CBSE, ICSCE ୨୦୨୧ ପରୀକ୍ଷା: ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ନେଇ କାଲି ଆସିପାରେ ବଡ଼ ନିଷ୍ପତ୍ତି

Published By : Prameya-News7 Bureau | May 31, 2021 IST

ନୂଆଦିଲ୍ଲୀ, ୩୧/୦୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ୍‌ କିମ୍ୱା ଆୟୋଜିନ କରିବା ପାଇଁ ଆସନ୍ତାକାଲି ଅର୍ଥାତ ଜୁନ୍‌ ୧ରେ ବଡ଼ ଘୋଷଣା ହୋଇପାରେ । ସିବିଏସ୍‌ଇ ଏବଂ କାଉନ୍ସିଲ୍‌ ଫର୍‌ ଦ ଇଣ୍ଡିଆନ୍‌ ସ୍କୁଲ୍‌ ସାର୍ଟିଫିକେଟ୍‌ ଏକ୍ଜାମିଶନ୍‌ ବା ସିଆଇଏସ୍‌ସିଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷା କୋଭିଡ୍‌ ସମୟରେ ବାତିଲ୍‌ କରିବାକୁ ଦାବି କରାଯାଉଛି । ଏହାକୁ ଏନେଇ ପରୀକ୍ଷାର୍ଥୀ ଚିନ୍ତାରେ ରହିଛନ୍ତି ।

କରୋନା ସଙ୍କଟକୁ ଦୃଷ୍ଟିରେ ରଖି ସିବିଏସ୍‌ଇ ଗତ ଏପ୍ରିଲ୍‌ରେ ଜୁନ୍‌ ୧ ତାରିଖ ପର୍ଯ୍ୟନ୍ତ ପରୀକ୍ଷାକୁ ସ୍ଥଗିତ ରଖିଥିଲା । ୨୩ ମେ ରେ ରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚ ସ୍ତରୀୟ ବୈଠକ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍‌ ନିଶଙ୍କ ଏକ ଭିଡିଓ ମେସେଜ୍‌ ଜାରି କରିଥିଲେ । ସେ ଏଥିରେ ଜୁନ୍‌ ୧ କିମ୍ୱା ଏହାର ପୂର୍ବରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ । ତେବେ ଆସନ୍ତାକାଲି କେଉଁ ନିଷ୍ପତ୍ତି ନିଆଯାଉଛି ସେ ନେଇ ଅଭିଭାବକ ମହଲରେ ଦ୍ୱନ୍ଦ ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.