CBSE ବାକି ପରୀକ୍ଷା ଲାଗି ସୋମବାର ଜାରି ହେବ ତିଥି : ମାନବସମ୍ବଳ ମନ୍ତ୍ରାଳୟ

Published By : Prameya-News7 Bureau | May 16, 2020 IST

ନୂଆଦିଲ୍ଲୀ ୧୬।୫: କେନ୍ଦ୍ର ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାର ବାକି ବିଷୟ ଲାଗି ଶନିବାର ତାରିଖ ଘୋଷଣା ହେବାର ଥିଲା। ଏ ନେଇ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ଡା.ରମେଶ ପୋଖରିଆଲ ନିଶଙ୍କ ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ସୂଚିତ କରିଥିଲେ। ତେବେ କିଛି ପ୍ରସଙ୍ଗରେ ନିଷ୍ପତ୍ତି ହୋଇପାରିନଥିବାରୁ ସୋମବାର ଏ ନେଇ ଚୂଡାନ୍ତ ଘୋଷଣା କରାଯିବ ବୋଲି ମନ୍ତ୍ରୀ ସୂଚିତ କରିଛନ୍ତି

wp:html /wp:html

ସିବିଏସଇ ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଚାଲିଥିବା ବେଳେ ସରକାର କରୋନା ଲକଡାଉନ କରିଥିଲେ। ଫଳରେ ଛାତ୍ରଛାତ୍ରୀଙ୍କର ବାକି ପତ୍ରର ପରୀକ୍ଷା ହୋଇ ପାରିନଥିଲା। ଏଥିରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହୋଇଯାଇଥିବା ବେଳେ ବାକି ରହିଥିବା ପତ୍ରର ପରୀକ୍ଷା  ଜରୁରି ହୋଇପଡିଛି। ତେବେ କରୋନା ଜନିତ ପରିସ୍ଥିତିରେ ଏହି ସବୁ ପରୀକ୍ଷା କିପରି ଆୟୋଜନ କରାଯିବ ଶନିବାର ଦିନ ତମାମ ମାନସମନ୍ଥନ ହୋଇଥିଲା। ତେବେ କିଛି ପ୍ରସଙ୍ଗରେ ଅସହମତି ଥିବାରୁ ଏ ନେଇ ସୋମବାର ଚୂଡାନ୍ତ ନିଷ୍ପତ୍ତି ନିଆଯିବା ସହ ପରୀକ୍ଷା ତାରିଖ ଘୋଷଣା କରିଦିଆଯିବ ବୋଲି ମନ୍ତ୍ରୀ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

wp:html /wp:html

ତେବେ ସିବିଏସଇ ବାକି ପତ୍ରର ପରୀକ୍ଷା ଲାଗି ଦିନ ତମାମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସୁକତା ଲାଗି ରହିଥିଲା। କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ପୂର୍ବାହ୍ନ ୧୧ଟା ୫୯ ମିନିଟ୍‌ରେ ପ୍ରଥମ ଟ୍ୱିଟ୍‌ରେ ଅପରାହ୍ଣ ୫ଟା ସୁଦ୍ଧା ତାରିଖ ଘୋଷଣା  ହେବ ବୋଲି ସୂଚିତ କରିଥିଲେ। ଛାତ୍ରଛାତ୍ରୀ ଅପରାହ୍ଣ ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିବା  ବେଳେ ୪ଟା ବେଳେ ମନ୍ତ୍ରୀ ପୁଣି ଟ୍ୱିଟ୍ କରି ୧୮ ତାରିଖରେ ଘୋଷଣା ହେବ ବୋଲି ସୂଚିତ କରିବା ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତ କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.