Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

୩୧ ଜୁଲାଇରେ ହିଁ ବାହାରିବ ସିବିଏସଇ ଦ୍ୱାଦଶ ରେଜଲ୍ଟ, ସୁପ୍ରିମକୋର୍ଟରେ ସାନି ସତ୍ୟପାଠ ଦାଖଲ କଲେ ସିବିଏସଇ କର୍ତ୍ତୃପକ୍ଷ

21/06/2021 at 2:20 PM

ନୂଆଦିଲ୍ଲୀ, ୨୧/୦୬ :ଦ୍ୱାଦଶ ପରୀକ୍ଷା ଫଳକୁ ନେଇ ସିବିଏସଇ ସୁପ୍ରିମକୋର୍ଟରେ ଏକ ସାନି ସତ୍ୟପାଠ ଦାଖଲ କରିଛି । ସତ୍ୟପାଠ ଅନୁସାରେ, ଜୁଲାଇ ୩୧ ତାରିଖରେ ପରୀକ୍ଷା ଫଳ ଘୋଷଣା କରାଯିବ । ଯଦି ପରୀକ୍ଷା ଫଳକୁ ନେଇ କୌଣସି ବିବାଦ ରହେ ତେବେ ଏହାକୁ କମିଟିକୁ ପଠାଯିବ । ବିକଳ୍ପ ପରୀକ୍ଷା ପାଇଁ ଅନଲାଇନରେ ପଞ୍ଜିକରଣ କରିବାକୁ ଛାତ୍ରଛାତ୍ରୀଙ୍କୁ ସୁବିଧା ମିଳିବ । ଏହି ପରୀକ୍ଷା ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୫ ମଧ୍ୟରେ ହେବ । ଏହି ପରୀକ୍ଷାରେ ମିଳିଥିବା ମାର୍କକୁ ଚୁଡାନ୍ତ ମାର୍କ ଭାବେ ବିବେଚନା କରାଯିବ ।

ଏହାପୂର୍ବରୁ ସିବିଏସଇ ସୁପ୍ରିମକୋର୍ଟରେ କହିଥିଲା ଯେ, ବୋର୍ଡ ଛାତ୍ରଙ୍କ ଦ୍ୱାରା ଦାଖଲ ଅଭିଯୋଗର ଅଧ୍ୟୟନ କରିବ । ଆବେଦନକାରୀ ୟୁପି ପ୍ୟାରେଣ୍ଟସ୍ ଆସୋସିଏସନ ତରଫରୁ ବରିଷ୍ଠ ଆଇନଜୀବୀ ବିକାଶ ସିଂ କହିଥିଲେ ଯେ, ଯେଉଁ ଛାତ୍ରମାନେ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବାକୁ ଚାହାଁନ୍ତି ସେମାନଙ୍କୁ ଡବଲ ମାସ୍କ ସହ ଅନୁମତି ମିଳିବା ଆବଶ୍ୟକ । ପୂର୍ବ ମାର୍କ ଆଦାରରେ ଦ୍ୱାଦଶ ମାର୍କ ମିଳିବା ନେଇ ଦ୍ୱନ୍ଦ୍ୱ ରହିଛି । ଦ୍ୱାଦଶ ପରୀକ୍ଷା ଓ ଫଳ ବହୁ ଗୁରୁତ୍ୱ ବହନ କରେ । ଏଥିରେ ଦଶମ-ଏକାଦଶ-ଦ୍ୱାଦଶ ଫର୍ମୁଲା ଉପଯୁକ୍ତ ନୁହେଁ । କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ମାମଲାର ବିଭିନ୍ନ ପ୍ରସଙ୍ଗ ଓ ପରାମର୍ଶ ଉପରେ ଅଧ୍ୟୟନ କରାଯିବ ବୋଲି କହିଥିଲେ ।

ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ବେଳେ କହିଥିଲେ ଯେ, ସିବିଏସଇର ଯୋଜନାକୁ ଚ୍ୟାଲେଞ୍ଜ କରି ଅନେକ ଆବେଦନ କରାଯାଇଛି । କିନ୍ତୁ ରେଜିଷ୍ଟ୍ରୀ ଏବେସୁଦ୍ଧା ଶୁଣାଣି ପାଇଁ ତାଲିକାଭୂକ୍ତ କରିନାହାଁନ୍ତି।

ସେହିପରି ଆଟର୍ଣ୍ଣିଂ ଜେନେରାଲ ସୁପ୍ରିମକୋର୍ଟରେ କହିଥିଲେ ଯେ, ସେ ସିବିଏସଇର ଯୋଜନା ଉପରେ ସହମତି ପ୍ରକାଶ କରିଛନ୍ତି । କିନ୍ତୁ ଚୂଡାନ୍ତ ନିଷ୍ପତ୍ତି ସମସ୍ତ ଆବେଦନକ ଶୁଣାଣି ପରେ ନିଆଯାଉ । ସୁପ୍ରିମକୋର୍ଟ ସିବିଏସଇକୁ କହିଥିଲେ ଯେ, କୋର୍ଟ ବୋର୍ଡର ଯୋଜନା ଉପରେ ସହମତି ପ୍ରକାଶ କରିଛନ୍ତି କିନ୍ତୁ କିଛି ଆବେଦନରେ ବୋର୍ଡ ପରୀକ୍ଷାକୁ ରବ୍ଦ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ ମଧ୍ୟ କରାଯାଇଛି ।

   Related Posts