ନୂଆଦିଲ୍ଲୀ ୨୮/୦୧: ସିବିଏସଇ ୧୦ମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ସୂଚୀ (ଡେଟସିଟ୍) ଫେବୃଆରୀ ୨ରେ ପ୍ରକାଶ ପାଇବ। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି। ସବିଏସ୍ଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ମେ’ ୪ରୁ ଆରମ୍ଭ ହୋଇ ଜୁନ୍ ୧୦ ଯାଏ ଚାଲିବ। ପ୍ରାକ୍ଟିକାଲ୍ ପରୀକ୍ଷା ୧ ମାର୍ଚ୍ଚରୁ ଆରମ୍ଭ ହେବ। ଏନେଇ ସିବିଏସ୍ଇ ସ୍କୁଲ ଅଧ୍ୟକ୍ଷ ଓ ସଚିବମାନଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା ବେଳେ କେନ୍ଦ୍ରମନ୍ତ୍ରୀ ପୋଖରିଆଲ କହିଛନ୍ତି।
ପରୀକ୍ଷା ରେଜଲ୍ଟ ୧୫ ଜୁଲାଇ ସୁଦ୍ଧା ପ୍ରକାଶ ପାଇବ। ତେବେ ସିବିଏସ୍ଇ ବୋର୍ଡ ପରୀକ୍ଷା ପାଇଁ ସୂଚୀ ଫେବୃଆରୀ ୨ରେ ପ୍ରକାଶ ପାଇବାକୁ ଥିବା ବେଳେ ସିବିଏସଇ ବିଦ୍ୟାର୍ଥୀଙ୍କ ୪୫ ବର୍ଷର ରେକର୍ଡକୁ ଡିଜିଟାଲାଇଜ୍ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସିବିଏସ୍ଇ ସମେତ ଦେଶର ଅନ୍ୟ ବୋର୍ଡ ନୂଆ ଶିକ୍ଷା ନୀତି ଲାଗୁ କରିବା ଦିଗରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ସିବିଏସ୍ଇ ବୋର୍ଡ ଏହି ଦିଗରେ ପ୍ରେରଣାଦାୟୀ ସାବ୍ୟସ୍ତ ହେବ। ନୂଆ ଶିକ୍ଷା ନୀତି ଜରିଆରେ ହେବାକୁ ଥିବା ସୁଧାର ଏହି ବୋର୍ଡରୁ ଅନ୍ୟ ଆଡ଼କୁ ଯିବ ବୋଲି ରମେଶ ପୋଖରିଆଲ କହିଛନ୍ତି।
wp:embed {"url":"https://twitter.com/DrRPNishank/status/1354710650618929152","type":"rich","providerNameSlug":"twitter","responsive":true,"className":""} /wp:embedଶିକ୍ଷା ମନ୍ତ୍ରୀ ଓ୍ବେବିନାର ଜରିଆରେ ଏକ ହଜାରରୁ ଅଧିକ ସ୍କୁଲର ମୁଖ୍ୟଙ୍କ ସହ ୨୦୨୧-୨୨ ପାଠ୍ୟକ୍ରମ ଓ ସ୍କୁଲ ପ୍ରକ୍ରିୟାରେ ସାମିଲ ହେବାକୁ ଥିବା ପରିବର୍ତ୍ତନ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ସମୟରେ ସେ କହିଛନ୍ତି, ନୂଆ ଶିକ୍ଷା ନୀତି ଜରିଆରେ ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀ Vocational ଶିକ୍ଷା ଗ୍ରହଣ କରିପାରିବେ । ଷଷ୍ଠ ଶ୍ରେଣୀରୁ ହିଁ ଛାତ୍ରଛାତ୍ରୀ ନିଜର ଭବିଷ୍ୟତ ବାଛିବାର ମଉକା ପାଇବେ ।