍ବୃତ୍ତ ଜଣଙ୍କ ଚୋରୀ କରିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଚୋରୀ ବେଳେ ଦୁର୍ବୃତ୍ତ ଜଣଙ୍କ ମୁହଁରେ କପଡା ଘୋଡାଇ ହୋଇ ଚୋରୀ କରିଥିବା ଦେଖିବାକୁ ମିଳିଛି । ଅଭିଯୋଗ ପାଇ କେସିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.