Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ବାତିଲ ହେବ ସିବିଏସଇ ଦ୍ୱାଦଶ ପରୀକ୍ଷା ! ଜୁନରେ ନିଆଯାଇପାରେ ଚୂଡାନ୍ତ ନିଷ୍ପତ୍ତି

15/05/2021 at 8:59 AM

ଭୁବନେଶ୍ୱର,୧୫/୦୫: ବାତିଲ ହେବ ସିବିଏସଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ! କରୋନା ସଂକ୍ରମଣ ସ୍ଥିତି ନିୟନ୍ତ୍ରଣ ହେବାକୁ ଆସିବା ପରିବର୍ତ୍ତେ ଅଧିକ ବେକାବୁ ହେବାକୁ ଲାଗିଛି । ଯାହାକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଚିନ୍ତାରେ ପଡିଲାଣି । କେନ୍ଦ୍ରୀୟ ମାଧ୍ୟମ ଶିକ୍ଷା ବୋର୍ଡ(ସିବିଏସଇ)ର ଦଶମ ଭଳି ଦ୍ୱାଦଶ ପରୀକ୍ଷାକୁ ମଧ୍ୟ ବାତିଲ କରି ବିକଳ୍ପ ମୂଲ୍ୟାୟନ କରିବାକୁ ଚାଲିଛି ଆଲୋଚନା । ତେବେ ଏ ନେଇ କୌଣସି ଚୂଡାନ୍ତ ନିଷ୍ପତ୍ତି ହୋଇନଥିବା ଜାତୀୟ ଗଣମାଧ୍ୟମରେ ସୂଚନା ଦିଆଯାଇଛି ।

ଅପରପକ୍ଷେ ଦ୍ୱାଦଶ ପରୀକ୍ଷା ବିଳମ୍ବ ହେଲେ ବିଦେଶରେ ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖିବାକୁ ଆଶାୟୀ ଛାତ୍ରଛାତ୍ରୀ ଅସୁବିଧାରେ ପଡିବେ । ସେହିପରି ଦେଶ ଭିତରେ ମଧ୍ୟ ଡାକ୍ତରୀ, ଇଞ୍ଜିନିୟରିଂ, ଇଣ୍ଟିଗ୍ରେଟେଡ୍‌ ଏମବିଏ, ଇଣ୍ଟିଗ୍ରେଟେଡ୍‌ ଲ’ ସମେତ ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖିବା ପାଇଁ ଯୁକ୍ତ ଦୁଇର ମାର୍କ ଗୁରୁତ୍ୱ ବହନ କରିଥାଏ । ତେଣୁ ଜୁନ୍‌ ପ୍ରଥମ ସପ୍ତାହ ସୁଦ୍ଧା ଯଦି ପରିସ୍ଥିତି ନ ସୁଧୁରିବ, ତେବେ ଦ୍ୱାଦଶ ପରୀକ୍ଷା ବାତିଲ କରି ବିକଳ୍ପ ବ୍ୟବସ୍ଥା କରିବାକୁ ଯୋଜନା ଚାଲିଥିବା ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।

ସେହିପରି ଦେଶର ବହୁ ରାଜ୍ୟରେ ସିବିଏସଇ ଛାତ୍ରଛାତ୍ରୀ ଦ୍ୱାଦଶ ପରୀକ୍ଷାକୁ ନେଇ ଚିନ୍ତାରେ ପଡିଛନ୍ତି । ହେବ କିମ୍ବା ହେବନାହିଁ ତାହାକୁ ନେଇ ସେମାନେ ଦ୍ୱନ୍ଦ୍ୱରେ ଅଛନ୍ତି । ତାହା ସ୍ପଷ୍ଟ କରି ଦଶମ ଭଳି ଦ୍ୱାଦଶ ପରୀକ୍ଷା ମଧ୍ୟ ବାତିଲ କରିବାକୁ ବହୁ ଛାତ୍ରଛାତ୍ରୀ ଦାବି କରିଛନ୍ତି ।

ସିବିଏସ୍‌ଇ ଯଦି ଦଶମ ଭଳି ଦ୍ୱାଦଶ ପରୀକ୍ଷାକୁ ବାତିଲ କରେ, ତେବେ ତାହାର ପଥକୁ ଅନୁସରଣ କରିବେ ଅନ୍ୟ ବୋର୍ଡ । ଦଶମ ପରୀକ୍ଷା ବାତିଲ କ୍ଷେତ୍ରରେ ସିବିଏସଇ ଘୋଷଣା କରିବା ପରେ ସିଆଇଏସସିଇ ମଧ୍ୟ ତା’ର ଦଶମ ପରୀକ୍ଷା ବା ଆଇସିଏସଇ ପରୀକ୍ଷାକୁ ବାତିଲ କରିଥିଲା ।

   Related Posts