Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ସିବିଏସଇ ଦ୍ୱାଦଶ ଛାତ୍ରଛାତ୍ରୀ, ଅଫଲାଇନ୍ ପରୀକ୍ଷା ନକରିବାକୁ କଲେ ଅନୁରୋଧ

26/05/2021 at 11:02 AM

ନୂଆଦିଲ୍ଲୀ,୨୬/୦୫:   ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ସମେତ ଅନ୍ୟ ବିଚାରପତିଙ୍କୁ ଚିଠି ଲେଖିଲେ ସିବିଏସଇ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ । ପ୍ରାୟ ୩୦୦ ଛାତ୍ରଛାତ୍ରୀ ପ୍ରଧାନ ବିଚାରପତି ଏନଭି ରମନ୍ନାଙ୍କ ସମେତ ଅନ୍ୟ ବିଚାରପତିଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି । ସିବିଏସଇ ଦ୍ୱାଦଶ ପରୀକ୍ଷା କେନ୍ଦ୍ର ବା ଅଫଲାଇନରେ ନକରିବାକୁ ସେମାନେ ଚିଠିରେ ଉଲ୍ଲେଖ କରିଛନ୍ତି ।

ଚିଠିରେ ଉଲ୍ଲେଖ ଅଛି ଯେ,ଦେଶରେ କରୋନା ସ୍ଥିତି ଜଟିଳ ରହିଛି । ଅନେକ ଛାତ୍ରଛାତ୍ରୀ ସେମାନଙ୍କ ପରିବାର ଲୋକ ଓ ମାତାପିତାଙ୍କୁ ହରାଇଛନ୍ତି । ପରିସ୍ଥିତି ଘର ଭିତରେ ରହିବାକୁ ବାଧ୍ୟ କରୁଛି । ଦେଶରେ ଲକ୍ଷାଧିକ ଛାତ୍ରଛାତ୍ରୀ କରୋନାର ଦ୍ୱିତୀୟ ଲହର ମଧ୍ୟ ଭାଗରେ ପରୀକ୍ଷା କେନ୍ଦ୍ରରେ ପରୀକ୍ଷାକୁ ନେଇ ଭୟ ଓ ଆଶଙ୍କାରେ ରହିଛନ୍ତି । ଏପରି ସ୍ଥିତିରେ ପରୀକ୍ଷା କରାଗଲେ ପରୀକ୍ଷା କେନ୍ଦ୍ର ହିଁ କୋଭିଡ୍ ହଟସ୍ପଟ୍ ପାଲଟିବାର ସମ୍ଭାବନା ରହିଛି । ଯଦି ଛାତ୍ରଛାତ୍ରୀମାନେ କରୋନା ସଂକ୍ରମିତ ହୁଅନ୍ତି ତେବେ ସରକାର ଓ ସିବିଏସଇ ଦାୟୀ ରହିବେ ବୋଲି ଚିଠିରେ ଉଲ୍ଲେଖ ରହିଛି ।

ଏପରି ଜଟିଳ ସ୍ଥିତିରେ ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର ସମ୍ଭାବ୍ୟ ଆୟୋଜନକୁ ଛାତ୍ରଛାତ୍ରୀମାନେ ନିନ୍ଦା କରିଛନ୍ତି ।ଏହାସହ ଅନଲାଇନ୍ ପରୀକ୍ଷା ଓ ଅନ୍ୟ ବିକଳ୍ପ ପ୍ରକ୍ରିୟାରେ ମୂଲ୍ୟାୟନ କରିବାକୁ ସେମାନେ ପ୍ରସ୍ତୁତ ଥିବା କହିଛନ୍ତି ।

ସୂଚନାଯୋଗ୍ୟ, ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ । ଏଥିରେ ସମସ୍ତ ବୋର୍ଡ ପରୀକ୍ଷା ବାବଦରେ ଚର୍ଚ୍ଚା ହୋଇଥିଲା ।କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୟାଲ ମଧ୍ୟ ସମସ୍ତ ରାଜ୍ୟକୁ ପରୀକ୍ଷା ଆୟୋଜନ ନେଇ ମତାମତ ଓ ପରାମର୍ଶ ମାଗିଛନ୍ତି ।

   Related Posts