CBSE Syllabusରେ କରୋନା ଇମ୍ପାକ୍ଟ : ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଙ୍କ ପାଠ ଓ ବିଷୟ ୩୦ ପ୍ରତିଶତ କମିଲା
7/07/2020 at 6:30 PM

ନୂଆଦିଲ୍ଲୀ ୦୭।୦୭: ସିବିଏସଇ ସ୍କୁଲରେ ପାଠ ପଢୁଥିବା ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଙ୍କ ପାଇଁ ଆସିଛି ଆଶ୍ଵସ୍ତିକର ଖବର। ସରକାର ସିବିଏସଇ ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମକୁ ୩୦ ପ୍ରତିଶତ କମ କରି ଦେଇଛନ୍ତି। କେନ୍ଦ୍ରୀୟ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ମଙ୍ଗଳବାର ଏହି ଘୋଷଣା କରିଛନ୍ତି। ସେ ଟ୍ଵିଟ୍ କରି କହିଛନ୍ତି, ସିବିଏସଇ କୋଭିଡ୍-୧୯ ଲକ୍ଡାଉନ୍ ସମୟରେ ପାଠପଢା କ୍ଷତିକୁ ଦୃଷ୍ଟିରେ ରଖି ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସିଲାବସ୍କୁ ୩୦ ପ୍ରତିଶତ ହ୍ରାସକୁ ତର୍କସଙ୍ଗତ କହିଛନ୍ତି।
ନିଶଙ୍କ କହିଛନ୍ତି, କୋଭିଡ୍-୧୯ ସଂକ୍ରମଣ ଓ ଲକ୍ଡାଉନ୍ କାରଣରୁ ବିଦ୍ୟାର୍ଥୀଙ୍କ ପାଠପଢାରେ ହୋଇଥିବା କ୍ଷତିକୁ ଦୃଷ୍ଟିରେ ରଖି ସିବିଏସଇକୁ ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସିଲାବସ୍କୁ କମ କରିବାକୁ କୁହାଯାଇଥିଲା।
Looking at the extraordinary situation prevailing in the country and the world, #CBSE was advised to revise the curriculum and reduce course load for the students of Class 9th to 12th. @PMOIndia @HMOIndia @PIB_India @MIB_India @DDNewslive @cbseindia29 @mygovindia
— Dr. Ramesh Pokhriyal Nishank (@DrRPNishank) July 7, 2020
ସେ ଏହା ମଧ୍ୟ କହିଛନ୍ତି, ନିର୍ଣ୍ଣୟ ନେବାରେ ସାହାଯ୍ୟ କରିବା ପାଇଁ ମୁଁ କିଛି ମାସ ପୂର୍ବରୁ ହ୍ୟାସଟ୍ୟାଗ୍ #SyllabusForStudents2020 ସହିତ ସିଲାବସ୍ରେ ହ୍ରାସ ପାଇଁ ସମସ୍ତ ଶିକ୍ଷାବିତ୍ଙ୍କଠୁ ପ୍ରସ୍ତାବ ଲୋଡିଥିଲି। ମୁଁ ଏଥିରେ ପ୍ରସନ୍ନ ଯେ, ଆମକୁ ୧୫୦୦ରୁ ଅଧିକ ପ୍ରସ୍ତାବ ମିଳିଥିଲା। ଏହି ସବୁ ପ୍ରସ୍ତାବ ପାଇଁ ସମସ୍ତଙ୍କୁ ଧନ୍ୟବାଦ୍।
ସିବିଏସଇ କହିଛି ଯେ, ସମସ୍ତ ସ୍କୁଲ ପ୍ରମୁଖ ଓ ଶିକ୍ଷକଙ୍କ ଏହା ମଧ୍ୟ ସୁନିଶ୍ଚିତ କରନ୍ତୁ ଯେ, ଯେଉଁ ବିଷୟକୁ ସିଲାବସ୍ରୁ ହଟାଯାଇଛି, ତାହା ଆବଶ୍ୟକ ପଡିଲେ ଛାତ୍ରଙ୍କୁ ଜଣାନ୍ତୁ ଏବଂ ବୁଝାନ୍ତୁ। ହଟାଯାଇଥିବା ବିଷୟ ଇଣ୍ଟରନାଲ ଓ ବାର୍ଷିକ ବୋର୍ଡ ପରୀକ୍ଷାର ଅଂଶ ହେବ ନାହିଁ। ଇଣ୍ଟରନାଲ ଓ ବାର୍ଷିକ ବୋର୍ଡ ପରୀକ୍ଷାରୁ ହଟାଯାଇଥିବା ବିଷୟ ଉପରେ ପ୍ରଶ୍ନ ପଚରାଯିବ ନାହିଁ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର NCERT ଦ୍ଵାରା ଜାରି ବିକଳ୍ପ କ୍ୟାଲେଣ୍ଡର ଅନୁସରଣ କରି ପାରିବେ।