ସିସିଟିଭି ବ୍ୟାଟେରୀ ଚୋର ଗ୍ୟାଙ୍ଗ୍ ଗିରଫ, ରାଜଧାନୀରେ ୩ ସ୍ମାର୍ଟ ଚୋର ଚୋରି କରିଥିଲେ ୭୨ ସିସିଟିଭି ବ୍ୟାଟେରୀ

Published By : Prameya-News7 Bureau | February 22, 2020 IST

ଭୁବନେଶ୍ବର୨୨| ୦୨- ରାଜଧାନୀରେ ସର୍ବସାଧାରଣଙ୍କ  ସୁରକ୍ଷା ଲାଗି ବିଭିନ୍ନ ଛକରେ ଲାଗିଥିବା ସିସିଟିଭି ନିଜ ସୁରକ୍ଷାରେ ଫେଲ୍‌ । ଅର୍ଥାତ୍ ଲୁଟେରାଙ୍କ ଟାର୍ଗେଟ୍‌ରେ ସିସି ଟିଭି ଏବଂ ବ୍ୟାଟେରୀ । ତେବେ ପୋଲିସ ଲାଗି ଟେନ୍‌ସନ୍‌ ହୋଇଥିବା ଏପରି ଏକ ସିସି ଟିଭି ଏବଂ ବ୍ୟାଟେରୀ ଲୁଟେରା ଗ୍ୟାଙ୍ଗ୍‌କୁ ଗିରଫ କରିଛି କମିଶନରେଟ ପୋଲିସ ।ସେମାନଙ୍କ କାରନାମାର ପର୍ଦ୍ଦାଫାସ୍ ସେହି ସିସି ଟିଭି ହିଁ କରିଛି । ଜବତ ହୋଇଛି ୭୨ ସିସି ଟିଭି ଏବଂ ବ୍ୟାଟେରୀ । ଗିରଫ ଗ୍ୟାଙ୍ଗ୍‌ର ତିନି ସଦସ୍ୟଙ୍କ ପରିଚୟ ବି ପାଇଛି ପୋଲିସ ।

{"id":227790,"sizeSlug":"large"}

 ଲୋକଙ୍କ ଧନ ଜୀବନ ସୁରକ୍ଷା ପାଇଁ ରାଜଧାନୀ ଭୁବନେଶ୍ବରରେ ଲାଗିଥିବା ସିସିଟିଭି ଏବଂ ବ୍ୟାଟେରୀ ଲୁଟୁଥିଲେ ଏକ ଗ୍ୟାଙ୍ଗ୍‌  ।  ଗତ କିଛି ଦିନ ଧର ସେମାନେ ଚଳାଇ ଆସିଥିଲେ ସେମାନଙ୍କ ଲୁଟ୍‌ କାରନାମା ।କାରଣ କିଛ ଦିନ ହେବ  ରାଜଧାନୀର ବିଭିନ୍ନ ଛକରେ ଲାଗିଥିବା ସିସିଟିଭି ଓ ବ୍ୟାଟେରୀ ଚୋରି  ହେବା ଘଟଣା ପୋଲିସ ପାଇଁ ଥିଲା ଟେନ୍‌ସନ୍‌। କମିଶନରେଟ ପୋଲିସର  ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ  ଏପରି ଟେକ୍ନେୋସାଭି ଚୋରଙ୍କ ତଲାସରେ ଥିଲା । ସିସିଟିଭି ଏବଂ ବ୍ୟାଟେରୀ ଚୋରୀ ଉପରେ ରଖିଥିଲା ନଜର । ଶେଷରେ ସିସିଟିଭି ଓ ବ୍ୟାଟେରୀ ଚୋରି ହେଉଥିବା ବେଳେ ହିଁ  ଚୋରି କରୁଥିବା  ଏକ ଗ୍ୟାଙ୍ଗର କିଛି ସଦସ୍ୟଙ୍କୁ ଠାବ କରିଥିଲା ପୋଲିସ କଣ୍ଟ୍ରୋଲ ରୁମ । ସିସିଟିଭି ଚୋରି କରୁଥିବା ବେଳେ ପିସିଆର ଭ୍ୟାନ ଘଟଣାସ୍ଥଳରୁ ୩ ଜଣଙ୍କୁ ଗିରଫ କରିଛି ।

{"id":227791,"sizeSlug":"large"}

ଏହି ଭିଜୁଆଲ କହୁଛି ସିସିଟିଭି ବ୍ୟାଟେରୀ ଚୋରୀର ତରିକା ଓ ଚୋରହ୍କ କାରନାମା। ଏହା ରାଜଧାନୀର  ଶିଶୁଭବନ ଛକର ଭିଜୁଆଲ । ରାତିର ଏହି ଭିଜୁଆଲରେ କିନ୍ତୁ ଧରାପଡିଛି ସିସିଟିଭି ଏବଂ ବ୍ୟାଟେରୀ ଚୋରୀ । ଚୋରମାନେ ସିସିଟିଭି ଓ ବ୍ୟାଟେରୀ ଚୋରି କରିନେଇ ପଳାଉଥିଲେ । ଚୋରଙ୍କୁ ଧରିବା ସହ ସେମାନଙ୍କ ପରିଚୟ ବି ବାହାର କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ସେକ୍ ମୁସ୍ତକିମ୍, ସେକ୍ କୈଶର ଅଲ୍ଲି ଏବଂ ସେକ୍ ଶହାଦତ୍ତ । ୟୁନିଟ ୩ ଅଞ୍ଚଳରେ  ରହୁଥିବା ଏହି ସିସିଟିଭି  ଓ ବ୍ୟାଟେରୀ ଚୋରଙ୍କ  ନିକଟରୁ ପୋଲିସ ୭୨ଟି ସିସିଟିଭି ବ୍ୟାଟେରୀ ଜବତ କରିଛି ।

{"id":227792,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.