ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ବୈଠକରେ ବଡ଼ ନିଷ୍ପତ୍ତି, ବଢିବ ଇଥାନଲ ମୂଲ୍ୟ

Published By : Prameya-News7 Bureau | October 29, 2020 IST

ନୂଆଦିଲ୍ଲୀ ୨୯।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅର୍ଥନୈତିକ ବ୍ୟାପାର କମିଟି( ସିସିଇଏ) ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆର୍ଥିକ ମୋର୍ଚ୍ଚାକୁ ନେଇ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବା ବେଳେ କୃଷି ଉତ୍ପାଦକୁ ନେଇ ୨ଟି ଓ ଗୋଟିଏ ଅନ୍ୟ ପ୍ରସ୍ତାବରେ ମଧ୍ୟ କ୍ୟାବିନେଟର ମୋହର ବାଜିଛି। ଏଥିରୁ ଦେଶରେ ପୁଣି ପେଟ୍ରୋଲ ମୂଲ୍ୟ ବୃଦ୍ଧିର ସମ୍ଭାବନା ସୃଷ୍ଟି ହୋଇଛି।

{"id":353043,"sizeSlug":"large"}

ଇଥାନଲ ମୂଲ୍ୟବୃଦ୍ଧି ଲାଗି ନିଷ୍ପତ୍ତି
ମିଳୁଥିବା ସୂଚନା ଅନୁସାରେ ବୈଠକରେ ଇଥାନଲ ଲିଟର ପିଛା ମୂଲ୍ୟ ୫ରୁ ୮ ପ୍ରତିଶତ ବୃଦ୍ଧି ଲାଗି ନିଷ୍ପତ୍ତି ହୋଇଛି। ଫଳରେ ଚିନିରୁ ଉତ୍ପାଦିତ ହେଉଥିବା ଇଥାନଲ ପ୍ରତି ଲିଟର ଦର ୬୨ଟଙ୍କା ୬୫ ପଇସାକୁ ବଢିଛି। ଏହା ଛଡା ବି-ହେଭି ଓ ସି-ହେଭି ମୂଲ୍ୟ ମଧ୍ୟ ସ୍ଥିରିକୃତ ହୋଇଛି। ବି-ହେଭି ଲିଟର ପିଛା ମୂଲ୍ୟ ୫୭ଟଙ୍କା ୬୧ ପଇସା କରାଯାଇଥିବା ବେଳେ ସି-ହେଭି ଲିଟର ୪୫ଟଙ୍କା ୬୯ ପଇସାରେ ପହଞ୍ଚିଛି। ଏହି ମୂଲ୍ୟବୃଦ୍ଧି ନିଷ୍ପତ୍ତି ଚାଷୀଙ୍କୁ ଲାଭବାନ କରିବ। ତେବେ ପ୍ରଦୂଷଣ ହ୍ରାସ ଲାଗି ଇଥନଲ ମିଶ୍ରଣ ହେଉଥିବାରୁ ପେଟ୍ରୋଲ ଦର ବୃଦ୍ଧିର ଆଶଙ୍କା କରାଯାଉଛି।

{"id":353044,"sizeSlug":"large"}

ଝୋଟ ପ୍ୟାକେଜିଂକୁ ନେଇ ବଡ଼ ନିଷ୍ପତ୍ତି
ଇଥନଲ ଭଳି ଝୋଟ ପ୍ୟାକିଙ୍ଗକୁ ନେଇ ମଧ୍ୟ ସିସିଇଏ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଏଣିକି ପୂର୍ବ ଭଳି ସବୁ ସାମଗ୍ରୀ ଝୋଟ ବ୍ୟାଗ୍‌ରେ ପ୍ୟାକ୍‌ ହେବ। ତେବେ ଝୋଟ ବସ୍ତା କ୍ରୟ ଓ ପ୍ୟାକିଙ୍ଗ ବାବଦ ଖର୍ଚ୍ଚରେ ଗ୍ରାହକଙ୍କ ଅଂଶଦାନ କେତେ ରହିବ ତାହା କିନ୍ତୁ ନିଷ୍ପତ୍ତି ହୋଇପାରିନାହିଁ। ତେବେ ପୂର୍ବ ଭଳି ଚିନି, ଚାଉଳ. ଗହମ ଓ ଡାଲି ସମେତ ପନିପରିବା ଆଦି ଝୋଟ ବସ୍ତାରେ ପ୍ୟାକିଂ ଦେଶରେ  ବାଧ୍ୟତାମୂଳକ କରାଯିବ ବୋଲି ଜଣାପଡିଛି। ଫଳରେ ଝୋଟ ଚାଷକୁ ଦେଶରେ ପୁଣି ପ୍ରୋତ୍ସାହନ ମିଳିବା ନିଶ୍ଚିତ ହୋଇଥିବା ବେଳେ ଝୋଟ ଉଦ୍ୟୋଗର ମଧ୍ୟ ପୁନର୍ବିନ୍ୟାସ ହେବ।  

{"id":353045,"width":575,"height":300,"sizeSlug":"large"}

ନଦୀବନ୍ଧ ନେଇ ନିଷ୍ପତ୍ତି
ବୈଠକରେ ଦେଶର ନଦୀବନ୍ଧ ରକ୍ଷଣାବେକ୍ଷଣ, ସୁରକ୍ଷା, ପରିଚାଳନା ପ୍ରଦର୍ଶନ ଆଦି ନେଇ ମଧ୍ୟ ଚର୍ଚ୍ଚା ହୋଇଛି। ଏଥିରେ ୩୭୬ ବନ୍ଧର ସୁରକ୍ଷା, ପରିଚାଳନା ଓ ପ୍ରଦର୍ଶନ ବୃଦ୍ଧି ଲାଗି ବନ୍ଦ ପୁନନିର୍ମାଣ ଓ ସଂସ୍କାର ପ୍ରକଳ୍ପର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟକୁ ବୈଠକର ଅନୁମୋଦନ ମିଳିଛି। ସୂଚନା ଅନୁସାରେ ଏହି ପ୍ରକଳ୍ପଗୁଡିକ ଲାଗି ୧୦ ହଜାର ୨୧୧ କୋଟି ଟଙ୍କା ଖର୍ଚ୍ଚ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.