Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

୨୦୧୯-୨୦ ଶିକ୍ଷା ବର୍ଷ ପାଇଁ ବଦଳିବ ସିବିଏସଇର ପରୀକ୍ଷା ପାଟର୍ଣ୍ଣ

2/12/2019 at 9:59 PM

ନୂଆଦିଲ୍ଲୀ ୦୨।୧୨ –  ୨୦୧୯-୨୦ ଶିକ୍ଷା ବର୍ଷ ପାଇଁ ସିବିଏସଇର ପରୀକ୍ଷା ପାଟର୍ଣ୍ଣ ବଦଳିବ । ୨୦୨୦ ପରୀକ୍ଷାରେ ଦଶମ ଏବଂ ଦ୍ବାଦଶ ଶ୍ରେଣୀର ପିଲାମାନେ ନୂଆ ପାଟର୍ଣ୍ଣରେ ପରୀକ୍ଷା ଦେବେ। ଏହା ଆଜି ସୂଚନା ଦେଇଛନ୍ତି ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ଫୋଖରିୟାଲ ନିଶାଙ୍କ ।

କେଶରୀ ଦେବ ପଟେଲ ଏବଂ ଚିରାଗ ପାଶ୍ବାନଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଏହି ଉତ୍ତର ରଖିଛନ୍ତି। ଯେଉଁଥିରେ ସେ ଦର୍ଶାଇଛନ୍ତି ଯେ ଛାତ୍ରଛାତ୍ରୀଙ୍କୁ ଘୋଷା ବଳଦ ନ କରି ସେମାନଙ୍କର ଚିନ୍ତନ ଶୈଳୀରେ ବିକାଶକୁ ଗୁରୁତ୍ବ ଦେଇ ନୂଆ ପରୀକ୍ଷା ପାଟର୍ଣ୍ଣ କରାଯିବ। ଯେଉଁଥିରେ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଶ୍ନ ସଂଖ୍ୟା କମ କରାଯିବ। ଅବଜେକ୍ଟିଭ କ୍ବେଶ୍ଚିନ ସଂଖ୍ୟା ବୃଦ୍ଧି କରାଯିବ।

ସବଜେକ୍ଟିଭ କ୍ବେଶ୍ଚିନ ସଂଖ୍ୟା କମ କରାଯିବ। ସେହିପରି ସବୁବିଷୟରେ ଛାତ୍ରଛାତ୍ରୀଙ୍କ ଆଭ୍ୟନ୍ତରୀଣ ବିକାଶ ପରୀକ୍ଷା କରାଯିବ। ୧ ମାର୍କର ସମ୍ବଳିତ ଅବଜେକ୍ଟିଭ କ୍ବେଶ୍ଚିନ ୨୫ ପ୍ରତିଶତ ରହିବ। ଇଣ୍ଟରନାଲ ଚଏସ ୩୩ ପ୍ରତିଶତ ରହିବ। ଇଣ୍ଟରନାଲ ଆସେସମେଣ୍ଟ ୨୦ ପ୍ରତିଶତ । ତେବେ ପ୍ରାକ୍ଟିକାଲ ଆସେସମେଣ୍ଟ ରହିବନାହିଁ ବୋଲି ମନ୍ତ୍ରୀ ଜଣାଇଛନ୍ତି। 

   Related Posts