Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସିବିଏସଇର ଅବଶିଷ୍ଟ ପରୀକ୍ଷାର ପ୍ରୋଗ୍ରାମ ଆସିଲା, ଜୁଲାଇ ୧ରୁ ୧୫ ମଧ୍ୟରେ ହେବ ଦଶମ ଓ ଦ୍ୱାଦଶ ପରୀକ୍ଷା

18/05/2020 at 5:56 PM

ନୂଆଦିଲ୍ଲୀ, ୧୮|୦୫: କରୋନା ଭାଇରସ କାରଣରୁ ସାରା ଦେଶରେ ଲକଡାଉନ୍ ଜାରି ହୋଇଛି । ମେ ୩୧ରେ ଲକଡାଉନର ଅବଧି ଶେଷ ହେବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । ଏହା ମଧ୍ୟରେ ସରକାର ସ୍ଥଗିତ ଥିବା ସିବିଏସଇର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ବାବଦରେ ଘୋଷଣା କରିଛନ୍ତି । ଦଶମ ଦ୍ୱାଦଶ ପରୀକ୍ଷା ଜୁଲାଇ ୧ରୁ ୧୫ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

ସିବିଏସଇ ପକ୍ଷରୁ ପରୀକ୍ଷା ତାରିଖ ଓ କାର୍ଯ୍ୟସୂଚୀ ବାବଦରେ ଘୋଷଣା କରାଯାଇଛି । ଏବେ ପରୀକ୍ଷା ଫଳ କେବେ ପ୍ରକାଶ ପାଇବ ତାହା ଉପରେ ସମସ୍ତଙ୍କ ନଜର ରହିବ ।

ସିବିଏସଇ ବୋର୍ଡ ପରୀକ୍ଷା-୨୦୨୦ର ରେଜଲ୍ଟ୍ କେବେ ପ୍ରକାଶ କରିବ ସେନେଇ ତାରିଖ ଘୋଷଣା କରିନାହିଁ । କିନ୍ତୁ ପୂର୍ବ ବର୍ଷକୁ ହିସାବ କଲେ ଏହା ଅଗଷ୍ଟ ୧୫ ସୁଦ୍ଧା ଘୋଷଣା ହେବ ବୋଲି ଅନୁମାନ କରାଯାଉଛି । କାରଣ ପୂର୍ବବର୍ଷ ପରୀକ୍ଷା ଶେଷ ହେବାର ଗୋଟିଏ ମାସ ମଧ୍ୟରେ ହିଁ ଫଳ ପ୍ରକାଶିତ ହୋଇଥିଲା ।

ବୋର୍ଡର ପରୀକ୍ଷା ନିୟନ୍ତ୍ରକ ସଂଯମ ଭରଦ୍ୱାଜ କହିଛନ୍ତି ଯେ, ସ୍ଥଗିତ ଥିବା ପରୀକ୍ଷା ସରିବା ପରେ ଖାତାଦେଖା ଆରମ୍ଭ ହେବ । ମୂଲ୍ୟାୟନ ପ୍ରକ୍ରିୟା ଶିକ୍ଷକମାନେ ନିଜ ଘରେ କରିପାରିବେ ।

   Related Posts