ସିବିଏସ୍‌ଇ ଟର୍ମ-୧ ପରୀକ୍ଷା: ମଙ୍ଗଳବାର ଜାରି ହେବ ରୋଲ୍‌ ନମ୍ବର, Exam କେବେ ଜାଣନ୍ତୁ

Published By : Prameya-News7 Bureau | November 06, 2021 IST

ନୂଆଦିଲ୍ଲୀ ୦୬/୧୧: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ଟର୍ମ-୧ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କ ରୋଲ ନମ୍ବର ନମ୍ଭେମ୍ବର ୯  ତାରିଖରେ ଜାରି କରାଯିବ। ଛାତ୍ରଛାତ୍ରୀ ନିଜ ନିଜର ରୋଲ ନମ୍ବର ବୋର୍ଡ ଓ୍ବେବସାଇଟ୍‌ cbse.gov.inକୁ ଯାଇ ପାଇପାରିବେ। ଦଶମ  ଶ୍ରେଣୀ ପରୀକ୍ଷା ନଭେମ୍ବର ୧୭ରୁ ଆରମ୍ଭ ହେବାକୁ ଥିବା ବେଳେ ଦ୍ବାଦଶ ଶ୍ରେଣୀ ପରୀକ୍ଷା ନଭେମ୍ବର ୧୬ରୁ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ପରୀକ୍ଷାରେ ଛାତ୍ରଛାତ୍ରୀ ଓଏମଆର  ସିଟ୍‌ରେ ଉତ୍ତର ଲେଖିବେ। ରେଜଲ୍ଟ ଆସିବା ପରେ ଏହାକୁ ସିବିଏସଇ ପୋର୍ଟାଲରେ ଅପଲୋଡ୍‌ କରିଦିଆଯିବ। ପରୀକ୍ଷାରେ ମଲ୍ଟିପଲ ଚଏସ୍‌ ପ୍ରଶ୍ନ ଆସିବ ।

ପରୀକ୍ଷା ପ୍ୟାଟର୍ଣ୍ଣ

-ବୋର୍ଡ ପକ୍ଷରୁ ସ୍କୁଲ୍‌ଗୁଡ଼ିକୁ ଓଏମଆର  ସିଟ୍‌ ଦିଆଯିବ ।

- ପରୀକ୍ଷ ପରେ ସ୍କୁଲ୍‌ କର୍ତ୍ତୃପକ୍ଷ ଏହି ସବୁ ସିଟ୍‌କୁ ସ୍କାନ କରି ଓ୍ବେବସାଇଟ୍‌ରେ ଅପଲୋଡ୍‌ କରିବେ।

- ଏହି ଆଧାରରେ ଟର୍ମ-୧ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇବ।

- କମ୍ପ୍ୟୁଟର ଦ୍ବାରା ଓଏମଆର  ସିଟ୍‌ର ମୂଲ୍ୟାଙ୍କନ କରାଯିବ।

- ସମସ୍ତ ପରୀକ୍ଷା ପାଇଁ ୯୦ ମିନିଟ୍‌ ଲେଖାଏଁ ସମୟ ମିଳିବ।

- ପ୍ରଶ୍ନପତ୍ର ପଢ଼ିବା ପାଇଁ ୧୫ ମିନିଟ ପରିବର୍ତେ ଏଥର ୨୦ ମିନିଟ୍‌ ରହିବ।

- ଟର୍ମ-୧ ଏବଂ ଟର୍ମ-୨ ପରୀକ୍ଷାରେ ପ୍ରାପ୍ତ ମାର୍କକୁ ହିସାବକୁ ନିଆଯାଇ ଅନ୍ତିମ ବୋର୍ଡ ପରୀକ୍ଷାର ପରିଣାମ ଜାରି କରାଯିବ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.