Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ ପରେ କ’ଣ ହେବ ଆଗାମୀ ରଣନୀତି ? ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଚାଲିଛି ବୈଠକ

26/02/2019 at 10:46 AM

ଦିଲ୍ଲୀ ୨୬/୨ : ପୁଲୱାମା ହମଲା ପରେ ଭାରତ ପାକିସ୍ତାନକୁ କଡା ଜବାବ ଦେଇଛି | PoK ରେ ପଶି ଭାରତୀୟ ବାୟୁସେନା ଏୟାର ଷ୍ଟ୍ରାଇକ କରିଛି | ବାୟୁସେନାର ମୀରାଜ ବିମାନ ଆଜି ଭୋର ସମୟ ୩.୩୦ ରେ ଵାଲାକୋଟ ଏବଂ ମୁଜାଫରପୁର ଆଖପାଖ ଆତଙ୍କୀ ଶିବିରରେ ବୋମା ପକାଇ ଶିବିର ଧ୍ବଂସ କରିଛି | ଅଜିତ ଡୋଭଲ ଏନେଇ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଛନ୍ତି | ଏହାପରେ ନରେନ୍ଦ୍ର ମୋଦିଙ୍କ ବାସଭବନରେ ସିସିଏସ ( CCS ) ବୈଠକ ଆରମ୍ଭ ହୋଇଛି | ବୈଠକରେ ଗୃହମନ୍ତ୍ରୀ ରାଜନାଥ ସିଂ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ସୁରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଏନଏସଏ ଅଜିତ ଡୋଭଲ ଉପସ୍ଥିତ ଅଛନ୍ତି | ଆଗକୁ ହେବାକୁ ଥିବା ରଣନୀତି ସମ୍ପର୍କରେ ବୈଠକରେ ଆଲୋଚନା ହେଉଛି | ଭାରତୀୟ ବାୟୁସେନାର ଜବାବ ପରେ ପାକିସ୍ତାନ ପୁଣି ଆକ୍ରମଣ କରିପାରେ ବୋଲି ଆଶଙ୍କା କରାଯାଉଛି | ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନ ଆଗକୁ କ’ଣ ପଦକ୍ଷେପ ନେଇପାରେ ସେନେଇ ଆଲୋଚନା ଚାଲିଛି |


ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଛି | ଇସ୍ଲାମଵାଦରେ ବିଦେଶ ମନ୍ତ୍ରାଳୟ ତରଫରୁ ଜରୁରୀକାଳୀନ ବୈଠକ ଡକାଯାଇଛି | ଭାରତୀୟ ବାୟୁସେନା ଆକ୍ରମଣ କରିଥିବା ପାକିସ୍ତାନ ସ୍ପଷ୍ଟ କରିଛି | କିନ୍ତୁ ଭାରତୀୟ ବାୟୁସେନାର ଆକ୍ରମଣରେ ପାକିସ୍ତାନର କୌଣସି କ୍ଷତି ହୋଇନଥିବା କହିଛି ପାକିସ୍ତାନ | ଆକ୍ରମଣରେ ୨୦୦ ରୁ ୩୦୦ ଆତଙ୍କବାଦୀ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି |


ସୂଚନାଯୋଗ୍ୟ ଯେ, ଭାରତୀୟ ବାୟୁସେନା ଆଜି ଭୋର ସାଢେ ୩ଟା ବେଳେ ୧୨ଟି ମୀରାଜ ବିମାନ ଜରିଆରେ ଏୟାର ଷ୍ଟ୍ରାଇକ କରିଥିଲା | ଜୈସ ଆତଙ୍କୀ ସଂଗଠନର ଶିବିରକୁ ବୋମା ପକାଇ ଉଡେଇ ଦେଇଛି ଭାରତୀୟ ବାୟୁସେନା | ଜୈସ ସଂଗଠନର କଣ୍ଟ୍ରୋଲ ରୁମ ଆଲଫ-୩ କୁ ସମ୍ପୂର୍ଣ ଭାବେ ନଷ୍ଟ କରିଦିଆଯାଇଛି | ଭାରତୀୟ ସେନା ଏବଂ ମନ୍ତ୍ରାଳୟ ଆଜି ଦ୍ବିପ୍ରହରରେ ଏ ସମ୍ପର୍କରେ ସମ୍ପୂର୍ଣ ବିବରଣୀ ଗଣମାଧ୍ୟମକୁ ପ୍ରଦାନ କରିବେ ବୋଲି ଜଣାପଡିଛି |


ପୁଲୱାମା ହମଲା ପରେ ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନକୁ ଚେତାବନୀ ଦେଇଥିଲେ ଯେ, ଭାରତ ଏହି ଆକ୍ରମଣର ଜବାବ ନିଶ୍ଚୟ ଦେବ | ଭାରତୀୟ ସେନା ଠିକ ସମୟରେ ଆକ୍ରମଣର ଜବାବ ଦେବ | ଏହାପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏ ସମ୍ପର୍କରେ ଭାରତ ସହ ଆଲୋଚନା କରିବାକୁ ପ୍ରସ୍ତାବ ରଖିଥିଲେ | ଏହାଛଡା ହମଲାରେ ପାକିସ୍ତାନର କୌଣସି ହାତ ନଥିବା ମଧ୍ୟ ଦର୍ଶାଇଥିଲେ ଇମ୍ରାନ | ଏହାପରେ ମଧ୍ୟ ୧୪ ତାରିଖ ହମଲା ପରେ ଲଗାତାର ପାକିସ୍ତାନ ସିଜ ଫାୟାର ନିୟମ ଉଲଂଘନ କରିଚାଲିଛି |


ବାୟୁସେନାର ଏହି ଜବାବ ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଶଂସା କରିଛନ୍ତି | ଟ୍ୱିଟ କରି ସେ ବାୟୁସେନା ଯବାନଙ୍କୁ ସଲାମି ଜଣେଇଛନ୍ତି | ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲାହଙ୍କ ସମେତ ତମାମ ରାଜନୈତିକ ଦଳର ନେତାମାନେ ଏହି ଏୟାର ଷ୍ଟ୍ରାଇକ ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି |

🇮🇳 I salute the pilots of the IAF. 🇮🇳— Rahul Gandhi (@RahulGandhi) February 26, 2019

   Related Posts