ସିବିଏସ୍ଏଇ ଲଞ୍ଚ କଲା ଇ-ପୋର୍ଟାଲ, ଦଶମ ଓ ଦ୍ୱାଦଶ ପରୀକ୍ଷାର୍ଥୀଙ୍କୁ ମିଳିବ ଫଟାଫଟ୍ ସୂଚନା

Published By : Prameya-News7 Bureau | April 03, 2021 IST

ନୂଆଦିଲ୍ଲୀ ୩/୪: ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ସିବିଏସଏଇ ଲଞ୍ଚ କଲା ଇ-ପରୀକ୍ଷା ପୋର୍ଟାଲ୍ । ଏହାଦ୍ୱାରା ପରୀକ୍ଷା ସମ୍ୱନ୍ଧିତ ସମସ୍ତ ସୂଚନା ଉପଲବ୍ଧ ହେବ । ଏତଦବ୍ୟତୀତ ଛାତ୍ରଛାତ୍ରୀମାନେ ନିଜର ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ ସଂପର୍କରେ ମଧ୍ୟ ଜାଣିପାରିବେ ।

ଏଥିପାଇଁ ପ୍ରଥମେ ପୋର୍ଟାଲରେ ଛାତ୍ରଛାତ୍ରୀମାନେ ରେଜିଷ୍ଟାର କରିବାକୁ ପଡିବ । ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ୟୁଜର ଆଇଡି ଦିଆଯିବ । ପରୀକ୍ଷାର୍ଥୀମାନେ ୟୁଜର ଆଇଡି, ପାସଓ୍ୱାର୍ଡ ଏବଂ ସିକ୍ୟୁରିଟି ପିନ୍ ଜରିଆରେ ପୋର୍ଟାଲରେ ଖୋଲିପାରିବେ ।  ଏହାଛଡା ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ଇଣ୍ଟରନାସନାଲ୍ ଗ୍ରେଡ୍ ମଧ୍ୟ ଏହି ସାଇଟରେ ଉପଲବ୍ଧ ହେବ । ଇ-ପୋର୍ଟାଲରେ ଏସମସ୍ତ ସୁବିଧା ଉପଲବ୍ଧ ହେଲେ ଛାତ୍ରଛାତ୍ରୀଙ୍କୁ ବେଶ୍ ସହାୟକ ହେବ ବୋଲି କହିଛନ୍ତି ବୋର୍ଡ ନିୟନ୍ତ୍ରକ ସ୍ୱୟଂ ଭରଦ୍ୱାଜ୍ । ସୂଚନା ଅନୁଯାୟୀ ସିବିଏସଏଇ ଦ୍ୱାଦଶ ଶ୍ରେଣୀ ପାଇଁ ଜାରି ହୋଇଛି ନୂଆ ସିଲାବସ୍ । ୨୦୨୧-୨୨ ପାଠ୍ୟକ୍ରମରେ କୌଣସି ପ୍ରକାର ପରିବର୍ତ୍ତନ କରାଯାଇନି । ଆଗକୁ ବୋର୍ଡ ଓ୍ୱେବ୍ ସାଇଟରେ ନୂଆ ସିଲାବସ୍ ଉପଲବ୍ଧ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.