CBSE Results 2020 : ଦ୍ଵାଦଶ ବୋର୍ଡ ପରୀକ୍ଷାରେ ଟପ୍ପର ହେଲେ ଦିବ୍ୟାଂଶୀ ଜୈନ
13/07/2020 at 3:07 PM

ନୂଆଦିଲ୍ଲୀ ୧୩।୦୭: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ)ର ଦ୍ଵାଦଶ ବୋର୍ଡ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ଲକ୍ଷ୍ନୌର ଝିଅ ଦିବ୍ୟାଂଶୀ ଜୈନ ଦେଶର ଟପ୍ପର ହୋଇଛନ୍ତି। ସେ ଶତ ପ୍ରତିଶତ ନମ୍ବର ରଖି ଏହି କୃତିତ୍ଵ ଅର୍ଜନ କରିଛନ୍ତି।
ଦିବ୍ୟାଂଶୀ ଇତିହାସ, ଇଂରାଜୀ, ସଂସ୍କୃତ, ଭୂଗୋଳ, ଅର୍ଥଶାସ୍ତ୍ର ଓ ଇନସ୍ୟୁରାନ୍ସ ପରି ବିଷୟରେ ଶତ ପ୍ରତିଶତ ନମ୍ବର ରଖି ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଦିବ୍ୟାଂଶୀ ଜୈନ ନବଯୁଗ ରେଡିଏନ୍ସ ପବ୍ଲିକ ସ୍କୁଲର ଛାତ୍ରୀ। ତାଙ୍କ ପିତା ରାଜେଶ ପ୍ରକାଶ ଜୈନ ଦୋକାନୀ ଭାବେ ପରିବାରର ଗୁଜୁରାଣ ମେଣ୍ଟାନ୍ତି।
ଏହି ସଫଳତା ପରେ ଦିବ୍ୟାଂଶୀ କହିଛନ୍ତି, ହୋଇପାରେ ଛାତ୍ର-ଛାତ୍ରୀଙ୍କୁ ଇତିହାସ ପରି ବିଷୟ ପଢିବା ଏବଂ ମନେ ରଖିବାରେ ସମସ୍ୟା ହୋଇଥାଏ, ମାତ୍ର ସେ କେବେ ମଧ୍ୟ ବିଷୟଗୁଡିକୁ ମୁଖସ୍ତ କରିବାକୁ ଚେଷ୍ଟା କରି ନାହାନ୍ତି। ସେ ଇତିହାସକୁ କାହାଣୀ ଭାବେ ବୁଝନ୍ତି। ଗଣିତ ଫର୍ମୁଲା ପରି ସଂସ୍କୃତକୁ ସେ ମନେ ରଖନ୍ତି। ସଂପ୍ରତି ଦିବ୍ୟାଂଶୀ ଦିଲ୍ଲୀ ବିଶ୍ଵ ବିଦ୍ୟାଳୟରୁ ବିଏ(ଅନର୍ସ)ରେ ପଢିବାକୁ ନିଷ୍ପତ୍ତି ନେଇଛନ୍ତି।
ଏ ହେଉଛି ଦିବ୍ୟାଂଶୀଙ୍କ ରିପୋର୍ଟ କାର୍ଡ
ଇଂରାଜୀ ୧୦୦
ସଂସ୍କୃତ ୧୦୦
ଭୂଗୋଳ ୧୦୦
ଅର୍ଥଶାସ୍ତ୍ର ୧୦୦
ଇନସ୍ୟୁରାନ୍ସ ୧୦୦
ଇତିହାସ ୧୦୦