ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇବ CBSE ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳ

Published By : Prameya-News7 Bureau | April 23, 2020 IST

ନୂଆଦିଲ୍ଲୀ ୨୩।୪:  କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପରିଚାଳିତ ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳ ସବୁ ବର୍ଷ ଭଳି ଚଳିତବର୍ଷ ମଧ୍ୟ ଠିକ୍ ସମୟରେ ପ୍ରକାଶ ପାଇବ। ଏଥିଲାଗି ଲକଡାଉନ୍‌ ହଟିବାର ୪ ଦିନ ପରେ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହେବ ବୋଲି ପରୀକ୍ଷା ନିୟନ୍ତ୍ରକ ଡା. ଶ୍ୟାମ ଭରଦ୍ୱାଜ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

{"id":258995,"sizeSlug":"large"}

ତେବେ ଲକଡାଉନ୍‌ ଯୋଗୁ ହୋଇପାରିନଥିବା ପରୀକ୍ଷାଲାଗି ଖୁବ୍ ଶୀଘ୍ର ଡେଟ୍ ସିଟ୍‌ ସିବିଏସଇଙ୍କ ୱେବ୍‌ ସାଇଟ୍‌ରେ ଉପଲବ୍ଧ କରାଯିବ ବୋଲି ସେ କହିଛନ୍ତି। ଏ ନେଇ ସେ  ବୁଧବାର ଭିଡିଓ କନଫରେନସିଂରେ ସମସ୍ତ ସିବିଏସଇ ସ୍କୁଲ ପ୍ରିନ୍ସିପାଲଙ୍କ ସହ କଥା ହୋଇଥିବା ସୂଚିତ କରିଛନ୍ତି। ଲକଡାଉନ୍ ହଟିବା ମାତ୍ରେ ପରୀକ୍ଷା ଖାତା ମୂଲ୍ୟାଙ୍କନ ଆରମ୍ଭ ହେବା ସହ ବାକି ଥିବା ବିଷୟର ପରୀକ୍ଷା ଲାଗି ନୂଆ ଡେଟ୍‌ ସିଟ୍‌ ଜାରି ହେବ। ମାମଲାରେ ସେ କେନ୍ଦ୍ର ମାନବସମ୍ବଳ ମନ୍ତ୍ରାଳୟଙ୍କ ସହ ଲଗାତାର ଯୋଗାଯୋଗରେ ଥିବା କହିଛନ୍ତି।

{"id":258996,"sizeSlug":"large"}

ନୂଆ ଡେଟ୍ ସିଟ୍‌ ଏଚଆରଡି ମନ୍ତ୍ରାଳୟଙ୍କ ମଞ୍ଜୁରି ପରେ ହିଁ ଜାରି ହେବ। ତେବେ ତା ପୂର୍ବରୁ ଲକଡାଉନ ହଟିବାର ୪ ଦିନପରେ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହେବ। ତେବେ ବାକି ବିଷୟର ପରୀକ୍ଷା ଲାଗି କରୋନା ସତର୍କତା ସ୍ୱରୂପ ଗୋଟିଏ ଶ୍ରେଣୀରେ ସର୍ବାଧିକ ୧୦ ଜଣ ଛାତ୍ରଙ୍କ ବସିବା ଲାଗି ବ୍ୟବସ୍ଥା ହୋଇପାରେ ବୋଲି ପରୀକ୍ଷା ନିୟନ୍ତ୍ରକ କହିଛନ୍ତି। ସେହିପରି ଅନଲାଇନ୍‌ ଶ୍ରେଣୀରେ ୭୫ ପ୍ରତିଶତ ଉପସ୍ଥିତି ବାଧ୍ୟତାମୂଳକ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.