Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ବୋର୍ଡ ରେଜଲ୍ଟ, ୯୯.୩୭ % ଛାତ୍ରଛାତ୍ରୀ ପାସ୍

30/07/2021 at 2:18 PM

ନୂଆଦିଲ୍ଲୀ ୩୦/୦୭ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଶୁକ୍ରବାର ଅପରାହ୍ନ ୨ ଟାରେ ଦ୍ୱାଦଶ ବୋର୍ଡ ଫଳାଫଳ ପ୍ରକାଶ କରିଛି। ପରୀକ୍ଷା ପାଇଁ ପଞ୍ଜୀକୃତ ଛାତ୍ରମାନେ ଅଫିସିଆଲ୍ ୱେବସାଇଟ୍ cbseresults.nic.in ମାଧ୍ୟମରେ ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ। ଫଳାଫଳ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ଜୁଲାଇ ୩୧ ପର୍ଯ୍ୟନ୍ତ ସମୟସୀମା ଦେଇଥିଲେ।

ମୋଟ୍ ୯୯.୩୭ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ଛାତ୍ରଙ୍କ ପାସ୍ ହାର ରହିଛି ୯୯.୧୩ ପ୍ରତିଶତ । ସେହିପରି ୯୯.୬୭ ଛାତ୍ରୀ ପାସ୍ କରିଛନ୍ତି ।

ବୋର୍ଡ ଦେଇଥିବା ମାନଦଣ୍ଡ ଅନୁଯାୟୀ, ଚଳିତ ବର୍ଷ ଦ୍ୱାଦଶ ଫଳାଫଳ ୩୦:୩୦:୪୦ ଫର୍ମୁଲାରେ ସ୍ଥିର କରାଯାଇଛି। ମାର୍କିଂ ସ୍କିମ୍ ଅନୁଯାୟୀ, ଦଶମ ଏବଂ ଏକାଦଶ ଶ୍ରେଣୀରେ ୫ ଟି ମଧ୍ୟରୁ ଯେଉଁ ୩ ଟି ବିଷୟରେ ଛାତ୍ରଛାତ୍ରୀମାନେ ସର୍ବାଧିକ ସ୍କୋର କରିଛନ୍ତି ତାକୁ ଫଳାଫଳ ପ୍ରସ୍ତୁତ ପାଇଁ ଚୟନ କରାଯିବ। ଏଥି ସହିତ, ଦ୍ୱାଦଶ ଶ୍ରେଣୀର ୟୁନିଟ୍, ଟର୍ମ ଏବଂ ପ୍ରାକ୍ଟିକାଲ୍ ପରୀକ୍ଷାରେ ମିଳିଥିବା ମାର୍କ ଆଧାରରେ ଏହା ପ୍ରସ୍ତୁତ ହେବ।

୩୦:୩୦:୪୦ ଫର୍ମୁଲା କଣ :
ସିବିଏସ୍ଇ ଦ୍ୱାରା ଗଠିତ ପ୍ୟାନେଲ୍ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମୂଲ୍ୟାଙ୍କନ ପାଇଁ ୩୦:୩୦:୪୦ ର ଫର୍ମୁଲା ସ୍ଥିର କରିଛି। ଏହି ଫର୍ମୁଲା ଅନୁଯାୟୀ ଦଶମ -ଏକାଦଶ ଫାଇନାଲ ଫଳାଫଳକୁ ୩୦% ଦିଆଯିବ ଏବଂ ଦ୍ୱାଦଶର ପ୍ରି-ବୋର୍ଡ ପରୀକ୍ଷାରେ ୪୦% ଦିଆଯିବ। ସିବିଏସ୍ଇ ଜୁନ୍ ୪ ରେ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମାର୍କିଂ ସ୍କିମ୍ ସ୍ଥିର କରିବାକୁ ଏକ ୧୩ ଜଣିଆ କମିଟି ଗଠନ କରିଥିଲା।

କେମିତି ଚେକ କରିବେ ଫଳାଫଳ
ପ୍ରଥମେ CBSE cbseresults.nic.in ର ଅଫିସିଆଲ୍ ସାଇଟ୍ କୁ ଯାଆନ୍ତୁ
ଏଠାରେ ହୋମ ପେଜରେ ଦ୍ୱାଦଶ CBSE ଫଳାଫଳ ୨୦୨୧ ଲିଙ୍କରେ କ୍ଲିକ୍ କରନ୍ତୁ
ଏଠାରେ ଏକ ନୂଆ ପେଜ ଖୋଲିବ ଏବଂ ପ୍ରାର୍ଥୀମାନଙ୍କୁ ଲଗ୍ଇନ୍ କରିବାକୁ ପଡିବ
ଆପଣ ଲଗଇନ୍ କରିବା ମାତ୍ରେ ଆପଣଙ୍କ ଫଳାଫଳ ସ୍କ୍ରିନରେ ଆସିବ

   Related Posts