Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏମସିଡି ଉପ ନିର୍ବାଚନ : ଚୌକା ମାରିଲା ଆପ୍, କଂଗ୍ରେସର ଗୋଟିଏରେ ବଡ ବିଜୟ, କିନ୍ତୁ ଖାତା ଖୋଲି ପାରିଲାନି ବିଜେପି
  • ||
  • ମଦ୍ରାସାରେ ପଢାଯିବ ଗୀତା, ଯୋଗ ଓ ରାମାୟଣ : ପାଠ୍ୟକ୍ରମରେ ସାମିଲ କଲା ଏନଆଇଓଏସ
  • ||
  • ଗଜପତି : ଜେଇଙ୍କ ଘରେ ଭିଜିଲାନ୍ସ ଚଢାଉ, ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ
  • ||
  • ସମ୍ବଲପୁର : ଯୁଜୁମୁରା ରେଞ୍ଜରେ ବାରମ୍ବାର ହାତୀ ମୃତ୍ୟୁ ଘଟଣା : ନିଲମ୍ବିତ ହେଲେ ସଦର ରେଞ୍ଜର
  • ||
  • ସମ୍ବଲପୁର : ଦୁଇ ବାଇକ୍ ଉପରେ ଚଢିଗଲା ଟ୍ରକ୍, ୩ ମୃତ, ଜଣେ ଗୁରୁତର
  • ||
  • ସୋର : ୮ଲକ୍ଷ ଟଙ୍କା ପାଇଁ କିଡ୍‌ନାପ୍ ! ବନ୍ଧୁକ ମୁନରେ ହତ୍ୟା ଧମକର ଭିଡିଓ ଭାଇରାଲ୍
  • ||
  • ସୋନପୁର : ଭିଜିଲାନ୍ସ ଜାଲରେ ଶିକ୍ଷକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||
  • କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଜଳୁଛି ଜଙ୍ଗଲ, ଫେଲ୍ ମାରିଛି ବନ ବିଭାଗର ନିଆଁ ଲିଭା ଅଭିଯାନ
  • ||
  • ଚିନ୍ତା ବଢାଉଛି କରୋନାର ବ୍ରାଜିଲ ଭାରିଏଣ୍ଟ, ରହିଛି ପୁନଃ ସଂକ୍ରମଣ କ୍ଷମତା
  • ||

ଟ୍ରାଫିକ ନିୟମ ଉଲ୍ଲଂଘନକାରୀ ସାବଧାନ! ରାଜପଥରେ ଲାଗିବ ସିସିଟିଭି କ୍ୟାମେରା, ପଢନ୍ତୁ ପୁରା ଖବର

5/01/2020 at 6:50 PM

ଭୁବନେଶ୍ୱର/ସୋନପୁର  ୦୫।୦୧ –  ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଧରିବାକୁ ସହର ଭଳି ଜାତୀୟ ରାଜପଥରେ ବି ଲାଗିବ ସିସିଟିଭି। ଭିଡିଓ ଫୁଟେଜ ଆଧାରରେ ବେଆଇନ ଭାବେ ଗାଡ଼ି ଚଳାଉଥିବା ବ୍ୟକ୍ତି ବା ମାଲିକଙ୍କ ପାଖକୁ ଯିବ ନିୟମ ଉଲ୍ଲଂଘନର ଏସ୍‌ଏମ୍‌ଏସ୍‌ ଓ ଇ-ଚାଲାଣ। ରାଜ୍ୟ ସଡ଼କ ସୁରକ୍ଷା ପରିଚାଳନା ବୈଠକରେ ଏମିତି ନିଷ୍ପତ୍ତି ହୋଇଛି। ଏହାସହ ସାଧାରଣ ଲୋକଙ୍କ ଠାରୁ ଫୁଟେଜ ଓ ଫଟୋ ନେଇ ନିୟମ ଉଲ୍ଲଂଘନକାରୀ ଗାଡ଼ି ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଏକ ନୂଆ ଆପ୍‌ ପ୍ରସ୍ତୁତ ଲାଗି ବୈଠକରେ ପ୍ରସ୍ତାବ ଆସିଛି। …

ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଆଉ ନିସ୍ତାର ନାହିଁ। ନିୟମ ଉଲ୍ଲଂଘନ କରି ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କୁ ଜଗିବ ସିସିଟିଭି କ୍ୟାମେରା। ସହର ଭଳି ଜାତୀୟ ରାଜପଥରେ ବି ବେଆଇନ ଗାଡ଼ି ଚାଳକଙ୍କୁ ଧରିବାକୁ ରାଜପଥରେ ସିସିଟିଭି ଲଗାଇବେ ସରକାର। ଏନେଇ ରାଜ୍ୟ ସଡ଼କ ସୁରକ୍ଷା ପରିଚାଳନା ବୈଠକରେ ନିଷ୍ପତ୍ତି ହୋଇଛି। ଦିଶା ବା ଡ୍ରାଇଭିଙ୍ଗ ଇଲେକଟ୍ରୋନିକ୍‌ ଏନଫୋର୍ସମେଣ୍ଟ ସେଭ୍‌ ହ୍ୟୁମାନ ଲାଇଭ ନାଁରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ।

ଏଥିପାଇଁ ୧୫ କୋଟି ଟଙ୍କା ଖର୍ଚ୍ଚରେ ଯାଜପୁର ସାନ ବରୁଆଁରୁ ଖୋର୍ଦ୍ଧା ରାମେଶ୍ବର ଯାଏ ଜାତୀୟ ରାଜପଥକୁ ବଛାଯାଇଛି। ଏହି ଅଞ୍ଚଳରେ ଗାଡ଼ି ଚାଳକଙ୍କ ଉପରେ ନଜର ରଖିବ ସିସି କ୍ୟାମେରା। ନିୟମ ଉଲ୍ଲଂଘନକାରୀ ଡ୍ରାଇଭର ପାଖକୁ ଇ-ଚାଲାଣ ଯିବ ।ସେହିପରି ସିଟିଜେନ୍‌ ରିପୋର୍ଟିଙ୍ଗ ଅନ୍‌ ରୋଡ ସେଫ୍ଟି କାର୍ଯ୍ୟକାରୀ ପ୍ରସ୍ତାବ ଆସିଛି। ଏଥିରେ ଗୋଟିଏ ଆପ୍‌ ମାଧ୍ୟମରେ ସାଧାରଣ ଲୋକେ ଟ୍ରାଫିକ ନିୟମ ଉଲ୍ଲଂଘନ ସଂପର୍କରେ ସୂଚନା ଦେଇପାରିବେ ।…

ଜାତୀୟ ରାଜପଥରରେ ସିସିଟିଭି ଲଗାଯିବା ପ୍ରସ୍ତାବକୁ ବିଶେଷଜ୍ଞ ମାନେ ସ୍ବାଗତ କରିଛନ୍ତି । ଏହାଦ୍ବାରା ଗାଡି ଚାଳକଙ୍କ ମନରେ ଭୟ ରହିବ ଏବଂ ଦୁର୍ଘଟଣା କମିପାରିବ।…

ପ୍ରତିଦିନ ଦୁର୍ଘଟଣାରେ ବହୁ ସଂଖ୍ୟାରେ ଲୋକଙ୍କର ଜୀବନ ଯାଉଛି ।ଏମିତି ସ୍ଥିତିରେ ଟେକ୍ନୋଲୋଜି ବ୍ୟବହାର ଦ୍ବାରା ଦୁର୍ଘଟଣା ରୋକିବା ଆବଶ୍ୟକ ହୋଇପଡ଼ିଛି ।…

   Related Posts