Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

CBSE ପରୀକ୍ଷା ବାତିଲ

25/06/2020 at 2:03 PM

ଭୁବନେଶ୍ବର ୨୫/୬: ସିବିଏସଇ ପରୀକ୍ଷା ବାତିଲ ହୋଇଯାଇଛି। ଦଶମ ଏବଂ ଦ୍ବାଦଶ ଶ୍ରେଣୀର ସମସ୍ତ ପରୀକ୍ଷା ବାତିଲ କରାଯାଇଛି। ପରୀକ୍ଷାକୁ ନେଇ ଅଭିଭାବକ ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏନେଇ ସିବିଏସଇ କର୍ତ୍ତୃପକ୍ଷ ସୁପ୍ରିମ କୋର୍ଟଙ୍କୁ ଅବଗତ କରାଇଛନ୍ତି। ଜୁଲାଇ ୧ରୁ ୧୫ତାରିଖ ମଧ୍ୟରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି।

ସିବିଏସଇ ଦଶମ ଏବଂ ଦ୍ବାଦଶ ଶ୍ରେଣୀର ଅବଶିଷ୍ଟ ପରୀକ୍ଷା କେମିତି ହେବ ଏବଂ କେମିତି ପରୀକ୍ଷା ଫଳ ପ୍ରକାଶ ପାଇବ ସେ ନେଇ ବୋର୍ଡ଼ ଆଜି ସୁପ୍ରିମ କୋର୍ଟଙ୍କୁ କ’ଣ ଜଣାଇବ ତାହା ଉପରେ ସମସ୍ତଙ୍କ ନଜର ରହିଥିଲା। ପୂର୍ବରୁ ସିବିଏସଇ ଛାତ୍ରଛାତ୍ରୀଙ୍କ ବାବଦରେ ବୋର୍ଡ କି ନିଷ୍ପତ୍ତି ନେଉଛି ଅଭିଭାବକମାନଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା। ଗତ ମଙ୍ଗଳବାର ମାମଲାର ଶୁଣାଣି ହୋଇଥିଲା, ଯେଉଁଥିରେ ବୋର୍ଡ କୋର୍ଟଙ୍କୁ ଜଣାଇଥିଲା ଯେ ବୁଧବାର ସୁଦ୍ଧା ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ତେଣୁ ମାମଲାର ଶୁଣାଣି ଗୁରୁବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା।  

   Related Posts