Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

CBSE ରେଜଲ୍ଟରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଗଷ୍ଟରେ ଦେଇପାରିବେ ପରୀକ୍ଷା: କେନ୍ଦ୍ର ଶିକ୍ଷାମନ୍ତ୍ରୀ

25/06/2021 at 5:26 PM

ନୂଆଦିଲ୍ଲୀ ୨୫/୬: ସିବିଏସଇ ବୋର୍ଡର ପରୀକ୍ଷାର୍ଥୀଙ୍କ ଯୋଗ୍ୟତା ସହ ଅନ୍ୟାୟ କରାଯିବ ନାହିଁ ବୋଲି ଶୁକ୍ରବାର ଭରସା ଦେଇ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍‌ ନିଶଙ୍କ। ସିବିଏସ୍‌ଇ ମୂଲ୍ୟାୟନ ଢ଼ାଞ୍ଚା ଦ୍ବାରା ସମସ୍ତ ଛାତ୍ରଛାତ୍ରୀଙ୍କୁ ଯୋଗ୍ୟତା ଅନୁସାରେ ପରିଣାମ ମିଳିବ। ଯେଉଁମାନେ ସବିଏସ୍‌ଇ ରେଜଲ୍ଟରେ ଅସନ୍ତୁଷ୍ଟ ହେବେ କରୋନା ସ୍ଥିତି ସୁଧୁରିବା ପରେ ସେମାନଙ୍କ ପାଖରେ ପୁଣି ଥରେ ପରୀକ୍ଷା ଦେଇପାରିବାର ବିକଳ୍ପ ରହିବ। ଏହି ପରୀକ୍ଷା ଅଗଷ୍ଟରେ ହୋଇପାରେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ସୋସିଆଲ ମିଡିଆ ଜରିଆରେ ମନ୍ତବ୍ୟ ଦେଇ କେନ୍ଦ୍ରମନ୍ତ୍ରୀ ନିଶଙ୍କ କହିଛନ୍ତି, ‘ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି ପ୍ରଧାନମନ୍ତ୍ରୀ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ତାଙ୍କ ପାଖରେ ମୁଁ କୃତଜ୍ଞ। ସିବିଏସଇ ପ୍ରସ୍ତାବ ଅନୁରୂପ ରାୟ ଦେଇଥିବାରୁ ସୁପ୍ରିମକୋର୍ଟଙ୍କ ପାଖରେ ମଧ୍ୟ ମୁଁ କୃତଜ୍ଞ।’ 

ତେବେ ସିବିଏସଇ ଦ୍ବାଦଶ ଶ୍ରେଣୀ ରେଜଲ୍ଟ ଫର୍ମୁଲା​ରେ ଅନେକ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଖୁସି ନାହାନ୍ତି।  ଦଶମ ଶ୍ରେଣୀ ପରୀକ୍ଷା ଫଳକୁ ଦ୍ବାଦଶ ପରୀକ୍ଷା ଫଳ ପ୍ରକାଶ ପାଇଁ ଆଧାର କରିବା ଉଚିତ ନୁହେଁ ବୋଲି ଛାତ୍ରଛାତ୍ରୀ କହିଛନ୍ତି। ଅନ୍ୟ କିଛି ଛାତ୍ରଛାତ୍ରୀଙ୍କ ମତରେ ଏକାଦଶ ଶ୍ରେଣୀରେ ଏମିତି ବିଷୟ ରହିଛି ଯାହାକୁ ବୁଝିବାକୁ ଦୀର୍ଘ ସମୟ ଲାଗିଯାଏ। ଯାହାକି ଏହି ବିଷୟ ଏତେ ଗୁରୁତ୍ବପୂର୍ଣ୍ଣ ନୁହେଁ । ତେଣୁ ଏକାଦଶ ମାର୍କ ଦ୍ବାଦଶ ମୂଲ୍ୟାୟନରେ ଆଧାର ହେବା ଅନୁଚିତ ବୋଲି ସେମାନେ କହିଛନ୍ତି ।

ଜୁନ୍‌ ପହିଲାରେ ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ କରିଥିଲା। ୧୮ ଜୁନ୍‌ରେ ବୋର୍ଡର ମୂଲ୍ୟାୟନ ଫର୍ମୁଲାକୁ ଗ୍ରହଣ କରିଥିଲେ ସୁପ୍ରିମକୋର୍ଟ। ୩୧ ଜୁଲାଇ ସୁଦ୍ଧା ଦ୍ବାଦଶ ରେଜଲ୍ଟ ପ୍ରକାଶ ପାଇବାକୁ ଥିବା ବେଳେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଲିଖିତ ପରୀକ୍ଷା ଦେଇପାରିବେ ।  

   Related Posts