କଣ୍ଡମ ଦୁର୍ନୀତି : ୧୧ଟି କମ୍ପାନୀ ଠାରୁ ଜୋରିମାନା ଆଦାୟ କରିବେ ସରକାର

Published By : Prameya-News7 Bureau | June 21, 2019 IST

ନୂଆଦିଲ୍ଲୀ ୨୧/୬ : କଣ୍ଡମ ତିଆରି କରୁଥିବା ଦେଶର ୧୧ଟି କମ୍ପାନୀ ଉପରେ ଜୋରିମାନା ଲଗାଇଛନ୍ତି ସରକାର । ଏହି ୧୧ କମ୍ପାନୀ ପରସ୍ପର ମଧ୍ୟରେ କଥାବାର୍ତ୍ତା କରି ୨୦୧୦ ମସିହାରୁ ୨୦୧୪ ମସିହା ପର୍ଯ୍ୟନ୍ତ ସରକାରଙ୍କୁ ଚୁନ ଲଗାଇଥିବା ଅଭିଯୋଗ ହୋଇଛି । ଏହିସବୁ କମ୍ପାନୀ ଉପରେ ଖୁବ ଶୀଘ୍ର କମ୍ପିଟିସନ କମିଶନ ଅଫ୍ ଇଣ୍ଡିଆ (ସିଆଇଆଇ) ମାମଲା ରୁଜ୍ଜୁ କରିପାରନ୍ତି । ଦୁର୍ନୀତି କରି ଏହିସବୁ କମ୍ପାନୀ ସରକାରଙ୍କ ଠାରୁ ଅଧିକ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି ।

{"id":125460}

କମ୍ପାନୀଗୁଡିକର ପରସ୍ପର ମିଳାମିଶାକୁ ନେଇ ଜଣେ ଅଧିକାରୀ କହିଛନ୍ତି, ଦର ପୂର୍ବରୁ ଠିକ କରିବା ପାଇଁ ଏହିସବୁ କମ୍ପାନୀରେ ନିର୍ଦେଶକ, ସିଇଓ ଏବଂ ଅପରେସନ ମୁଖ୍ୟ ଶ୍ରମିକଙ୍କ ସହ ଆଲୋଚନା ହୋଇଥିଲା । କିନ୍ତୁ ଏହିସବୁ କମ୍ପାନୀ ପରସ୍ପର ସହ ମିଶି କୌଣସି ପ୍ରତିଯୋଗିତା ନକରି ଟେଣ୍ଡର ପକାଇଥିବା ଯାଞ୍ଚରେ ଜଣାପଡିଛି ।

{"id":125462,"width":577,"height":384}

ଜାଣିଶୁଣି ଟେଣ୍ଡରରେ ଗଡବଡୀ କରାଯାଇଛି ବୋଲି କହିଛନ୍ତି ଅଧିକାରୀ । ଏହି କମ୍ପାନୀ ମିଳିମିଶି ଉଚ୍ଚ ଦରର ଟେଣ୍ଡର ପକାଇଛନ୍ତି । ଏହି ଟେଣ୍ଡରରେ ସବୁଠାରୁ କାମ ଦର ୫୦ ପଇସା ରହିଛି । ଏଭଳି ସ୍ଥିତିରେ ସରକାର ସବୁଠାରୁ କାମ ଦର ଟେଣ୍ଡର ପକାଇଥିବା କମ୍ପାନୀକୁ ଅଫର ଦେଇଥାନ୍ତି । ଯେଉଁ କମ୍ପାନୀ ବିରୋଧରେ ତଦନ୍ତ ହେଉଛି ସେଥିରେ ୨ଟି ସରକାରୀ କମ୍ପାନୀ ମଧ୍ୟ ସାମିଲ ଅଛି ।

{"id":125464}

ଭାରତ ସରକାରଙ୍କ ସ୍ୱାସ୍ଥ୍ୟ କଲ୍ୟାଣ ମନ୍ତ୍ରାଳୟ ଅଲଗା ଅଲଗା ସଂଗଠନକୁ ଫ୍ରି କିମ୍ବା ସବସିଡି ଦରରେ ବିତରଣ ପାଇଁ ୨୦୧୪ ମସିହା ପର୍ଯ୍ୟନ୍ତ ଅଧିକ ସଂଖ୍ୟକ କଣ୍ଡମ କିଣିଥିଲେ । ଯେଉଁ କମ୍ପାନୀ ଉପରେ ସରକାରଙ୍କୁ ଚୁନ ଲଗାଇଥିବା ଅଭିଯୋଗ ହୋଇଛି, ଯଦି ସେମାନେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତାହେଲେ ସେମାନଙ୍କୁ ତାଙ୍କର ବାର୍ଷିକ ଲାଭର ୩ ଗୁଣ ନଚେତ ଅଭେରେଜ ଟର୍ଣ ଓଭରର ୧୦ ପ୍ରତିଶତ ଜୋରିମାନା ଭାବେ ସରକାରଙ୍କୁ ଦେବାକୁ ପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.